ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ଠାରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ 

ରୁପ୍ରା, ୧/୧୨ (ମନିସ) : ନର୍ଲା ବ୍ଲକ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରୁପ୍ରା ଠାରେ ‘ନୂଆ – ଓ ଯୁବ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ଉପରେ ଆଜି ଅପରାହ୍ନରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ତପନ ଦାସଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଏକ ସପ୍ତାହ ବ୍ୟାପୀ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଓଡିଶା ସରକାରଙ୍କ ଉକ୍ତ ନୂତନ ଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଖେଳକୂଦ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ ଚଳିତ ମାସ ଦ୍ବିତୀୟ ସପ୍ତାହରେ  ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ଦାସ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ କାଳୀଚରଣ ମହାପାତ୍ର ଓ ସୁଧିର ପଣ୍ଡା, ଅଧ୍ୟାପିକା ମମତା ମଞ୍ଜରୀ ପ୍ରଧାନ, ପିଇଟି ନାରାୟଣ ନାଏକ, କର୍ମଚାରୀ ପ୍ରିୟବ୍ରତ ସାହୁ, ନରେନ୍ଦ୍ର କରୁଆଁ, ଯୁବରାଜ ବାଗ, ଗୁରୁଦେବ ସାହୁ, ଥବିର ସାହୁ, କେଶବ ସାହୁ, ଗଣ୍ଡାରାମ ସାହୁ ଓ ହୃଷିକେଶ ଗୌଡ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। 

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

Sunil Chandra Nayak

ମୋ ଘର ପାଇଁ ଭିଏଲଇ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ

କାଶୀପାଣି ଗାଁ ରେ ସିର୍ପା ସୋଳେ ( ପୁରସ୍କାର ଭୋଜିଖିଆ) କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!