ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଦିନିଆ ବର୍ଷା ବିଗାଡିଦେଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ, ଖୋଲା ଆକାଶ ତଳେ ପାଣିରେ ଭାଷୁଛି ଚାଷୀଙ୍କ ଧାନ

ଅଦିନିଆ ବର୍ଷା ବିଗାଡିଦେଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ,

ଖୋଲା ଆକାଶ ତଳେ ପାଣିରେ ଭାଷୁଛି ଚାଷୀଙ୍କ ଧାନ
ଆରଏମସି ଦୁଇ ପ୍ରତିଶତ ନେଇ ମଧ୍ୟ ସୁଧାରିପାରୁନି ଭିତ୍ତିଭୂମି ବ୍ୟବସ୍ଥା

ଜୁନାଗଡ଼,୨୬/୧୨(ମ ନି ସ)କଳାହାଣ୍ଡି ଜିଲ୍ଲାର ସବୁ ଠାରୁ ବଡ଼ ଆରଏମସି ହେଉଛି ଜୁନାଗଡ଼ ଆରଏମସି । ହେଲେ ଜୁନାଗଡ଼ ଏତେବଡ଼ ଆରଏମସି ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ମଣ୍ଡି ବ୍ୟବସ୍ଥା ସୁଧୁରି ପାରିନାହିଁ । ମଣ୍ଡିର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କ ଠାରୁ ୨ ପ୍ରତିଶତ ନେଉଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ମଣ୍ଡି ବ୍ୟବସ୍ଥା ଫେଲ ମାରିଛି । ବର୍ତ୍ତମାନ ଏବେ ଲଘୁଚାପ ଜନିତ ଅଦିନିଆ ବର୍ଷା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇଛି । ସେଡ ନ ଥିବା ଯୋଗୁଁ ଖୋଲା ଆକାଶ ତଳେ ଚାଷୀଙ୍କ କୁଇଣ୍ଟାଲ କୁଇଣ୍ଟାଲ ଧାନ ମଣ୍ଡି ରେ ଭିଝୁଛି । 

ଏପରି ଚିତ୍ର ଜୁନାଗଡ଼ ବ୍ଲକ ର ଭଇଁରିଗୁଡା ମଣ୍ଡି ଖୋଲା ଆକାଶ ତଳେ ଥିବା ବେଳେ ଅନେକ ଚାଷୀଙ୍କ ଧାନ ମଣ୍ଡି ରେ ଭିଜି ଯାଇଛି । ବର୍ତ୍ତମାନ ମଣ୍ଡି ରେ ଆଣ୍ଠୁଏ ପାଣି ଜମିଛି । ଧାନ ଭିଜି ଯାଇଥିବା ଯୋଗୁଁ ଚାଷୀ ଏବେ ଦୋ ଛକି ରେ ପଡି ଯାଇଛନ୍ତି । ଧାନ କୁ ଏବେ ଘର କୁ ନେବେ ନା ମିଲର୍ସ ନେବ ତାହା ଏବେ ସନ୍ଦିହାନ ହୋଇ ପଡିଛନ୍ତି । ବର୍ତ୍ତମାନ ମଣ୍ଡି ରେ ଧାନ ଭିଜୁଥିବା ଯୋଗୁଁ ସ୍ୱୟଂ ସହାୟକ ଗୋଷ୍ଠୀ, ପ୍ୟାକ୍ସ, ମିଲର୍ସ ଏଜେଣ୍ଟଙ୍କ କଟନି ଛଟନୀ ର ଶିକାର ହେବେ ଚାଷ।

 ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି ବା ଆରଏମସି ଗୋଲାମୁଣ୍ଡା, ଧର୍ମଗଡ଼ ଓ ଜୁନାଗଡ଼ ବ୍ଲକ କୁ ନେଇ ଗଠିତ ହୋଇଛି । ଚଳିତ ଖରିଫ ଋତୁ ଜୁନାଗଡ଼ ଆରଏମସି ପକ୍ଷରୁ ୭୮ଟି ମଣ୍ଡି ରୁ ଧାନ କ୍ରୟ କରିବା ପାଇଁ ଧାର୍ଯ୍ୟ କରାଯାଇଛି । ସେଥି ମଧ୍ୟରୁ ଜୁନାଗଡ଼ ବ୍ଲକ ରେ ୩୯ ଟି ମଣ୍ଡି ୧୨ଟି ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରୁଥିବା ବେଳେ ୨୭ଟି ମଣ୍ଡି ରେ ପ୍ୟାକ୍ସ ଧନ କ୍ରୟ କରୁଛନ୍ତି । ଗୋଲାମୁଣ୍ଡା ବ୍ଲକ ରେ ୧୭ଟି ମଣ୍ଡି ରୁ ଗୋଟିଏ ମଣ୍ଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୧୬ ଟି ମଣ୍ଡି ରେ ପ୍ୟାକ୍ସ ଧାନ କ୍ରୟ କରୁଛନ୍ତି। ସେହିଭଳି ଧର୍ମଗଡ଼ ବ୍ଲକ ରେ ୧୮ଟି ମଣ୍ଡି ମଧ୍ୟରୁ ୭ଟି ମଣ୍ଡି ରୁ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ ପାଇଁ ଚୟନ ହୋଇଥିବା ବେଳେ ୧୧ଟି ମଣ୍ଡି ରୁ ପ୍ୟାକ୍ସ ଧାନ କ୍ରୟ କରୁଛନ୍ତି। ସମୁଦାୟ ୫୯ଟି ମଣ୍ଡି ରେ ପ୍ୟାକ୍ସ ଧାନ କ୍ରୟ କରୁଥିବା ବେଳେ ୧୯ ଟି ମଣ୍ଡି ରେ ସ୍ୱୟଂ ସହାୟକ ଗୋଷ୍ଠୀ ଧାନ କ୍ରୟ କରିବା ପାଇଁ ଦାୟିତ୍ୱ ନେଇଛନ୍ତି । ସବୁଠୁ ବିଡ଼ମ୍ବନାର ବିଷୟ ଯେ ଆଜିବି ୧୩ଟି ମଣ୍ଡି ରେ ସେଡ ନାହିଁ । ମଣ୍ଡି ର ଭିତ୍ତିଭୂମି ନିର୍ମାଣ ପାଇଁ ନିୟନ୍ତ୍ରିତ ବଜାର କମିଟି ଚାଷୀଙ୍କ ଠାରୁ ୨ ପ୍ରତିଶତ ନେଇଥାନ୍ତି । ହେଲେ ପରିତାପ ର ବିଷୟ ଆଜି ଜୁନାଗଡ଼ ଆରଏମସି ଅଧୀନରେ ଥିବା ୧୩ ଟି ମଣ୍ଡି ରେ ସେଡ ନାହିଁ । ଚାଷୀ ମାନେ ଦିନ ଦିନ ଧରି ଖରା, ବର୍ଷା ଓ ଶୀତ କୁ ସାଥି କରି ଧାନ କୁ ଜଗିବସି ଥାନ୍ତି । ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତା, ଚାଷୀନେତା, ନିର୍ବାଚିତ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନ ମଧ୍ୟ ଏ ଦିଗରେ ଧ୍ୟାନ ଦିଅନ୍ତି ନାହିଁ । ଯାହା ଫଳରେ ଆଜି ବି ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ମିଲର୍ସ ମାନେ ମଧ୍ୟ ଚାଷୀଙ୍କ ଅଵସ୍ଥା ଦେଖି କଟନି ଛଟନୀ ମାଡ଼ କରି ଚାଷୀଙ୍କୁ ତଳିତଳାନ୍ତ କରିବାକୁ ଲାଗି ପଡ଼ିଥାନ୍ତି । ଏହି ସମସ୍ୟା ବର୍ଷ ବର୍ଷ ଧରି ଲାଗି ଥିବା ବେଳେ ଗତ ୨୪ ବର୍ଷ ର ବିଜେଡି ସରକାର ଏ ଦିଗରେ ଧ୍ୟାନ ଦେଲେ ନାହିଁ । ବର୍ତ୍ତମାନ ବିଜେପି ସରକାର ଓଡ଼ିଶାରେ ନିଜର ସାମ୍ରାଜ୍ୟ ଆରମ୍ଭ କରିଛନ୍ତି । ଦେଖାଯାଉ ଚାଷୀଙ୍କ ସରକାର କେତେ ଜତ୍ନବାନ ହେବ ତାହା ଦେଖିବକୁ ବାକି ରହିଲା । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ସମାଜସେବୀ ଙ୍କ ସାମାଜିକ କାର୍ଯ୍ୟକ୍ରମ 

masiha

ଜଙ୍ଗଲ ସୁରକ୍ଷା ପାଇଁ ସଚେତନତା ଶିବିର 

masiha

ୟୁଏସ୍ଆଇ ସଂଗଠନର ନିଆରା କାର୍ଯ୍ୟକ୍ରମ , ଜନ୍ମ ଦିବସ ଉପଲକ୍ଷେ ପନିପରିବା ଚାରା ବଣ୍ଟନ ଓ ଚାରାରୋପଣ

Sunil Chandra Nayak

Leave a Comment

error: Content is protected !!