ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାରୁ ଭୁବନେଶ୍ୱର ଉଡ଼ିବ ବିମାନ, ଉତ୍କେଲା ବିମାନବନ୍ଦରକୁ ଲାଇସେନ୍ସ ଦେଲା ଡିଜିସିଏ

କଳାହାଣ୍ଡିରୁ ଉଡିବ ବିମାନ । କଳାହାଣ୍ଡିର ଉତ୍କେଲା ବିମାନବନ୍ଦରକୁ ମିଳିଲା ଲାଇସେନ୍ସ । ଉତ୍କେଲାରୁ ବିମାନ ଉଡିବା ପାଇଁ ଡ଼ିଜିସିଏ ର ଅନୁମତି ମିଳିଛି । ଗତମାସ ୧୭ ଏବଂ ୧୮ ତାରିଖରେ ଡ଼ିଜିସିଏ ର ଟିମ୍ ଉତ୍କେଲା ବିମାନ ବନ୍ଦରର ଅନୁଧ୍ୟାନ କରିଥିଲେ । ଏବେ ଅନୁମତି ମିଳିବା ପରେ ଖୁବଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ଉଡ଼ିବ ବିମାନ । ଏନେଇ ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନସେବା ଦ୍ୱାରା ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ର ସୁଦୁୃଢ଼ ହେବ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ସାଂସଦ ବସନ୍ତ ପଣ୍ଡାଙ୍କ ପ୍ରଶ୍ନରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଉତ୍କେଲାକୁ ଦୁଇଟି ଲାଇସେନ୍ସ ମିଳିଛି ବୋଲି ସୂଚନା ଦେଇଥିଲେ।ମନ୍ତ୍ରୀ ଏଭଳି ସୂଚନା ଦେଇଥିଲେ ମଧ୍ୟ ଲାଇସେନ୍ସ ଆସିଛି କି ନାହିଁ ତାହା ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ପାଖରେ ନ ଥିଲା । କିନ୍ତୁ ରାଜ୍ୟ ସରକାର ତତ୍ପରତା ଦେଖାଇ ଏହାର ଚୂଡ଼ାନ୍ତ ସୁରକ୍ଷା ବ୍ୟବସ୍ଥା ପ୍ରୋଟୋକଲ ଅନୁଯାୟୀ ଅଛି କି ନାହିଁ ଯାଞ୍ଚ କରାଇଥିଲେ। ଏଥିପାଇଁ ଭୁବନେଶ୍ବର ଡିଜିସିଆଇର ରିଜିଓନାଲ ଉପନିର୍ଦେଶକ ଓ ସିଏସ୍ଓ, ଏଏଆଇ,ଓଆଇଏସ୍ଏଫ୍ ନୋଡାଲ ଅଧିକାରୀ ବିମାନରେ ଉତ୍କେଲାରେ ଓହ୍ଲାଇ ସନ୍ତୋଷ ପ୍ରକାଶ କରିଥିବା କଳାହାଣ୍ଡି ପୂର୍ତ୍ତ ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଉତ୍କଳ ଆଲୁମିନାରେ ପରିବେଶ-ତଥା-ଖଣିଜ ସଚେତନତା କାର୍ଯ୍ୟକ୍ରମ (ଇଏମ୍ଏପି) ୨୦୨୩

masiha

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଝରୀଗାଁ ଠାରେ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ

masiha

Leave a Comment

error: Content is protected !!