ବିଦ୍ୟାଳୟ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଡାବୁଗାଁ,୧୫/୨, (ମ.ନି.ସ.)— ନବରଙ୍ଗପୁର ଜିଲ୍ଲା ବୁଧବାର ଦିନ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ପଞ୍ଜିଆରୀଗୁଡା ର ବାର୍ଷିକ ଉତ୍ସବ ମହା ଆଡମ୍ବରର ସହ ପାଳନ ହୋଇଯାଇଛି | ଉକ୍ତ ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ଦାଶ ସଭାପତିତ୍ୱରେ ସରକାରୀ ଉଚ୍ଚ ବିଦ୍ୟାଳୟ ପଣ୍ଡିକୋଟର ପ୍ରଧାନ ଶିକ୍ଷକ ଶିବ ଶଙ୍କର ସାମଲ ମୁଖ୍ୟ ଅତିଥି, ରାଜା ହରିଶ୍ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ କମଳାକାନ୍ତ ରାଉତ ମୁଖ୍ୟ ବକ୍ତା,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାପଡାହାଣ୍ଡି ର ସ୍ୱାସ୍ଥ୍ୟ କର୍ମୀ ସୁରେନ୍ଦ୍ର ନାଥ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସଭାକାର୍ଯ୍ୟକୁ ବିନୋଦ ରଣା ସଂଚାଳନା କରିଥିଲେ ଓ ପ୍ରକାଶ ରଞ୍ଜନ ମୁଦୁଲି ସାର ଅତିଥି ପରିଚୟ ପ୍ରଦାନ କରିଥିଲେ |
ସମସ୍ତ ମଞ୍ଚାସିନ ଅତିଥି ବାର୍ଷିକ ଉତ୍ସବ ନିମନ୍ତେ ବିଦ୍ୟାଳୟରେ ଆୟୋଜନ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ ଇ ତତ ସହିତ ବିଦ୍ୟାଳୟରେ 2022 ଓ 2023 ଶିକ୍ଷା ବର୍ଷରେ ମାଟ୍ରିକ ପରୀକ୍ଷା ରେ ସର୍ବାଧିକ ମାର୍କ ରଖିଥିବା ଯଥା ସଂଜୁ ଭତ୍ରା ଓ ଧନଚିତ ନାୟକ ଙ୍କୁ ମାନପତ୍ର ସହ ପୁରସ୍କୃତ କରିଥିଲେ I
ସଭାକାର୍ଯ୍ୟ କୁ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବାଳକୃଷ୍ଣ ଦାଶ ସମସ୍ତ ମଂଚାସୀନ ଅତିଥି ଙ୍କୁ ଧନ୍ୟବାଦ ସହ ସାଙ୍ଗ କରିଥିଲେ।ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ, SMC ର ସଭ୍ୟବୃନ୍ଦ ଓ ଅଭିଭାବକ ମାନେ ସହଯୋଗ କରିଥିଲେ Iସଭାକାର୍ଯ୍ୟ ସରିବା ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା I
ଛାତ୍ରଛାତ୍ରୀ ମାନେ ଏକ ସୁନ୍ଦର ଶିକ୍ଷଣୀୟ ସାମାଜିକ ନାଟକ ‘ଯେତେ କାନ୍ଦିଲେ ବି ଲୁହ ସରେନି ‘ପରିବେସଣ କରିଥିଲେ, ଯାହା ସମସ୍ତଙ୍କ ହୃଦୟ କୁ ଛୁଇଯାଇଥିଲା I