ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ, ଢେଙ୍କାନାଳ ଶାଖାର ଦ୍ବିତୀୟ ସାଧାରଣ ସଭା

କାମାକ୍ଷାନଗର (ମନିସ )13/8/23 //ଆଜି ରବିବାର ଦିନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ କର୍ମଚାରୀ ସଂଘ, ଢେଙ୍କାନାଳ ଶାଖାର ଦ୍ବିତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପାଶ୍ଚାତ୍ୟାଞ୍ଚଳର ଆଞ୍ଚଳିକ ମୁଖ୍ୟ ଶ୍ରୀଯୁକ୍ତ ଅମଳେନ୍ଦୁ ପଣ୍ଡା ଯୋଗ ଦେଇଥିବା ବେଳେ, ଢେଙ୍କାନାଳ ଜିଲ୍ଲାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକର ନୋଡାଲ୍ ଅଧ୍ୟକ୍ଷ ତଥା କାମାକ୍ଷାନଗର ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିଲେ । ଏହି ସଭାରେ ଓଡିଶା ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କର ଥିବା ବିଭିନ୍ନ ନ୍ୟାର୍ଯ୍ୟ ଦାବି ସଂପର୍କରେ ଆଲୋଚନା କରାଯାଇଥିଲା । ଏକତାର ସହ କାର୍ଯ୍ୟ କରିଲେ ସମସ୍ତ ଦାବି ପୂରଣ ହୋଇପାରିବ ବୋଲି ନୋଡାଲ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ମହାନ୍ତି ମତ ପ୍ରକାଶ କରିଥିଲେ । ସେହିପରି ସଂଘକୁ ମଜବୁତ୍ କରିବାକୁ ହେଲେ ସମସ୍ତଙ୍କର ସହଯୋଗ ଓ ସହାୟତା ନିହାତି ଦରକାର ବୋଲି ଆଞ୍ଚଳିକ ମୁଖ୍ୟ ଶ୍ରୀଯୁକ୍ତ ପଣ୍ଡା ମତ ପ୍ରକାଶ କରିଥିଲେ। ଶିକ୍ଷକ ମାନସ ପାଣିଗ୍ରାହୀ ମଞ୍ଚ ପରିଚାଳନା କରିଥିବା ବେଳେ, ସଭା ଶେଷରେ ସଂଘର କୋଷାଧ୍ୟକ୍ଷା ଏଲିନା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ଗୁରୁପଦାରବିନ୍ଦ ରାଉତ, ସୁଶାନ୍ତ ସାହୁ, ବିଶ୍ବଜିତ୍ ସ୍ବାଇଁ, ଦେବେନ୍ଦ୍ର ସେନ୍‌, ଅଜିତ୍‌ ମିର୍ଦ୍ଧା ପ୍ରମୁଖ ଯୋଗଦାନ କରିଥିଲେ । ଏହି ସଭାରେ ଢେଙ୍କାନାଳ ଜିଲ୍ଲାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟଗୁଡିକର ୪୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ

masiha

ବହୁ ଚର୍ଚ୍ଚିତ କୋଏଲ ବାରେଜ ପରିଦର୍ଶନ କଲେ ବିଧାୟକ ଦୂର୍ଗା ଚରଣ ତନ୍ତୀ 

masiha

ଏଫଏମୟୁରେ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ଉଦଘାଟିତ

masiha

Leave a Comment

error: Content is protected !!