ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଡାବୁଗାଁ,୧୫/୨, (ମ.ନି.ସ.)— ନବରଙ୍ଗପୁର ଜିଲ୍ଲା ବୁଧବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ପଞ୍ଜିଆରୀଗୁଡା ର ବାର୍ଷିକ ଉତ୍ସବ ମହା ଆଡମ୍ବରର ସହ ପାଳନ ହୋଇଯାଇଛି | ଉକ୍ତ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ଦାଶ ସଭାପତିତ୍ୱରେ ସରକାରୀ ଉଚ୍ଚ ବିଦ୍ୟାଳୟ ପଣ୍ଡିକୋଟର ପ୍ରଧାନ ଶିକ୍ଷକ ଶିବ ଶଙ୍କର ସାମଲ ମୁଖ୍ୟ ଅତିଥି, ରାଜା ହରିଶ୍ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ କମଳାକାନ୍ତ ରାଉତ ମୁଖ୍ୟ ବକ୍ତା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାପଡାହାଣ୍ଡି ର ସ୍ୱାସ୍ଥ୍ୟ କର୍ମୀ ସୁରେନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସଭାକାର୍ଯ୍ୟକୁ ବିନୋଦ ରଣା ସଂଚାଳନା କରିଥିଲେ ଓ ପ୍ରକାଶ ରଞ୍ଜନ ମୁଦୁଲି ସାର ଅତିଥି ପରିଚୟ ପ୍ରଦାନ କରିଥିଲେ | 

ସମସ୍ତ ମଞ୍ଚାସିନ ଅତିଥି ବାର୍ଷିକ ଉତ୍ସବ ନିମନ୍ତେ ବିଦ୍ୟାଳୟରେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ଇ ତତ ସହିତ ବିଦ୍ୟାଳୟରେ 2022 ଓ 2023 ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷା ରେ ସର୍ବାଧିକ ମାର୍କ ରଖିଥିବା ଯଥା ସଂଜୁ ଭତ୍ରା ଓ ଧନଚିତ ନାୟକ ଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ I

ସଭାକାର୍ଯ୍ୟ କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବାଳକୃଷ୍ଣ ଦାଶ ସମସ୍ତ ମଂଚାସୀନ ଅତିଥି ଙ୍କୁ ଧନ୍ୟବାଦ ସହ ସାଙ୍ଗ କରିଥିଲେ।ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ, SMC ର ସଭ୍ୟବୃନ୍ଦ ଓ ଅଭିଭାବକ ମାନେ ସହଯୋଗ କରିଥିଲେ Iସଭାକାର୍ଯ୍ୟ ସରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା I

ଛାତ୍ରଛାତ୍ରୀ ମାନେ ଏକ ସୁନ୍ଦର ଶିକ୍ଷଣୀୟ ସାମାଜିକ ନାଟକ ‘ଯେତେ କାନ୍ଦିଲେ ବି ଲୁହ ସରେନି ‘ପରିବେସଣ କରିଥିଲେ, ଯାହା ସମସ୍ତଙ୍କ ହୃଦୟ କୁ ଛୁଇଯାଇଥିଲା I

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡ଼ା ଙ୍କ ରିପୋର୍ଟ

Related posts

ଜଗନ୍ନାଥ ମନ୍ଦିରର ନୂତନ ପରିଚାଳନା କମିଟି ଗଠିତ

ଅଭିନେତା ବିଜୟ କୁମାର ମହାନ୍ତିଙ୍କୁ ଆଦର୍ଶ ଦଂପତିଙ୍କ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!