ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ସରକାରଙ୍କ ପେଟେଣ୍ଟ ଡିଜାଇନରେ ଡକ୍ଟର ଘନଶ୍ୟାମ ବେହେରାଙ୍କ ନାମ ପଞ୍ଜିକୃତ

ଭାରତ ସରକାରଙ୍କ ପେଟେଣ୍ଟ ଡିଜାଇନରେ ଡକ୍ଟର ଘନଶ୍ୟାମ ବେହେରାଙ୍କ ନାମ ପଞ୍ଜିକୃତ

  ଭବାନୀପାଟଣା,୦୨/୦୯: ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର କର୍ମଚାରୀମାନେ ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ବିଶ୍ଵବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ‘ସିଲ୍କ ନାନୋଜେଲ ଇଞ୍ଜେକ୍ଟର ଡିଭାଇସ୍ ଫର କଣ୍ଟ୍ରୋଲଡ୍ ଆଣ୍ଡ ଟାର୍ଗେଟଡ୍ ଡ୍ରଗ ଡେଲିଭରି’ ସହ ସମ୍ବନ୍ଧିତ ପେଟେଣ୍ଟ ଡିଜାଇନରେ ପଞ୍ଜିକୃତ ହୋଇଥିବା ଦଶ ଜଣ ବିଶେଷଜ୍ଞଙ୍କ ମଧ୍ଯରୁ କଳାହାଣ୍ଡି ଜିଲ୍ଲାର ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟସ୍ଥିତ ଉଦ୍ଭିଦବିଜ୍ଞାନ ବିଭାଗର ମୁଖ୍ଯ ଡକ୍ଟର ଘନଶ୍ୟାମ ବେହେରାଙ୍କ ନାମ ମଧ୍ଯ ପ୍ରକାଶିତ ହୋଇଛି । ପଞ୍ଜିକରଣର ସ୍ମାରକ ସ୍ବରୂପ ତାଙ୍କୁ ଏକ ପ୍ରମାଣ ପତ୍ର ମଧ୍ଯ ମିଳିଅଛି । ଏ ଖବର ପ୍ରଚାରିତ ହେବାପରେ ବିଶ୍ଵବିଦ୍ୟାଳୟରେ ଖୁସିର ଲହରୀ ଖେଳିଯାଇଛି । ସମସ୍ତେ ଶ୍ରୀ ବେହେରାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୂଚନା ଥାଉ କି ପୂର୍ବରୁ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସ୍ବର୍ଗତ କର୍ଣ୍ଣେଲ ପ୍ରଫେସର ସଞ୍ଜୟ କୁମାର ଶତପଥି ‘ଚତୁର୍ଥ ମାଙ୍କଡ’ ପାଇଁ କପି ରାଇଟ ପାଇଥିଲେ । ବର୍ତ୍ତମାନ ଶ୍ରୀ ବେହେରା ପେଟେଣ୍ଟ ଡିଜାଇନ ସହିତ ଯୋଡି ହୋଇଛନ୍ତି । ଏହା ବିଶ୍ୱବିଦ୍ୟାଳୟ ପାଇଁ ଭାରତ ବର୍ଷରେ ସମ୍ମାନ ଓ ପରିଚୟ ସୃଷ୍ଟି କରି ଗୌରବ ଆଣିଦେଇଛି । ସିଲ୍କ ନାନୋଜେଲ୍ ଇଞ୍ଜେକ୍ଟର ଡିଭାଇସ୍ ହେଉଛି ଏକ ନୂତନ ପ୍ଲାଟଫର୍ମ, ଯାହା ନିୟନ୍ତ୍ରିତ ଓ ଲକ୍ଷ୍ୟଭିତ୍ତିକ ଔଷଧ ପ୍ରଦାନ ପାଇଁ ବ୍ୟବହୃତ ହୁଏ। ସିଲ୍କ ଫାଇବ୍ରୋଇନ୍ ଆଧାରିତ ନାନୋଜେଲ୍ ବ୍ୟବହାର କରି ଔଷଧର ଗୁଣାତ୍ମକ ମାନ ବୃଦ୍ଧି କରାଯାଇପାରେ । ଏହାର ଜୀବସହିଷ୍ଣୁତା, ଜୀବ-ବିଳୟନଶୀଳତା ଓ ସମନ୍ୱୟଶୀଳ ଯାନ୍ତ୍ରିକ ଶକ୍ତି ଥାଏ, ଯାହା ନିରାପଦ ଔଷଧର ପ୍ରୟୋଗକୁ ସୁନିଶ୍ଚିତ କରେ । ଏହି ଇଞ୍ଜେକ୍ଟର ରୋଗାକ୍ରାନ୍ତ ତନ୍ତ୍ରକୁ ସିଧାସଳଖ ଔଷଧ ଦେଇ ସାରା ଶରୀରରେ ହେବାକୁଥିବା ପ୍ରତିକୂଳ ପ୍ରଭାବକୁ କମାଇଥାଏ ଓ ଚିକିତ୍ସାକୁ ଅଧିକ କାର୍ଯ୍ଯକ୍ଷମ କରେ। ଏହାର ନାନୋ-ସ୍ତରୀୟ ଗଠନ ଦ୍ୱାରା ବିଭିନ୍ନ ପ୍ରକାର ଔଷଧ ପ୍ରୋଟିନ୍, ପେପ୍ଟାଇଡ୍ ଓ ସ୍ମଲ୍ ମଲିକ୍ୟୁଲ୍ କୁ ସହଜରେ ଗୋଟେଇ ଆବଦ୍ଧ କରାଯାଇ ଦୀର୍ଘକାଳୀନ ଓ ସ୍ଥାୟୀତ୍ୱ କରାଯାଇଥାଏ । ଏହି ପ୍ରଣାଳୀ କ୍ୟାନ୍ସର ଚିକିତ୍ସା, ଶାରୀରିକ କ୍ଷତ ଓ ପ୍ରତ୍ୟାରୋପଣ ଚିକିତ୍ସାରେ ବିଶେଷ ଉପକାରୀ । କାରଣ ଏହା ସଠିକ୍ ଭାବରେ ଔଷଧ ପ୍ରଦାନ କରି କମ୍ ଆକ୍ରାମକ ଉପାୟରେ ରୋଗୀଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ଉନ୍ନତ କରେ।

( ମ ନି ସ )

Related posts

କଳେଇପୋଷ ଧର୍ମ କଣ୍ଟା ଦୁଇ ଶହ ମିଟର ରାସ୍ତା ପାଲଟିଛି ମରଣାନ୍ତକ 

Sunil Chandra Nayak

ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓଙ୍କୁ ଭେଟିଲେ ଗୁଣୁପୁରର ବିଜେପି କାର୍ଯ୍ୟକର୍ତ୍ତା

masiha

କାମାକ୍ଷାନାଗାର ରେ ବଜ୍ରାଘାତ ଘଟି ୫ ଗୁରୁତର

masiha

Leave a Comment

error: Content is protected !!