ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଆପଥର ବର୍ଷାରେ ଉଜୁଡିଲା ଗୋତୋମୁଣ୍ଡା ଅଞ୍ଚଳର ପିଆଜ ଚାଷ, କ୍ଷତିପୂରଣ ଦାବି କଲେ ଚାଷୀ

କୋକସରା,୨୧/୦୩- ପଶ୍ଚିମା ଝଡ଼ର ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ଗତ ୨/୩ ଦିନ ହେବ କୋହଲା ପାଗ ସାଙ୍ଗକୁ କୁଆ ପଥର ବର୍ଷା ହୋଇଛି । ଫଳରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳର ପିଆଜ ଚାଷିଙ୍କ ବ୍ୟାପକ ମାତ୍ରାରେ ପିଆଜ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। କୋକସରା ବ୍ଲକରେ ଗତ ୧୯ ତାରିଖରେ ୩୦ ମିମି ଓ ୨୦ ତାରିଖରେ ୨୩ ମିମି ହୋଇଥିବା ବେଳେ ବର୍ଷା ସହ କୁଆ ପଥର ବର୍ଷା ଯୋଗୁଁ ବ୍ୟାପକ ଭାବେ ପିଆଜ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଗୋତୋମୁଣ୍ଡା ପଞ୍ଚାୟତର ଗୋତୋମୁଣ୍ଡା, ପିପଲ ଝାପର, ଥୁଟିବାର, ଚୋରନି ଦୁଆର ଅଞ୍ଚଳରେ ଚାଷୀମାନେ ପ୍ରାୟ ୧୦୦ରୁ ଉର୍ଦ୍ଧ ଏକଡ଼ ଚାଷଜମିରେ ପିଆଜ ଚାଷ କରିଥିବା ବେଳେ, ଏବେ ପିଆଜ ଅମଳ ସମୟରେ ରବିବାର ବିଳମ୍ବିତ ରାତିରେ ହଠାତ କୁଆ ପଥର ବର୍ଷା ଯୋଗୁଁ ଚାଷଜମିରେ ଥିବା ଅମଳ ହୋଇଥିବା ପିଆଜ ଓ ଅମଲକ୍ଷମ ପିଆଜରେ କୁଆ ପଥର ମାଡ଼ ଯୋଗୁଁ ପିଆଜର ଗୁଣବତ୍ତା ଖରାପ ହେବା ସହ ବର୍ଷା ମାଡ଼ରେ ପିଆଜ ସବୁ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରିବାର ପ୍ରତିପୋଷଣ ପାଇଁ ଅଞ୍ଚଳର ଚାଷି ପିଆଜ ଚାଷ କରିଥିଲେ। ଏହି ଅଞ୍ଚଳର ମାଟି ପିଆଜ ଚାଷ ପାଇଁ ଉର୍ବର ଓ ଉପଯୋଗୀ ହୋଇଥିବା କାରଣରୁ ଏହି ମାଟିରେ ଭଲ ପିଆଜ ଅମଳ ହେଉଥିବା ଯୋଗୁଁ ପିଆଜ ଚାଷ ଉପରେ ନିର୍ଭର କରି ପ୍ରତିବର୍ଷ ଚାଷ କରିଥାନ୍ତି । ହେଲେ ଅଦିନିଆ କୁଆ ପଥର ବର୍ଷାରେ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଗୋତୋମୁଣ୍ଡା ପଞ୍ଚାୟତର ପିଆଜ ଚାଷି ବିରେନ ନାଗ ୨ ଏକଡ଼, ସତ୍ୟ ନାଗ ୨ ଏକଡ଼, ରାମଲାଲ ନାଗ ୨ ଏକଡ଼, ଶିଵ ନାଗ ୨ ଏକଡ଼, ଭୋଳା ନାଗ ୨ ଏକଡ଼ରେ ପିଆଜ ଚାଷ କରିଥିଲେ ହେଲେ କୁଆ ପଥର ମାଡ଼ରେ ପିଆଜ ଚାଷ ନଷ୍ଟ ହୋଇଥିବା ଅଭିଯୋଗ କରିଛନ୍ତି। ଏନେଇ ସୋମବାର ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ ଓ ଗୋତୋମୁଣ୍ଡା ନାଏବ ସରପଞ୍ଚ ପାର୍ଥବ ମାଝୀ ପ୍ରଭାବିତ ପିଆଜ ଚାଷ କ୍ଷୟକ୍ଷତି ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷିଙ୍କୁ ଉଦ୍ୟାନ କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ପିଆଜ ଚାଷ କ୍ଷୟକ୍ଷତି ସମ୍ପର୍କରେ କୋକସରା ଉଦ୍ୟାନ କୃଷି ସହକାରୀ ଅଧିକାରୀ ସୌରଭ ପାଣିଗ୍ରାହୀଙ୍କୁ ପ୍ରତିକ୍ରିୟା ନେବାରୁ କ୍ଷୟକ୍ଷତି ନେଇ ଆମ ପାଖରେ କୌଣସି ରିପୋର୍ଟ ଆସିନାହିଁ, କ୍ଷେତ୍ର ପରିଦର୍ଶନ କରି କ୍ଷତି ଆକଳନ କରି ରିପୋର୍ଟ ପ୍ରଦାନ କରିବା ପରେ ଯାହା ସରକାରୀ ନିୟମ ମୁତାବକ କ୍ଷତିପୂରଣ ରହିଛି ଯୋଗାଇ ଦେବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଢେଙ୍କାନାଳ କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ବିଶିଷ୍ଟ ସମାଜସେବୀ ମାଳତୀ ଚୌଧୁରୀ ଓ ପାହାଡ଼ ରାଣୀ କଳ୍ପନା ଦାଶଙ୍କ ଜନ୍ମ ମାସ ଉପଲକ୍ଷେ ମାସିକ ସାହିତ୍ୟ ଆସର- ୨୦୨୬ ଅନୁଷ୍ଠିତ 

Sunil Chandra Nayak

ଜୁନିୟର୍ ପେନଚାକ ସିଲାଟ ପ୍ରତିଯୋଗିତା ରେ ନବରଙ୍ଗପୁର କୁ ୧୩ଟି ପଦକ

Sunil Chandra Nayak

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପୋଲିସ କର୍ମାଚାରୀଙ୍କ ପୋଷାକ ଭତ୍ତା ଦ୍ବିଗୁଣିତ,  କନେଷ୍ଟବଳ, ହାବିଲଦାର ଓ ସିପାହୀ ମାନଙ୍କ ‘ଏକ୍‌ଷ୍ଟ୍ରା ଡ୍ୟୁଟି ପ୍ରୋତ୍ସାହନ ରାଶି’ରେ ମଧ୍ୟ ବୃଦ୍ଧି

masiha

Leave a Comment

error: Content is protected !!