ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦକ୍ଷିଣୀ ଶୌଣ୍ଡିକ ସାଂସ୍କୃତିକ ସମାଜର ବ୍ଲକ୍ ପରିଚାଳନା କମିଟି ଗଠନ

ରୁପ୍ରା, ୭/୫ (ମନିସ) : ନର୍ଲାବ୍ଲକ୍ ଦକ୍ଷିଣୀ ସାଂସ୍କୃତିକ ସମାଜର ବ୍ଲକ୍ ସ୍ତରୀୟ ପରିଚାଳନା କମିଟି ଗଠନ ଆଜି ନର୍ଲା ସ୍ଥିତ ଡାକ ବଙ୍ଗଳା ଠାରେ ସମାଜର ବିଶିଷ୍ଟ ସଦସ୍ୟ ତଥା ଆଇନଜୀବୀ କୁବେର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ଲକ୍ ଅଧିନ ବିଭିନ୍ନ ଗ୍ରାମରୁ ଦକ୍ଷିଣୀ ଶୌଣ୍ଡିକ ସସାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ। ଗତ ଏପ୍ରିଲ ମାସରେ କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଠାରେ ଦକ୍ଷିଣୀ ଶୌଣ୍ଡିକ ସାଂସ୍କୃତିକ ମହାସଂଘର ମହାସଭା ଅନୁଷ୍ଠିତ ହୋଇସାରିଥିବାରୁ ଉକ୍ତ ମହାସଭାର ଆୟବ୍ୟୟ ସମ୍ବନ୍ଧେ ପ୍ରାରମ୍ଭରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ପରେ ସମାଜର ବିଭିନ୍ନ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ଏକ ପରିଚାଳନା କମିଟି ଗଠନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। କମିଟି ଗଠନ ନିମନ୍ତେ ସ୍ଥିରୀକୃତ ହେବାରୁ ସମାଜର ବରିଷ୍ଠ ସଦସ୍ୟ ଉଦ୍ଧବ ସାହୁଙ୍କ ପ୍ରସ୍ତାବ ଓ ପ୍ରକାଶ ଚନ୍ଦ୍ର ସାହୁଙ୍କ ସମର୍ଥନ କ୍ରମେ ବରିଷ୍ଠ ଆଇନଜୀବୀ କୁବେର ଚନ୍ଦ୍ର ସାହୁଙ୍କୁ ପୁଣିଥରେ ସଭାପତି ଭାବେ ଚୟନ କରାଯାଇ ଥିଲା, ସେହିପରି ଉପସଭାପତି ଭାବେ ଭଗବାନ ସାହୁ, ସମ୍ପାଦକ ପର୍ଶୁରାମ ସାହୁ, ସହ ସମ୍ପାଦକ ଚଣ୍ଡିଦାସ ସାହୁ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ଯୁବ ସଭାପତି ସରୋଜ ସାହୁ, ଯୁବ ଉପସଭାପତି କୁମୁଦ କିଶୋର ସାହୁ, ଯୁବ ସମ୍ପାଦକ ରୁଦ୍ର ପ୍ରସାଦ ସାହୁ, ଯୁବ ସହ ସମ୍ପାଦକ ଭଗବାନ ସାହୁ ପ୍ରମୁଖ ମନୋନୀତ ହୋଇଥିବା ବେଳେ ଉପଦେଷ୍ଟା ଭାବରେ ସମାଜର ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଅଜୟ କୁମାର ସେନାପତି, ପ୍ରଶାନ୍ତ ସେନାପତି, ଉଦ୍ଧବ ସାହୁ, ମଦନ ସାହୁ, କୁଳମଣି ସାହୁ, ରୋହିତ ସାହୁ ଓ ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ମନୋନୀତ ହୋଇଛନ୍ତି। ଉକ୍ତ ବୈଠକରେ ହେମସାଗର ସାହୁ, ଚୈତନ୍ୟ ସାହୁ, ଟୁକୁଚନ୍ଦ୍ର ସାହୁ, ପ୍ରଦୀପ ସାହୁ, ଟୁକୁଲାଲ୍ ସାହୁ, ଦେବାର୍ଚ୍ଚନ ସାହୁ, ମୋତିରଞ୍ଜନ ସାହୁଙ୍କ ସମେତ ଦକ୍ଷିଣୀ ଶୌଣ୍ଡିକ ସସାଜର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜିଲ୍ଲାରେ ଅଣସଂକ୍ରାମକ ରୋଗର ପ୍ରତିରୋଧ, ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଜିଲ୍ଲା ସ୍ତରୀୟ ବୈଠକ 

masiha

ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଳକ ବିଭିନ୍ନ ସମସ୍ୟା ଘେରରେ ଜର୍ଜରିତ

Sunil Chandra Nayak

ବ୍ଲକ କର୍ମଚାରୀଙ୍କ ପୁଣି କାର୍ଯ୍ୟ ବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!