ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ତ ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ

ଅନ୍ତ ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ          

ରାଇଘର,୧/୧୨(କିରଣ ପଟ୍ଟନାୟକ ) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରିସର ରେ ଥିବା ମଣ୍ଡେଇ ମଞ୍ଚ ଠାରେ ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶୁକ୍ରବାର ସକାଳେ ଏକ ଶୋଭାଯାତ୍ରା ରେ ବାହାରି ବଜାର ପରିକର୍ମା ଥିଲେ। ତାପରେ ମଣ୍ଡେଇ ମଞ୍ଚ ଠାରେ ଏକ ସଭାର ଅୟୋଜନ ହୋଇଥିଲା ଏହି ସଭାରେ ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଈଶ୍ୱର ମାଝୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଶିବିର ରେ ମୂଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ନବିନା ନାୟକ , ସମ୍ମାନନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ନାନାର ଖରା, ଖଗେଶ୍ବର ହରିଜନ, ଅବସର ପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ବାରିକ, ଅଭିମନ୍ୟୁ ଡାକୁଆ ପ୍ରମୁଖଙ୍କ ଉପସ୍ଥିତ ରେ ପ୍ରଦିପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ। । ଅତିଥି ମାନେ ଭିନ୍ନ କ୍ଷମ ଛାତ୍ରୀ ଛାତ୍ର ସମାଜ ରେ ସମ୍ମାନ ସହ ସମାନ ଭାବରେ ସାମିଲ୍ ହୋଇ ରହିପାରିବେ। ତଥା ପିତା ମାତା , ପାରିବାର ର ସମସ୍ତ ସଦସ୍ୟ ତଥା ସରକାରଙ୍କ ସମସ୍ତ ସୁବିଧା ଏବଂ ସେମାନଙ୍କ ଭୂମିକା ଉପରେ ଉପରେ ଆଲୋକପାତ କରିଥିଲେ। ଏହା ପରେ ଦିବ୍ୟାଙ୍ଗ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଯଥା ଚିତ୍ରାଙ୍କନ ପ୍ରତିଯୋଗିତା , ନାଚ ଗୀତ , ଆଦି ଅନୁଷ୍ଟିତ ହୋଇ କୃତି ଛାତ୍ର ଛାତ୍ର ମାନଂକୁ ପୁରଷ୍କୃତ କରଯାଇଥିଲା। ଶିକ୍ଷକ ଅଭିରାମ ଲେଙ୍କା ମଞ୍ଚ ପରିଚାଳନା କରିଥିବା ବେଳେ ବ୍ଲକ ର ବହୁ ଶିକ୍ଷୟତ୍ରୀ ଶିକ୍ଷକ , ସି ଆର ସି ସି, ଓ ଆଇ ଇ ଭି ସରୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଏହି ଶିବିର କୁ ସହଯୋଗ କରିଥିଲେ। ବହୁ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ଙ୍କ ସହ ଅଭିଭାବକ ଉପସ୍ଥିତ ଥିଲେ। ଗୋଷ୍ଟି ସମ୍ବଳ ଶିକ୍ଷକ ଶୁକଦେବ ମଲିକ କାର୍ଯ୍ୟକର୍ମ ର ଉଦେଶ୍ୟ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଲୋକଙ୍କ ଦୁଆର ମୁହଁରେ ପହଞ୍ଚିବ ପ୍ରଶାସନ : ଲୋକଙ୍କୁ ମିଳିବ ସରକାରୀ ସୁବିଧା, ଲାଞ୍ଜିଗଡ ବ୍ଲକସ୍ତରୀୟ ମନରେଗା ଜନଶୁଣାଣି ଶିବିର ଅନୁଷ୍ଠିତ

masiha

5 ଟି ବିଦ୍ୟାଳୟ କାନ୍ଥ ରେ ଜନହିତକର ବାର୍ତ୍ତା 

masiha

ସହିଦ ଦିବସ ଉପଲକ୍ଷେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଦୁଇ ମିନିଟର ନୀରବ ପ୍ରାର୍ଥନା ଅନୁଷ୍ଠିତ 

masiha

Leave a Comment

error: Content is protected !!