ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ଙ୍କ ମାତୃ ବିୟୋଗ

ନୂଆପଡା //  ନୂଆପଡା ଜିଲ୍ଲା ଖଡ଼ିଆଳ ଶାନ୍ତିନଗର ବାସିନ୍ଦା ସାମ୍ବାଦିକ ଯୋଗେଶ୍ୱର ସଗରିଆଙ୍କ ମା ପ୍ରମିଳା ସଗରିଆଙ୍କ (୮୦) ବର୍ଷରେ ବିୟୋଗ ହୋଇ ଯାଇଛି । ସେ ଜଣେ ମିଷ୍ଠ ଭାଷି, ଆଧ୍ୟାତ୍ମିକ ପ୍ରେମୀ ଓ ସରଳ ବିଶ୍ୱାସୀ ମହିଳା ଥିଲେ । ଗ୍ରାମର ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଭାବରେ ସାମିଲ ହୋଇ ସହଯୋଗ କରୁଥିଲେ । ସେ କୋଡିଏ ବର୍ଷ ହେବ ଖଡ଼ିଆଳ ଶାନ୍ତି ନଗର ଠାରେ ନିଜ ଘରେ ରହି ଆସୁଥିଲେ । ତାଙ୍କ ମୃତ୍ୟୁ ସମୟରେ ଝିଅ, ଜ୍ବାଇଁ, ନାତି, ନାତୁଣୀ ସମେତ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିବାବେଳେ ଜ୍ୟେଷ୍ଠ ପୁତ୍ର ନରହରି ସଗରିଆ ପୌତୃକ ଗ୍ରାମ କୁଶମାଲ ସ୍ମଶାନ ଘଟରେ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ପରିଚିତ ମହଲରେ ଶୋକ ଛାୟା ଖେଳିଯାଇଛି । ନୂଆପଡା ଜାନ ସାମ୍ବାଦିକ ସଙ୍ଘ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସୂଚନା ପ୍ରଦାନକାରୀଙ୍କ ପାଇଁ ରହିଛି ୨୫ ହଜାର ପୁରସ୍କାର ଲିଙ୍ଗ ନିରୂପଣ କରୁଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ରାୟଗଡାରେ ସୁଭଦ୍ରା ଶକ୍ତିମେଳାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ଦକ୍ଷିଣୀ ଶୌଣ୍ଢିକ ସମାଜର ପୂର୍ବତନ ସଭାପତିଙ୍କ ଶ୍ରଦ୍ଧାଞ୍ଜଳୀ ସଭା

masiha

Leave a Comment

error: Content is protected !!