ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ନବରଙ୍ଗପୁର,୭/୨(ମସିହା )ନବରଙ୍ଗପୁର ଜିଲ୍ଲା ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ତାରାଗାଁ ସରକାରୀ ପଞ୍ଚାୟତ ନୋଡାଲ ହାଇସ୍କୁଲ ରପ୍ରଧାନ ଶିକ୍ଷକ ଶ୍ରୀ କୁମୁଦ ନାୟକ ଙ୍କୁ ତାରାଗା ସାଧନ କେନ୍ଦ୍ର ତରଫରୁ ପାତ୍ରମୁଣ୍ଡା ଗ୍ରାମ ଠାରେ ବିପୁଳ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ନବରଙ୍ଗପୁର ସଦର ର ତେଲି ସାହି ବାସିନ୍ଦା ଅଟନ୍ତି । ସେ ନିଜର ଶିକ୍ଷକ ଜୀବନ ୧୯୮୬ ମସିହାରେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ସରଣପୁର ପ୍ରାଥମିକ ବିଦ୍ୟାଳୟ ରୁ ଆରମ୍ଭ କରି ଥିଲେ। ୩୧ ଜାନୁୟାରୀ, ୨୦୨୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩୭ ବର୍ଷ ଶିକ୍ଷକତା କରି ତାରାଗାଁ ହାଇସ୍କୁଲ ରେ ଅବସର ନେଇଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଅଞ୍ଚଳ ବାସୀ ତାଙ୍କୁ ପାତ୍ରମୁଣ୍ଡା ସ୍ଥିତ ଦେବୀ ମନ୍ଦିରରୁ ଏକ ବିରାଟ ପଟୁଆରରେ ବାଜା ବଜାଇ ନାଚଗୀତ ସହ ଗ୍ରାମ ପରିକ୍ରମା କରି ଗ୍ରାମରେ ଏକ ସଭା କରି ବିପୁଳ ମାତ୍ରାରେ ସମ୍ୱର୍ଦ୍ଧନା ଦେଇଥିଲେ ।ଅବସରପ୍ରାପ୍ତ ଶିକ୍ଷକ ଜଣେ ସମାଜସେବୀ, ପରୋପକାରୀ, ଛାତ୍ରଛାତ୍ରୀ ମାନଙ୍କୁ ଭଲ ପାଇବା, ବିଦ୍ୟାଳୟ ର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସର୍ବଦା ନିଜର ବ୍ରତ ଭାବି କାର୍ଯ୍ୟ କରି ଆସୁଥିଲେ।ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବରେ ନବରଙ୍ଗପୁର ବ୍ଲକ୍ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ,ସି ଆର ସି,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଓ ବିପୁଳ ସଂଖ୍ୟା ରେ ଅଞ୍ଚଳ ବାସୀ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ସଭାରେ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କ ପ୍ରତିମୂର୍ତି ରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପଜ୍ଵଳନ କରି ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହି ସମ୍ବର୍ଦ୍ଧିତ ସଭାରେ ଅତିଥି, ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜନିଜ ବକ୍ତବ୍ୟ ରେ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ପକ୍ଷରେ ସେ ଅବସର ପରେ ମଧ୍ୟ ଶେଷ ନିଶ୍ବାସ ଥିବା ଯାଏ ସମାଜ ସେବାରେ ନିଜକୁ ନିୟୋଜତ କରିବେ ବୋଲି କହିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ବିଜ୍ଞାନସମ୍ମତ ପାଠ୍ୟକ୍ରମ ଭିତ୍ତିକ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଗତ ବର୍ଷ ବହିରେ ଶିକ୍ଷାଦାନ କରିବା ଦାବିରେ ବିକ୍ଷୋଭ 

Sunil Chandra Nayak

ବଲାଙ୍ଗୀର ଜିଲ୍ଲା ରେ ଭାରତ ବନ୍ଦ ଡାକରା ପ୍ରଭାବ ଏସ. ସି /ଏସ. ଟି ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ବିଶାଳ ଶୋଭାଯାତ୍ରା. ଦାବିପତ୍ର ପ୍ରଦାନ 

masiha

୧- ରାୟଗଡା ଜିଲ୍ଲା ପାଇଁ ଗୌରବ ଆଣିଲେ ହାସୀନା ନାୟକ ଜାତୀୟ ପାୱାର ଲିଫ୍ଟଙ୍ଗି ରେ ସ୍ୱର୍ଣ୍ଣ ପଦ ପାଇଲେ , ୨- ଏକ ମାସ ପରେ ପମ୍ଫ ରେ ପହଁଞ୍ଚିଲା ପେଟ୍ରଲ ଓ ଡିଜେଲ, ଗାଡି ଚଡ଼ା ଦରରେ ଭରୁଥିଲେ ତେଲ 

Leave a Comment

error: Content is protected !!