ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁଆସୁଣୀ ପାହାଡ଼ରେ ବେଆଇନ୍ ବିସ୍ଫୋରଣ,ଜିଲ୍ଲା ପ୍ରଶାସନ ନୀରବ

ଭୁଆସୁଣୀ ପାହାଡ଼ରେ ବେଆଇନ୍ ବିସ୍ଫୋରଣ,ଜିଲ୍ଲା ପ୍ରଶାସନ ନୀରବ

ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଓଡାପଡ଼ା ତହସିଲ ଘଟିପିରି ପଞ୍ଚାୟତ ଅମାନ୍ତିପଡ଼ାରେ ଥିବା ଭୁଆସୁଣୀ ପାହାଡରେ ବେଧଡକ ବିସ୍ଫୋରଣ କରାଯାଇ ମୂଲ୍ୟବାନ ଖଣିଜ କଳା ମୁଗୁନି ପଥର ଚୋରାଚାଲାଣ କରାଯାଉଛି। ଏଠି ଜିଲ୍ଲା ଖଣିଜ ବିଭାଗ,ରାଜସ୍ବ ବିଭାଗ,ପ୍ରଦୂଷଣ ବିଭାଗ,ପୋଲିସ ସମ୍ପୂର୍ଣ୍ଣ ନିଦା ବିଷ୍ଣୁ ସାଜି ଆଖି ବୁଜି ଦେଇଛି। ଲୁଟ୍ ଯୋଗୁଁ ଘଟିପିରି ପଞ୍ଚାୟତର ଅମାନ୍ତିପଡ଼ା ସମେତ ଆଖପାଖ ଅଞ୍ଚଳବାସୀ ପ୍ରଭାବିତ ହେଉଛନ୍ତି ଲୋକେ। ଲୋକେ ରାତ୍ରିରେ ଶୋଇ ପାରୁନଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ଥାଉକି ଭୁଆଶୁଣି ପାହାଡରେ ମୂଲ୍ୟବାନ କଳା ମୁଗୁନି ପଥର ରହିଛି। ଯାହା ତାଳେ ତାଳେ ଗଭୀର କରି ବେଆଇନ ଭାବରେ ଦିନା ମାଇଟ୍ ଓ ମେସିନ ଦ୍ବାରା ବାୟୁ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣ କରି ଚାଲିଛନ୍ତି ଖଣି ମାଫିଆ। ଖଣି ଆଇନ ନିୟମବଳୀକୁ ଖୋଦ୍ ଭୁଲି ଯାଇ ଖଣିଜ ସମ୍ପଦ ଲୋଟ କରି ଚାଲିଛନ୍ତି ମାଫିଆ। ଢେଙ୍କାନାଳ ଜିଲ୍ଲାରେ ସୂଚନା ଅନୁସାରେ ମାତ୍ର ଦୁଇରୁ ତିନି ଜଣ ଦିନା ମାଇଟ୍ ବ୍ଲାସ୍ଟିନିଂର ଅନୁମତି ପାଇଥିବା ବେଳେ ଓଡ଼ାପଡ଼ା ଓ ହିନ୍ଦୋଳରେ ବିନା ଦିନା ମାଇଟ ଫୁଟିବାର ଅନୁମତି ନପାଇ ଏତେ ଖଣିରେ କିଭଳି ଫୁଟା ଯାଉଚି ଦିନା ମାଇଟ ପ୍ରଶ୍ନ ସାପେକ୍ଷ। ଓଡ଼ାପଡ଼ା ଓ ହିନ୍ଦୋଳ ବ୍ଲକରେ ପଥର ମାଫିଆ ବେଆଇନ ଭାବରେ ବିସ୍ଫୋରଣ କରି ପଥର ଉତ୍ତୋଳନ କରୁଛନ୍ତି କିନ୍ତୁ ଏଠି ପୋଲିସ ଓ ଜିଲ୍ଲା ପ୍ରଶାସନ ମୁହଁରେ ତୁଣ୍ଡି ଭିଡ଼ି ଜଳ ଜଳ ଦେଖୁଛନ୍ତି। ଏହି ଦୁଇଟି ବ୍ଲକରେ ଉଚ୍ଚଶକ୍ତି ସମ୍ପର୍ଣ୍ଣ ବିସ୍ଫୋରଣ ଯୋଗୁଁ ଗାଁର ଘର ଗୁଡିକରେ କମ୍ପନ ସୃଷ୍ଟି ହୋଇ କାନ୍ଥ ଫାଟିବା,ଆଜବେଷ୍ଟସ ଗଳି ପଡ଼ିବା ଏବଂ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଛି। ପ୍ରଚଣ୍ଡ ଶବ୍ଦ ପ୍ରଦୂଷଣ ସାଙ୍ଗକୁ ଧୂଳି ଧୂଆଁ ଯୋଗୁଁ ପ୍ରଦୂଷଣ ବଢିଚାଲିଛି। ଏହି ବେଆଇନ ଖଣିର ବିସ୍ଫୋରଣ ଓ ଲୁଟ୍ ରୋକିବା ପାଇଁ ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରି ଆସୁଛନ୍ତି କିନ୍ତୁ କୌଣସି ସୁଫଳ ମିଳି ପାରୁନାହିଁ। ଜିଲ୍ଲା ପ୍ରଶାସନ ଏଠି ଲୋକ ଦେଖାଣିଆ ଚଢଉ କରି ବସିପଡୁଛି ଓ ନିଜ ସଲସୂତରରେ ଖଣି ମାଫିଆ ସହ କାମକରି ଚୁପ୍ ବସି ଯାଉଛନ୍ତି। ଗତ ବର୍ଷ ଡିସେମ୍ବରରେ ଖଣି ଉପରେ ପୁଲିସ ପ୍ରଶାସନର ମିଳିତ ଚଢଉ ହୋଇଥିଲା। ୩୦ରୁ ଉର୍ଦ୍ଧ୍ବ ଏବଂ ଲୋକଙ୍କ ନାମରେ ମାମଲା ରୁଜୁ ହୋଇଥିଲା। ଦୁଇ ମାସ ବିସ୍ଫୋରଣ ବନ୍ଦ ହେବା ପରେ ଏବେ ବେଧଡକ ବିସ୍ଫୋରଣ କରାଯାଇ ପଥର ଲୁଟ୍ ହେଉଛି। ଖଣି ବିଭାଗ,ରାଜସ୍ବ ବିଭାଗ,ପ୍ରଦୂଷଣ ବିଭାଗ ପୋଲିସ ପ୍ରଶାସନ ଖଣିଜ ସମ୍ପଦ କୋର୍ କମିଟିରେ ଥିବା ପ୍ରତ୍ୟେକ ଅଧିକାରୀ ସ୍ଥାନୀୟ ରାଜନେତାଙ୍କ ସହିତ ମିଶି ବେଆଇନ ଖଣିଜ ସମ୍ପଦ ଲୁଟ୍ ଉପରେ ଆଶୀର୍ବାଦ ଯେମିତି ଢାଳି ଦେଉଥିବା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ଲାଗି ରହିଛି। ଲିଜ ପାଇ ଥିଲେ ମଧ୍ୟ ଖଣି ଆଇନ ଓ କ୍ରସର ଆଇନ ନିୟମ ଯାହା ରହିଛି ଚାଲିବା ପାଇଁ କୌଣସି ଖଣି କ୍ରସର ପାଳନ କରୁ ନାହାନ୍ତି କି ବିଭାଗୀୟ ପ୍ରଶାସନିକ ବାବୁ ଦେଖୁ ନାହାନ୍ତି। ପୁଣି ଲିଜ୍ ନଥାଇ ଏହି ଖଣି ପୁନଶ୍ଚ ଚାଲୁ ରହିବା ଯୋଗୁଁ ଶାସନ ଏବଂ ପ୍ରଶାସନର ଭୁମିକାକୁ ଲୋକେ ସନ୍ଦେହରେ ଦେଖୁଛନ୍ତି। ସରକାରଙ୍କ ବିପୁଳ ରାଜସ୍ବ ହାନୀ ଘଟୁଛି। ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବା ସହ ସରକାର ହସ୍ତକ୍ଷେପ କରିବାକୁ ବୁଦ୍ଧିଜୀବୀ,ପରିବେଶବିତ୍ ମତପ୍ରକାଶ କରି ଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ତ୍ୱ

masiha

କନ୍ଧମାଳ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ 

masiha

ହରଗୌରୀ ଯୁବକ ସଂଘର ନୂତନ କମିଟି ଗଠିତ

masiha

Leave a Comment

error: Content is protected !!