ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ, ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ନଜର

ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ, ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଡ଼ା ନଜର

ନୂଆପଡ଼ା,୨୧.୧୧.(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲା ସଡ଼କ ସୁରକ୍ଷା କମିଟିର ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ସଡ଼କ ଦୁର୍ଘଟଣା ହ୍ରାସ, ଟ୍ରାଫିକ୍ ନିୟମର କଡ଼ା ଅନୁପାଳନ ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ନିୟମିତ ଯାଞ୍ଚ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ବୈଠକ ଆରମ୍ଭରେ ଅଧୀକ୍ଷଣ ଯନ୍ତ୍ରୀ ଆର୍‌ ଆଣ୍ଡ ବି ଖଡ଼ିଆଳ ଶଶାଙ୍କ ଶେଖର ଶୁକ୍ଲା ଉପସ୍ଥିତ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ବୈଠକର କାର୍ଯ୍ୟସୂଚୀ ଏବଂ ପୂର୍ବ ବୈଠକର ନିଷ୍ପତ୍ତିଗୁଡ଼ିକର ଅନୁପାଳନ ରିପୋର୍ଟ ଉପସ୍ଥାପନ କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଭାରୀ ଯାନବାହନ ଚଳାଚଳ ସମ୍ପର୍କିତ କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ (RTO)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇରିଗେସନ୍ ଛକ ଓ ତେଲିପଡ଼ା ଛକଠାରେ ନୂତନ ଟ୍ରାଫିକ୍ ପୋଷ୍ଟ ସ୍ଥାପନ ନିମନ୍ତେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ମିଳିତ ଯାଞ୍ଚ ସମ୍ପନ୍ନ ହୋଇଥିବା ସୂଚନା ଦିଆଯାଇଥିଲା। ସେହିପରି, ଘାଟିପଡ଼ା ହେଲମେଟ୍ ହବ୍‌କୁ ମୁଖ୍ୟ ଛକକୁ ସ୍ଥାନାନ୍ତର କରାଯାଇଥିବା ମଧ୍ୟ ଅବଗତ କରାଯାଇଥିଲା।

‘ନୋ ହେଲମେଟ୍, ନୋ ପେଟ୍ରୋଲ’ ନିୟମର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ନିୟମିତ ଯାଞ୍ଚ ଜାରି ରଖିବା ସହ ମଦ୍ୟପାନ କରି ଗାଡ଼ି ଚାଳନା ଓ ହେଲମେଟ୍ ବିନା ଗାଡ଼ି ଚାଳନା ବିରୋଧରେ କଡ଼ାକଡ଼ି ଯାଞ୍ଚ ଓ ଏନ୍‌ଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେବା ସଂକଳ୍ପ ଅଭିଯାନ ଅଧୀନରେ RTO ପକ୍ଷରୁ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା।

ଏହି ଅବସରରେ ସେବା ସଂକଳ୍ପ ଅଭିଯାନ ଅଧୀନରେ ଅକ୍ଟୋବର ୧୩ ତାରିଖରେ ଆୟୋଜିତ ‘Young Minds – Slogan and Painting Competition’ର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ଜ୍ଞାନଜ୍ୟୋତି କେ.ଆର୍. ବିଦ୍ୟାଳୟ, ନୂଆପଡ଼ାର ରଶ୍ମିତା ମାଝୀ ପ୍ରଥମ, ନ୍ୟାସନାଲ ହାଇସ୍କୁଲ, ନୂଆପଡ଼ାର ନିଶି ମାଝୀ ଦ୍ୱିତୀୟ ଓ କେ.ଏନ୍. କିଡ୍ସ ପବ୍ଲିକ୍ ସ୍କୁଲ, ନୂଆପଡ଼ାର ଅର୍ଣ୍ଣିକା ଗୁପ୍ତା ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି, ସ୍ଲୋଗାନ୍ ପ୍ରତିଯୋଗିତାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ଡଲି ବିଶି ପ୍ରଥମ, ଜ୍ଞାନଜ୍ୟୋତି କେ.ଆର୍. ବିଦ୍ୟାଳୟର କାଞ୍ଚନ ପ୍ରଭା ସାହୁ ଦ୍ୱିତୀୟ ଓ କେନ୍ଦ୍ରୀୟ ବିଦ୍ୟାଳୟ, ନୂଆପଡ଼ାର ବର୍ଷା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।

ଏହାସହ ଅଟଳ ବସ୍‌ଷ୍ଟାଣ୍ଡ ସମ୍ପର୍କିତ ନୋଡାଲ୍ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇ ବସ୍‌ଷ୍ଟାଣ୍ଡର ପରିଚାଳନା ଓ ଆନୁଷଙ୍ଗିକ ବିଷୟଗୁଡ଼ିକର ସମୀକ୍ଷା କରାଯାଇଥିଲା।

ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ସୂର୍ମୀ ସୋରେନ, ଅବକାରୀ ଅଧୀକ୍ଷକ ସଂଘମିତ୍ରା ପ୍ରଧାନ, ଡିଆଇବି ଡେପୁଟି ଏସ୍‌ପି ରମାକାନ୍ତ ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ମୁଖ୍ୟ ଜିଲ୍ଲା ପଶୁଚିକିତ୍ସା ଅଧିକାରୀ ଡ. ସୁଖେନ୍ଦୁ ରାୟ, ଏମ୍‌ଭିଆଇ ଉପେନ୍ଦ୍ର ପୁଷିକା, ନୂଆପଡ଼ା, ଖଡ଼ିଆଳ ଓ ଖରିଆର ରୋଡ୍ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ସଡ଼କ ସୁରକ୍ଷା କମିଟିର ସଦସ୍ୟବୃନ୍ଦ, ବିଭିନ୍ନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related posts

ଗୋଲାମୁଣ୍ଡାଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

ବର୍ଷା ରେ ଭୁଷଡ଼ିଲା କଚା ଘର, ଅଳ୍ପ କେ ଭର୍ତ୍ତିଗଲେ ପରିବାର

Sunil Chandra Nayak

ଆମ ହସ୍ପିଟାଲ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ଅଭାସି ମାଧ୍ୟମରେ କଲେ ଉଦ୍ଘାଟନ…

masiha

Leave a Comment

error: Content is protected !!