ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ତାଜା ଖବର

ଆସନ୍ତାକାଲି ଅର୍ଥାତ୍ ଫେବୃଆରି ୧୬ ଭାରତ ବନ୍ଦ 

.ଆସନ୍ତାକାଲି ଅର୍ଥାତ୍ ଫେବୃଆରି ୧୬ ଭାରତ ବନ୍ଦ 

ପଞ୍ଜାବରୁ ଯାଉଥିବା ଶତାଧିକ ଚାଷୀଙ୍କୁ ଅମ୍ବାଲା ନିକଟ ହରିୟାଣା ସୀମାରେ ଅଟକାଇ ଦିଆଯାଇଥିବା ବେଳେ ଭାରତ ବନ୍ଦର ଡାକରା ଆସିଛି ।

ଆସନ୍ତାକାଲି ଭାରତ ବନ୍ଦ । ସଂଯୁକ୍ତ କିସାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସହ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦିଆଯାଇଛି । ପଞ୍ଜାବରୁ ଯାଉଥିବା ଶତାଧିକ ଚାଷୀଙ୍କୁ ଅମ୍ବାଲା ନିକଟ ହରିୟାଣା ସୀମାରେ ଅଟକାଇ ଦିଆଯାଇଥିବା ବେଳେ ଭାରତ ବନ୍ଦର ଡାକରା ଆସିଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏହି ବନ୍ଦ ଦ୍ୱାରା କେଉଁ କେଉଁ କ୍ଷେତ୍ର ପ୍ରଭାବିତ ହେବ, ସେ ବାବଦରେ ସୂଚନା ଦିଆଯାଇଛି।

ଅପର ପକ୍ଷରେ ହରିୟାଣାର ସୁରକ୍ଷା ବାହିନୀ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ ବ୍ୟବହାର କରି ଅଟକାଇବାକୁ ଚେଷ୍ଟା କରିଛନ୍ତି । ଏଭଳି ସ୍ଥିତିରେ ହରିୟାଣା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପଞ୍ଜାବ ସୀମାବର୍ତ୍ତୀ ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି । ସକାଳ ୬ ଟାରୁ ୪ ଟା ପର୍ଯ୍ୟନ୍ତ ଭାରତବନ୍ଦ ଚାଲୁ ରହିବ ବୋଲି କୁହାଯାଇଛି ।

ଭାରତୀୟ କୃଷକ ସଂଗଠନ ନେତା ଯୋଗୀନ୍ଦର ସିଂହ ଫେବ୍ରୁଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ସେ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ସଫଳ କରିବାକୁ ନିବେଦନ କରିଛନ୍ତି ।

କଣ ପାଇଁ କୃଷକ ଆନ୍ଦୋଳନ?

କୃଷି ଆଇନରେ ଏମ୍‌ଏସ୍‌ପି ବ୍ୟବସ୍ଥା ନ ଥିବା ଏବଂ ଖାଦ୍ୟଶସ୍ୟ ଦର ନିର୍ଦ୍ଧାରଣ ଉପରେ ଶିଳ୍ପଗୋଷ୍ଠୀଙ୍କ ଏକଚାଟିଆ ଅଧିକାର ରହିବା ଆଶଙ୍କା କରି ପ୍ରାୟ ବର୍ଷେ ଧରି ଏହି ଆନ୍ଦୋଳନ ଚାଲିଥିଲା । ୨୦୨୧ ନଭେମ୍ବର ୧୯ରେ କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଥିଲେ ସରକାର । ଫଳରେ ଉକ୍ତ ଆଇନ ପ୍ରତ୍ୟାହାର ଘୋଷଣା ହୋଇଥିଲା । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏମ୍‌ଏସ୍‌ପି ଉପରେ କୌଣସି ଆଇନ ଆସିନଥିବାରୁ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଛି ।ଅନ୍ୟପଟେ ଆନ୍ଦୋଳନକୁ ଦବାଇ ଦେବାକୁ ପ୍ରୟାସ କରାଯାଉଛି । ବିକ୍ଷୋଭରେ ସାମିଲ ହେବାକୁ ଯାଉଥିବା କୃଷକମାନଙ୍କ ପାସ୍‌ପୋର୍ଟ ମଧ୍ୟ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।ସେପଟେ ପରିବହନ, କୃଷି, MNREGA, ବେସରକାରୀ କାର୍ଯ୍ୟାଳୟ, ଦୋକାନ, ଶିଳ୍ପ ଏବଂ ସେବା କ୍ଷେତ୍ର ଆଦି ପ୍ରଭାବିତ ହୋଇପାରେ ।

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍ 

Related posts

ଭାରତରେ ରିଭର କ୍ରୁଜ୍‌ର ନୂଆଯୁଗ

Sunil Chandra Nayak

୭୧ ହଜାର ଯୁବକଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

Sunil Chandra Nayak

ଅନଲାଇନ୍ ମେଡିସିନ ବିକ୍ରି ଔଷଧ ବିକ୍ରି ବନ୍ଦ ହୋଇପାରେ, ସ୍ୱାସ୍ଥ୍ୟମନ୍ତ୍ରଣାଳୟର କଡା ନଜର

Sunil Chandra Nayak

Leave a Comment

error: Content is protected !!