ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ରାଉରକେଲା: ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଆଗାମୀ କାର୍ଯ୍ୟକ୍ରମ ପାଇଁ ଖସଡା ପ୍ରସ୍ତୁତି କୋଏଲ ନଗର ସ୍ଥିତ ଆରଏସପି ଅବସରପ୍ରାପ୍ତ କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ଇଂ ଅଭୟ କୁମାର ଦାସଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ୱ ତଥା ସହ ସାଧାରଣ ସମ୍ପାଦକ କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ରାମଚନ୍ଦ୍ର ନାୟକ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ଉପଦେଷ୍ଟା ଚିତ୍ତରଞ୍ଜନ ଦାସ ପ୍ରମୁଖ ସ୍ବତନ୍ତ୍ର ଅତିଥି ଓ ବିଶିଷ୍ଟ ଶ୍ରମିକନେତା ତଥା ଉପଦେଷ୍ଟା ପ୍ରଶାନ୍ତ ବେହେରା ମୁଖ୍ୟବକ୍ତା ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବେଶ ଉପାଦେୟ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଜିଲ୍ଲାର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି ସାମୁହିକ ପ୍ରଚେଷ୍ଟାରେ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ମତ ରଖିଥିଲେ। ଆଲୋଚନା ଗୁଡ଼ିକ ମଧ୍ୟରେ ଭୂମିହୀନ ୨୬ ହଜାର ଏକର ଇସ୍ପାତ କାରଖାନା ପାଇଁ ଜମି ଦାନ କରିଥିବା ସ୍ଥାନୀୟ ଜନସାଧାରଣଙ୍କ ସ୍ଥାୟୀ ସମାଧାନ,ଇସ୍ପାତ କାରଖାନା ର ସମ୍ପ୍ରସାରଣ କାର୍ଯ୍ୟକ୍ରମ କୁ ଶିଘ୍ର ରୁ ଶିଘ୍ର ସମ୍ପନ୍ନ କରିବା, ବିମାନ ବନ୍ଦରର ସମ୍ପ୍ରସାରଣ ଓ କେନ୍ଦ୍ର ବେସାମରିକ ବିଭାଗ କୁ ହସ୍ତାନ୍ତର କରିବା,ତାଳଚେର ବିମଳାଗଡ ରେଳପଥ ଯାହା ଦୀର୍ଘ ୬୦ ବର୍ଷ ତଳର ଦାବି କୁ ପୂର୍ଣ୍ଣାଙ୍ଗ କରିବା , ରାଉରକେଲା, ଯାଜପୁର ଓ କେନ୍ଦୁଝର କୁ ନେଇ ରେଳ ଡିଭିଜନ ପ୍ରତିଷ୍ଠା, ଯେହେତୁ ସୁନ୍ଦରଗଡ ଜିଲ୍ଲା ଆଦିବାସୀ ବହୁଳ ତେଣୁ ସୁନ୍ଦରଗଡ ଠାରେ ଆଦିବାସୀ ଆବାସିକ ମହାବିଦ୍ୟାଳୟ ପ୍ରତିଷ୍ଠା,ବିରମିତ୍ରପୁର ଠାରେ କୃଷି ମହାବିଦ୍ୟାଳୟ, ରାଉରକେଲା ସ୍ବୟଂ ଶାସିତ ମହାବିଦ୍ୟାଳୟକୁ ଏକ ବିଶ୍ବବିଦ୍ୟାଳୟ କରାଯିବା, ରାଉରକେଲା ସରକାରୀ ଡାକ୍ତରଖାନାକୁ ମେଡିକାଲ କଲେଜ କରିବା, ସମ୍ବଲପୁର, ରାଉରକେଲା ଓ କେନ୍ଦୁଝର ଜିଲ୍ଲାର ଶ୍ରମିକ ବହୁଳ ଅଞ୍ଚଳ ହୋଇଥିବାରୁ ରାଉରକେଲା ଠାରେ ଏକ ଇଏସଆଇସି ହସ୍ପିଟାଲ କରିବା,କେନ୍ଦୁଝର, ସାନଘାଗରା, ବଡଘାଘରା,ବଣେଇ, ଖଣ୍ଡାଧାର, ରାଉରକେଲା ବେଦବ୍ୟାସ ଠାରୁ ବଲାଙ୍ଗୀର ହରିଶଙ୍କର ପର୍ଯ୍ୟନ୍ତ ଏକ ପର୍ଯ୍ୟଟନ କରିଡର କରିବା,ରାଉରକେଲା, ରାଜଗାଙ୍ଗପୁର, ବିରମିତ୍ରପୁର ଏବଂ ରଘୁନାଥପାଲୀ ସହରକୁ ମିଶାଇ ବୃହତ୍ତ ରାଉରକେଲା, ସବୁଜ ରାଉରକେଲା ଖସଡା ପ୍ରସ୍ତୁତ କରି ମେଟ୍ରୋପଲିଟାନ ସିଟି କରିବା ଓ ଓଡ଼ିଆ ଭାଷା ସାହିତ୍ୟର ସଂସ୍କୃତି ର ପ୍ରତୀକ ଆଦର୍ଶ ପାଠାଗାର ସମ୍ପର୍କରେ ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଅନ୍ୟ ବକ୍ତାଙ୍କ ମଧ୍ୟରେ ସର୍ବଶ୍ରୀ ରାଧାକାନ୍ତ ମିଶ୍ର,ଭରତ ବାଇ, ଅରବିନ୍ଦ ଦାସ, ଶଶଧର ପାତ୍ର, ନିରଞ୍ଜନ ଦାସ, ବିରେନ୍ ସେନାପତି, ଦିଗମ୍ବର ମହାନ୍ତି, ବିଚିତ୍ରାନନ୍ଦ ସାହୁ,ସଚଳା ପଣ୍ଡା ପ୍ରମୁଖ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଅତିଥି ଓ ବକ୍ତାମାନେ ଏହି ସବୁ କାର୍ଯ୍ୟକ୍ରମରେ ଜିଲ୍ଲାର ସାଂସଦ, ରାଜ୍ୟସଭା ସାଂସଦ ଓ ଲୋକପ୍ରତିନିଧି ମାନେ ଉପଯୁକ୍ତ ଫୋରମ୍ ରେ ଦାବି ଉପସ୍ଥାପନ କରିବା ପାଇଁ ମତ ରଖିଥିଲେ। ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ସର୍ବଶ୍ରୀ ନିହାର ରାୟ, ସସ୍ମିତା ପ୍ରଧାନ, ବିଜୟ ବରାଳ, ରାଜୀବ ପାଣି, ଚକ୍ରାନ୍ତ ଜେନା, ଅକ୍ଷୟ ଦାସ, ଭଗବାନ ମହାପାତ୍ର, ଭଗବାନ ରାଉତ, ରଞ୍ଜିତ ଛୋଟରାୟ, ଗଙ୍ଗାଧର ଦାଶ, ବିଷ୍ଣୁଚରଣ ସାମଲ, ରାଜକିଶୋର ମିଶ୍ର,ଡ ଶକ୍ତି ପ୍ରସାଦ ସାମନ୍ତରାୟ, ନଳିନୀକାନ୍ତ ଧର, ସଞ୍ଜୀବ ମହାନ୍ତି, ସୁବ୍ରତ ମଲ୍ଲିକ, ବିକ୍ରମ ଆଚାର୍ଯ୍ୟ,ଜଗନ୍ନାଥ ରାଉତ, ଚନ୍ଦ୍ରଶେଖର ଶତପଥୀ, ସୁକାନ୍ତ ଖୁଣ୍ଟିଆ,ପ୍ରଦୀପ୍ତ ରାୟ, ଭୁବନାନନ୍ଦ ବେହେରା,ନିତ୍ୟାନନ୍ଦ ବିଶ୍ବାଳ, ଫକୀରମୋହନ ପାଣି, ହୃଷିକେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମୁଖପାତ୍ର ଜଟାଧାରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

