ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ୍ବୁଲାନ୍ସ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ: ନର୍ଲା ଥାନାରେ ଏତଲା ଦାଏର କଲେ ଯାଦବ ସମାଜ

ଆମ୍ବୁଲାନ୍ସ ଅବହେଳାରୁ ନାବାଳିକାଙ୍କ ମୃତ୍ୟୁ: ନର୍ଲା ଥାନାରେ ଏତଲା ଦାଏର କଲେ ଯାଦବ ସମାଜ 

ଭବାନୀପାଟଣା,୧୩|୭(ମ ନି ସ): ନର୍ଲା ବ୍ଳକ୍ ତୁଲାପଡାର ୧୧ ବର୍ଷିୟ ଶିଶୁ କନ୍ୟା ରିୟା ନାଏକଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଗର୍ଜିଛି ଯାଦବ ସମାଜ। ଏନେଇ ସୋମବାର ନର୍ଲା ବ୍ଲକ ଯାଦବ ସମିତିର ତତ୍ବାବଧାନରେ ଯାଦବ ମହାସଭାର କର୍ମକର୍ତ୍ତାମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଆମ୍ବୁଲାନ୍ସ ସେବାର ଦାୟିତ୍ୱହୀନତା ଯୋଗୁଁ ରିୟାଙ୍କ ମୃତ୍ୟୁ ହୋଇଥିବାରୁ ଉଚ୍ଚସ୍ତରୀୟ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି ଯାଦବ ସମାଜ। ଏନେଇ ନର୍ଲା ବ୍ଲକ ଯାଦବ ସମିତି ଓ ମୃତ ଶିଶୁ କନ୍ୟାଙ୍କ ପିତା ଡିଙ୍ଗର ନାଏକଙ୍କ ପକ୍ଷରୁ ପୃଥକ ପୃଥକ ଏତଲା ଥାନାଧିକାରୀ ବିଜୟରାଜ ମାଝୀଙ୍କୁ ପ୍ରଦାନ କରାଯାଇଛି। ଏତଲା ପ୍ରଦାନ ସମୟରେ ନର୍ଲା ବ୍ଳକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ମାର୍କଣ୍ଡ ଜାଲ, ସୁନୀଲ ଧଙ୍ଗଡାମାଝୀ, ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ନୃପରାଜ ଯାଦବ, ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ଉପସଭାପତି ଯୁଧିଷ୍ଠିର ଗଉଡ, ଯୁଗ୍ମ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗଉଡ, କୋଷାଧ୍ୟକ୍ଷ ଇଶ୍ବର ବଗର୍ତ୍ତି, ଜିଲ୍ଲା ଯୁବ ସଭାପତି ପିତବାସ ବେହେରା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ଆଇନ ପରାମର୍ଶଦାତା ସଞ୍ଜୟ ଧଙ୍ଗଡାମାଝୀ, ନର୍ଲା ବ୍ଳକ୍ ଯାଦବ ସମିତି ଯୁବ ସଭାପତି ପ୍ରସୁନ୍ କୁମାର ଜାଲ, କେସିଙ୍ଗା ଏନଏସି ସଭାପତି ବସନ୍ତ ନାଏକ, ଜୁନାଗଡ ବ୍ଲକ ସଭାପତି ଗୌରହରି ବାଗ, ଭବାନୀପାଟଣା ସହର ସଭାପତି ରବୀନ୍ଦ୍ରଲାଲ ଯାଦବ, ଯାଦବ ନେତା ଗିରିଧାରୀ ଗଉଡ, ସୁଧୀର ନାଏକ, ସତ୍ରୁଘନ ଧଙ୍ଗଡାମାଝୀ, ଟିକେମଣି ଗଉଡ, କରୁଣାକର ଗଉଡ, ପିଣ୍ଟୁ ନାଗ, ମୋହନ ବାଗ, ମୃତ ନାବାଳିକାଙ୍କ ପିତା ଡିଙ୍ଗର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

କାର୍ଗିଲ୍ ଯୁଦ୍ଧର ଯାମଦା ଅଂଚଳର ଅନନ୍ୟ ଵୀର ସହିଦ୍ ସୁଦାମ ଚରଣ ଟୁଡୁ 

Sunil Chandra Nayak

ଧର୍ମ ପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

ନର୍ଲା ଅଞ୍ଚଳରେ ଦୋରା ସମାଜର ନୂତନ କମିଟି ଗଠନ

masiha

Leave a Comment

error: Content is protected !!