ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ନୂତନ ଉନ୍ନତ ଅଭିଳାଷ ( ନୁଆ) ଓଡ଼ିଶା ଅନ୍ତର୍ଗତ କର୍ମଶାଳା ଓ ତାଲିମ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ 

ନବରଙ୍ଗପୁର ଠାରେ ନୂତନ ଉନ୍ନତ ଅଭିଳାଷ ( ନୁଆ) ଓଡ଼ିଶା ଅନ୍ତର୍ଗତ କର୍ମଶାଳା ଓ ତାଲିମ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ 

ନବରଙ୍ଗପୁର :(ତା ୨୦୧.୨.୨୦୨୪)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ଡି ପି ଆର୍ ସି ନିକଟସ୍ଥ ଦକ୍ଷତା ବିକାଶ କେନ୍ଦ୍ର ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ଉପସ୍ଥିତି ରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ତରଫରୁ ନୂତନ ଭାବେ ଆରମ୍ବ ହୋଇଥିବା “ନୂତନ ଉନ୍ନତ ଅଭିଳାଷ” ଯୋଜନା ଅନ୍ତର୍ଗତ ଏକ ଟ୍ରେଡ” ଈ କମର୍ସ ଟିମ୍ ଲିଡ”ରେ ତାଲିମ ଆରମ୍ଭ ହୋଇଯାଇଛି।ଜିଲ୍ଲାପାଳଙ୍କ ଦ୍ୱାରା ଉପସ୍ଥିତ ୩୦ ଜଣ ଟ୍ରେନିଂ ଯୁବକ ମାନଙ୍କୁ ୟୁନିଫର୍ମ, ପାଠ୍ୟ ଉପକରଣ,ବିମା ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ନବରଙ୍ଗପୁର ଜିଲ୍ଲାର ଟ୍ରେନିଂ ଯୁବକ ମାନଙ୍କୁ ତାଲିମ ସମ୍ପୂର୍ଣ କରି ଚାକିରୀ ରେ ଯୋଗ ଦେବା ପାଇଁ ଏବଂ ଚାକିରି କ୍ଷେତ୍ର ରେ ନିଜର ଦକ୍ଷତା ପ୍ରତିପାଦନ କରି ନିଜ ପରିବାରର ଆର୍ଥିକ ଉନ୍ନତି ଓ ଏକ ସଫଳ ଉପାର୍ଜନକ୍ଷମ ବ୍ୟକ୍ତିତ୍ୱର ଉଦାହରଣ ସୃଷ୍ଟି କରନ୍ତୁ ବୋଲି କହିଥିଲେ।ଏହି ସଭାରେ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଳେଇ, ପି ଏ, ଆଇ ଟି ଡି ଏ ରାଜୀବ ସାହୁ, ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ଏବଂ ଟ୍ରେନିଂ ଯୁବକ ମାନଙ୍କୁ ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ଏବଂ ଉଚ୍ଚ ଅଭିଲାଶୀ ହେବାକୁ ପରାମର୍ଶ ଦେଇଥିଲେ।

( ମ ନି ସ ) 

Related posts

ସିଲେଟପଡା ଠାରୁ କୁସୁର୍ଲା ରାସ୍ତା ଅତ୍ୟନ୍ତ ଶୋଚନୀୟ

Sunil Chandra Nayak

ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଟିକାବାଲି ଏମ ସି ଏସ ମହାବିଦ୍ୟାଳୟ ଠାରେ ଅନ୍ତଃ ଜିଲ୍ଲା ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

ଶ୍ରମ ବାହିନୀ ପକ୍ଷରୁ ଗୋଲାମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!