ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିମା ପରିବାରର ଉତ୍କଳ ଦିବସ ପାଳନ ଆଗାମୀ ଏପ୍ରିଲ ୨ ରେ……

ଗରିମା ପରିବାରର ଉତ୍କଳ ଦିବସ ପାଳନ ଆଗାମୀ ଏପ୍ରିଲ ୨ ରେ……

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ଗରିମା ପରିବାରର ଅଷ୍ଟମ ଉତ୍କଳ ଦିବସ ପାଳନ ଆସନ୍ତା ଏପ୍ରିଲ ମାସ ୨ ତାରିଖ ଦିନ ସିଭିକ ସେଣ୍ଟର ଠାରେ ପାଳନ କରାଯିବ। ଏନେଇ ଅନୁଷ୍ଠାନ ତରଫରୁ ସେକ୍ଟର ୨ ସେହେନାଇ ମଣ୍ଡପ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ଦେଇ କୁହାଯାଇଛି ଯେ ଉକ୍ତ କାର୍ଯ୍ୟକ୍ରମରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ , ସୁନ୍ଦରଗଡ ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ କୈ।ର, ଦୀପିକା ମହିଳା ସଂହତିର ଉପସଭାପତି ପ୍ରତିଜ୍ଞା ପଲେଇ ଅତିଥି ଭାବେ ଯୋଗଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ସମାଜସେବୀ ଅନୁଶ୍ରୀ ଦାଶ ଓ ସୁନ୍ଦରଗଡ଼ ର ଗୀତାଞ୍ଜଳି ଗୁରୁ ଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହା ସହିତ ଓଡ଼ିଆ କଳା, ସଂସ୍କୃତି ଓ ନାରୀ ସଶକ୍ତିକରଣ ଆଧାରିତ ମନୋରଞ୍ଜନ କାର୍ଯ୍ୟକ୍ରମରେ ଓଡିଶୀ ନୃତ୍ୟ, ଆନନ୍ଦ ସୁନା ଗୃପ ଦ୍ଵାରା ନୃତ୍ୟ ପରିବେଷଣ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀଙ୍କୁ ନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଓ ନବଦୁର୍ଗା କାର୍ଯ୍ୟକ୍ରମ ସହ ସ୍ବର୍ଗତ ଅଭିଜିତ ମଜୁମଦାର ଓ ହ୍ୟୁମାନ ସାଗର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷା ନିହାରିକା ବସ୍ତିଆ, ସଭାପତି ମମତା ନାୟକ, ସମ୍ପାଦିକା ଡ ସରିତା ମଲ୍ଲ, କାର୍ଯ୍ୟକ୍ରମର ସଂଯୋଜିକା ସୁମିତା ପଟ୍ଟନାୟକଙ୍କ ସହ ପ୍ରଣତୀ ପଟ୍ଟନାୟକ, ମୋନାଲିସା ସାହୁ, ମୋନାଲିସା ଗୈ।ଡ଼, ଶଙ୍ଖରିନା ପ୍ରଧାନ, ଶାନ୍ତିଲତା ବାରିକ, ରେବତୀ ବାରିକ, ମୀନାକ୍ଷୀ ପାଢ଼ୀ,ରିମି ଚକ୍ରବର୍ତ୍ତୀ, ଶର୍ମିଲା ତ୍ରିପାଠୀ, ସନ୍ତୋଷୀ ମଲ୍ଲିକ, ଲୀନା ତ୍ରିପାଠୀ, ରଶ୍ମିତା ଚୈ।ଧୁରୀ, ମମତା ଦାସ, ସୁନିତା ଶ୍ରିନିବାସନ, ଦେବସ୍ମିତା ଶତପଥୀ, ମୀନତି ମୋଦୀ,ଲୁସି ଦାଶ, ସସ୍ମିତା ମିଶ୍ର, ତପସ୍ଵିନୀ ପାତ୍ର, ମଞ୍ଜୁ ରାଣୀ ମେହେର, ସବିତା ମହାପାତ୍ର, ରଶ୍ମି ନାୟକ, ଭାଗ୍ୟଶ୍ରୀ ଦାସ,ବ୍ରତତୀ ପ୍ରଧାନ, ଗାୟତ୍ରୀ ମହାନ୍ତି, ଶୁଭଲକ୍ଷ୍ମୀ ପାତ୍ର, ପ୍ରତିଷ୍ଠାତା ଶଙ୍କର ଜେନା ଓ ମୁଖ୍ୟ ଉପଦେଷ୍ଟା ରଶ୍ମିତ ସାହାଣୀ ପ୍ରମୁଖ ଉପସ୍ଥିତ ଥିଲେ। ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହାତୀବନ୍ଧା ଗ୍ରାମର ରୂପେଶ କୁମାର ମେହେର ପାଇଲେ ପ୍ରକୃତିବନ୍ଧୁ ପୁରସ୍କାର 

ଖାତିଗୁଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ୨୮ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଜନ ମଂଗଳର ଅନୁରୋଧ କ୍ରମେ ଐରା ପକ୍ଷରୁ ଭିନ୍ନକ୍ଷମ ମାନଂକୁ ହୁଇଲି ଚେୟାର ଓ କୃତ୍ରିମ ଅଂଗ ଆଦି ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!