ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

ଜୁନାଗଡ଼,୨୨ /୧(ମ ନି ସ) ଜୁନାଗଡ଼ ବ୍ଲକ ବଳଦିଆମାଲ ଠାରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ସରପଞ୍ଚ ଅର୍ଚନା ମେହେର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବିତା ମେହେର, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ୍ୟା ସୁଧିରା ମେହେର , ,ସରପଞ୍ଚ ଜ୍ଞାନରଞ୍ଜନ ମେହେର, , ଶ୍ରୀବଚ୍ଛ ମେହେର, ସୁଧାକର ମେହେର, ପ୍ରଦ୍ୟୁମ୍ନ ମେହେର, ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ବିଭାଗ ତରଫରୁ ବିଭାଗୀୟ ସଚେତନତା କରାଯାଇଥିଲା। ପଞ୍ଚାୟତ ସମେତ ଆଖ ପାଖ ପୁରୁଷ ମହିଳା ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ବିଭିନ୍ନ ପ୍ରତିଯୋଗୀତାରେ କୁତ୍ରି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଚେତନାତା କାର୍ଯ୍ୟକ୍ରମ ଓ ନାଚଗୀତ ହୋଇଥିଲା। ପଞ୍ଚାୟତ ସ୍ତରୀୟ କାର୍ଯ୍ୟକ୍ରମ ହେଲେ ମଧ୍ୟ ଲୋକଙ୍କ ଗହଳି ଦେଖି,ଏହା ଏକ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ଭଳି ଲାଗୁଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ବଞ୍ଚିତ ହିତାଧୀକାରୀ ବିଭିନ୍ନ ଯୋଜନା ପାଇଁ ଆବେଦନ କରିଥଲେ। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସହିତ ପଞ୍ଚାୟତ କାଯ୍ୟ ନିର୍ବାହୀ ଅଧିକାରୀ ନରେନ୍ଦ୍ର ରାଉତ, ସରପଞ୍ଚ ପ୍ରତିନିଧି ଧର୍ମେନ୍ଦ୍ର ମେହେର,ଯୋଗାଣ ସହାୟକ ଜ୍ୟୋତି ରଞ୍ଜନ ମେହେର ପ୍ରମୁଖ ପଞ୍ଚାୟତ କର୍ମଚାରୀ ୱାର୍ଡ ସଭ୍ୟ ସଭ୍ୟା ଓ ସ୍ଥାନୀୟ ଯୁବ ଗୋଷ୍ଠି ସକ୍ରିୟ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ମେଗା ଜଳ ଯୋଗାଣ ପ୍ରକଳ୍ପ :ପାଣି ଯୋଗାଇବ କେବେ ଠିକଣା ନାହିଁ ଏପଟେ ପାଇପ ବିଛାଇବା ରେ ରାସ୍ତାଘାଟ ବେହାଲ କରି ଛାଡି ଦେଉଛି

Sunil Chandra Nayak

ଆଜି ବନ୍ଧୁଗାଁର ଅନେକ ସ୍ଥାନରେ ଯୋଗ ଦିବସ ପାଳନ

Sunil Chandra Nayak

ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!