ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱନାଥପୁର ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ବିଶ୍ୱନାଥପୁର ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଲାଞ୍ଜିଗଡ, ୦୩/୦୯(ମନିସ)-ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ମନୋରଞ୍ଜନ ବିଶିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ବର୍ଷ ପୂଜନୋତ୍ସବକୁ ସରସ ସୁନ୍ଦର କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ଅବସରରେ କମିଟିର ନୂତନ ସଭାପତି ଭାବେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଙ୍କୁ ମନୋନୀତ କରାଯାଇଥିବାବେଳେ ଉପସଭାପତି ଭାବେ ହରିହର କୁମାର, ସାଧାରଣ ସଂପାଦକ ଭାବେ ଅନନ୍ତରାମ ପ୍ରଧାନୀ, ସହ ସଂପାଦକ ଭାବେ କିଶୋର ହରପାଲ, କୋଷାଧ୍ୟକ୍ଷ ଭାବେ ସୁବାସ ନାଏକ, ସହ କୋଷାଧ୍ୟକ୍ଷ ଭାବେ ଜିତେନ୍ଦ୍ର କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା। ଏଥର ଦୁର୍ଗାପୂଜାରେ ଆକର୍ଷଣୀୟ ମେଢ଼ ଓ ମଣ୍ଡପ ସହିତ ସାଜସଜ୍ଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ନୂତନ କର୍ମକର୍ତ୍ତାଙ୍କ ତରଫରୁ ପ୍ରକାଶ ପାଇଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଦୁଇ ଦିନିଆ ନେତୃତ୍ୱ ଓ ତଦାରଖ ବିକାଶ ତାଲିମ ଶିବିର ଉଦଯାପିତ

masiha

ବହୁଭାଷୀ ନାଟକ ମହୋତ୍ସବ ପାଇଁ ସାମ୍ବାଦିକ ସମ୍ମିଳନୀ ୮ ରୁ ୧୧ ପର୍ଯ୍ୟନ୍ତ ପ୍ରୟାସ ନାଟକ ମହୋତ୍ସବ 

masiha

ବାମନଘାଟୀ ପ୍ରେସ୍ କ୍ଲବ ଆନୁକୁଲ୍ୟରେ ବିଶ୍ୱ ପ୍ରେସ୍ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!