ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ,ଢେଙ୍କାନାଳରେ ବିଶ୍ବ ଜଳାତଙ୍କ ଦିବସ -୨୦୨୬ ପାଳିତ

ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ,ଢେଙ୍କାନାଳରେ ବିଶ୍ବ ଜଳାତଙ୍କ ଦିବସ -୨୦୨୬ ପାଳିତ

ଢେଙ୍କାନାଳ,ତା.୩୦.୦୯.୨୦୨୬ ରିଖ : ନିକଟରେ ଢେଙ୍କାନାଳ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଅଧିନରେ ବିଶ୍ୱ ଜଳାତଙ୍କ ଦିବସ ଅବସରରେ ଜଳାତଙ୍କ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି,ପ୍ରାଣୀମାନଙ୍କୁ ଟିକାକରଣ ଏବଂ ସମାଜରେ ଜଳାତଙ୍କ ପ୍ରତିରୋଧ ସମ୍ପର୍କିତ ସଚେତନ‌ତା ବୃଦ୍ଧି ଉଦ୍ଦେଶ୍ୟରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ଜଳାତଙ୍କ ପ୍ରତିରୋଧୀ ଟିକାକରଣ ଶିବିର ଆୟୋଜିତ ହୋଇଥିଲା।ଏହି ଅବସରରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ପରିସରରେ ଆୟୋଜିତ ଟିକାକରଣ ଶିବିରରେ ପୋଷା କୁକୁରଙ୍କ ସହିତ ବୁଲା କୁକୁରମାନଙ୍କୁ ମଧ୍ଯ ଜଳାତଙ୍କ ପ୍ରତିରୋଧୀ ଟିକା ପ୍ରଦାନ କରାଯାଇଥିଲା।ଜଳାତଙ୍କ ରୋଗର ସଂକ୍ରମଣକୁ ରୋକିବା ଦିଗରେ କୁକୁରମାନଙ୍କର ନିୟମିତ ଟିକାକରଣ ଏକ ଅତ୍ୟନ୍ତ ପ୍ରଭାବଶାଳୀ ପ୍ରତିରୋଧମୂଳକ ପଦକ୍ଷେପ ବୋଲି ଏହି ଅବସରରେ ସଚେତନ କରାଯାଇଥିଲା।ଏହା ସହିତ ଢେଙ୍କାନାଳ ସଦର ବ୍ଲକ୍ ର ୧୦ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ନେଇ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।୨,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଯୋଗଦେଇଥିଲେ।ସଚେତନତା ଶିବିରରେ ଜଳାତଙ୍କ ରୋଗର କାରଣ,ସଂକ୍ରମଣର ମାଧ୍ଯମ,ଲକ୍ଷଣ ଓ ଚିହ୍ନ,ଚିକିତ୍ସା,ପ୍ରତିରୋଧ ଏବଂ ନିୟନ୍ତ୍ରଣ ବିଷୟରେ ବିସ୍ତୃତ ତଥ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଅବଗତ କରାଯାଇଥିଲା।ବିଶେଷ କରି କୁକୁର କାମୁଡ଼ିବା ବା କୌଣସି ସନ୍ଦିଗ୍ଧ ପ୍ରାଣୀ ସହିତ ସଂସ୍ପର୍ଶ ହେବା ପରେ ତୁରନ୍ତ କ୍ଷତସ୍ଥାନକୁ ସାବୁନ ଓ ପ୍ରବାହିତ ପାଣିରେ ଅତି କମରେ ୧୫ ମିନିଟ୍ ଧରି ଭଲ ଭାବରେ ଧୋଇବା ଏବଂ ବିଳମ୍ବ ନ‌କରି ନିକଟସ୍ଥ ସାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଙ୍କ ପରାମର୍ଶ ନେଇ ଆବଶ୍ୟକ ଟୀକାକରଣ ଗ୍ରହଣ କରିବା ସମ୍ପର୍କରେ ବିଶେଷ ଭାବେ ସଚେତନ କରାଯାଇଥିଲା।ଜଳାତଙ୍କ ଏକ ମାରାତ୍ମକ ଭୂତାଣୁଜନିତ ରୋଗ ହୋଇଥିଲେ ମଧ୍ୟ ଏହାକୁ ସଠିକ୍ ସମୟରେ ଉପଯୁକ୍ତ ପଦକ୍ଷେପ ଦ୍ବାରା ପ୍ରତିରୋଧ କରାଯାଇପାରେ।ଜଳାତଙ୍କ ସମ୍ପର୍କିତ ବିଭିନ୍ନ ଅନ୍ଧବିଶ୍ବାସ ଓ ଭୁଲ ଧାରଣାକୁ ଦୂର କରି ବୈଜ୍ଞାନିକ ତଥ୍ୟ ଆଧାରରେ ଆବଶ୍ୟକ ପଦକ୍ଷେପ ନେବାକୁ ଆହ୍ଵାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଦାୟିତ୍ଵଶୀଳ ପୋଷା ପ୍ରାଣୀ ପାଳନ,କୁକୁରମାନଙ୍କର ନିୟମିତ ଟିକାକରଣ,ଅଜଣା ବା ଆକ୍ରମଣାତ୍ମକ ପ୍ରାଣୀଙ୍କଠାରୁ ଦୂରେଇ ରହିବା,ପ୍ରାଣୀ କାମୁଡ଼ିବା ଘଟଣାକୁ ଅବହେଳା ନକରିବା ଏବଂ ସନ୍ଦିଗ୍ଧ ଜଳାତଙ୍କ ଘଟଣା ସମ୍ପର୍କରେ ତୁରନ୍ତ ଜଣାଇବାର ଗୁରୁତ୍ଵ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।ଢେଙ୍କାନାଳର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ନୃସିଂହ ଚରଣ ସାହୁ ଏବଂ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଭାରପ୍ରାପ୍ତ ଉପନିର୍ଦ୍ଦେଶକ ଡା.ଶ୍ରୀପତି ସେଠୀଙ୍କ ସକ୍ରିୟ ଉପସ୍ଥିତି,ମାର୍ଗଦର୍ଶନ ଓ ତତ୍ତ୍ୱାବଧାନରେ ଏହି ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା।ଜିଲ୍ଲା ପ୍ରାଣୀ ଚିକିତ୍ସାଳୟର ଡା.ନିବେଦିତା ମିଶ୍ର,ଡା.ରଞ୍ଜିତା ପଟ୍ଟନାୟକ, ଡା.ସୁଦୀପ୍ତା ଦାସମହାପାତ୍ର,ଡା.ଶିବାନୀ ଷଡଙ୍ଗୀଙ୍କ ସମେତ,ଅନ୍ୟାନ୍ୟ କର୍ମଚାରୀମାନଙ୍କ ମଧ୍ୟରେ ପ୍ରଶିକ୍ଷଣ ନେଉଥିବା ପ୍ରାଣୀଧନ ନିରୀକ୍ଷକ ମାନସ ରଞ୍ଜନ ମହାପାତ୍ର,ଶ୍ରୀଧର ସ୍ୱାଇଁ,ବନାନୀ ବନଜ୍ୟୋତ୍ସ୍ନା,ପ୍ରଦୀପ କୁମାର ପତି,ଶିବ ଶଙ୍କର ବାସ୍କେ ପ୍ରମୁଖ ସମସ୍ତ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେଢେଙ୍କାନାଳ ସଦର ବ୍ଲକ୍ ର ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ,ପି ଏମ୍ ଶ୍ରୀ ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ,ଲକ୍ଷ୍ମୀଧର ମ୍ୟୁନିସିପାଲିଟି ହାଇସ୍କୁଲ୍,ଢେଙ୍କାନାଳ,ସୌଦାମିନୀ ସ୍ମୃତି ବିଦ୍ୟାପୀଠ,ଢେଙ୍କାନାଳ,ଶ୍ରୀ ବଳରାମ ହାଇସ୍କୁଲ୍,ଢେଙ୍କାନାଳ,ପି ଏମ୍ ଶ୍ରୀ କାଇମାଟି ହାଇସ୍କୁଲ୍,କାଇମାଟି,କାମାକ୍ଷା ପ୍ରସାଦ ହାଇସ୍କୁଲ୍, ଗୋବିନ୍ଦ ପୁର,ସପ୍ତଶଯ୍ୟା ହାଇସ୍କୁଲ୍,ସତ୍ୟବାଦୀ ହାଇସ୍କୁଲ୍,ମଙ୍ଗଳପୁର,ଭାନିରାମ ମଡେଲ ହାଇସ୍କୁଲ୍, ବଳଭଦ୍ରପୁରର ସମସ୍ତ ଛାତ୍ର,ଛାତ୍ରୀ,ପ୍ରଧାନ ଶିକ୍ଷୟିତ୍ରୀ,ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦଙ୍କ ଅଂଶଗ୍ରହଣ ଏହି କାର୍ଯ୍ୟକ୍ରମକୁ ଏକ ବୃହତ୍ ଜନସଚେତନତା ଅଭିଯାନରେ ପରିଣତ କରିଥିଲା।ବିଦ୍ୟାଳୟ ସ୍ତରରେ ଏପରି ସଚେତନତା ସୃଷ୍ଟି ଦ୍ବାରା ଛାତ୍ର,ଛାତ୍ରୀମାନେ ନିଜ ପରିବାର, ବନ୍ଧୁବର୍ଗ ଓ ସମାଜ ମଧ୍ୟରେ ଜଳାତଙ୍କ ପ୍ରତିରୋଧ ସମ୍ପର୍କିତ ସଠିକ୍ ତଥ୍ୟ ପହଞ୍ଚାଇବାରେ ସହାୟକ ହେବ।କାର୍ଯ୍ୟକ୍ରମରେ ୨୦୩୦ ସୁଦ୍ଧା ଜଳାତଙ୍କ ମୁକ୍ତ ଭାରତ ଲକ୍ଷ୍ୟ ହାସଲ ପାଇଁ ସମସ୍ତ ବିଭାଗ ଓ ସମୁଦାୟର ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଥିଲା।ଏହି ଅବସରରେ ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ,ଢେଙ୍କାନାଳ ପକ୍ଷରୁ ଜଳାତଙ୍କ ନିୟନ୍ତ୍ରଣ ଓ ଜନସାସ୍ଥ୍ୟ ସୁରକ୍ଷା ପାଇଁ ଏପରି ବିଦ୍ୟାଳୟଭିତ୍ତିକ ଓ ଜନ ସଚେତନତା କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରଖିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରାଯାଇଥିଲା।ଏହି ଜନସତେନତା କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବରେ ଯୋଗଦାନ କରି ଶତାୟୁ,ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ବିଦ୍ୟାଳୟ ପରିଚାଳନା କମିଟିର ଆଲୁମିନି ପ୍ରତିନିଧି ତଥା ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ଏକାଡେମିକ ସଂଯୋଜକ ଡା. ଦେବୀ ପ୍ରସାଦ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ପ୍ରକାଶ କରି ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ସମ୍ବାଦଟି ଜଣାଇଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ

masiha

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ପ୍ରିୟ ନମିତା ନାଏକ

Sunil Chandra Nayak

Leave a Comment

error: Content is protected !!