ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ବାର୍ଷିକ ସାଧାରଣ ସଭା ସହ ପଖାଳ ଦିବସ ପାଳନ

ପ୍ରଗତି ଉତ୍କଳ ସଂଘରେ ବାର୍ଷିକ ସାଧାରଣ ସଭା ସହ ପଖାଳ ଦିବସ ପାଳନ 

ରାଉରକେଲା: ଓଡ଼ିଆ ସଂସ୍କୃତି  ଓ ପରମ୍ପରା ସହିତ ପଖାଳ ବେଶ୍‌ ଜଡ଼ିତ । ଓଡ଼ିଆଙ୍କ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ । ବିଗତ କିଛି ବର୍ଷ ହେଲା ମାର୍ଚ୍ଚ ୨୦ ତାରିଖକୁ ଆନୁଷ୍ଠାନିକ ଭାବେ ‘ପଖାଳ ଦିବସ’ ଭାବେ ପାଳନ କରାଯାଉଥିଲେ ମଧ୍ୟ, ଗ୍ରୀଷ୍ମ ଋତୁର ଆଗମନରେ, ସ୍ଥାନ ନିର୍ବିଶେଷରେ ଓଡ଼ିଆ ମାନେ ଭିନ୍ନ ଭିନ୍ନ ଦିନ ଏହି ଦିବସକୁ ବନ୍ଧୁ ମିଳନ ଉତ୍ସବ ଭାବରେ ଉପଭୋଗ କରି ଆସୁଛନ୍ତି। ଏହି କ୍ରମରେ ରାଉରକେଲାର ଅଗ୍ରଣୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘରେ ଏହାର ବାର୍ଷିକ ସାଧାରଣ ସଭା ଅବସରରେ ପଖାଳ ଦିବସ ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭାପତି ପ୍ରତାପ କୁମାର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟତଃ ଓଡ଼ିଶା ସରକାରଙ୍କ ଦ୍ବାରା ବିଜ୍ଞାପିତ ସୋସାଇଟି ଆକ୍ଟ ଅଧୀନରେ ଅନୁଷ୍ଠାନର ପୁନଃ ପଞ୍ଜିକରଣ ସମ୍ବନ୍ଧରେ ଆଲୋଚନା ହୋଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ପରେ ପରେ ମଧୁ ମଣ୍ଡପ ଠାରେ ସଦସ୍ୟ ସଦସ୍ୟା ମାନେ ସପରିବାର ମିଳିତ ହୋଇ ପଖାଳ ସହ ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନର ସ୍ବାଦ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରଘୁନାଥପାଲିର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀ ଏବଂ ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମହେନ୍ଦ୍ର କୁମାର ପଟ୍ଟନାୟକ ଓ ଉପଦେଷ୍ଟା ଶାନ୍ତନୁ କୁମାର ପରିଚ୍ଛା ଯୋଗଦେଇ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ଏବଂ ଡ. ପ୍ରଭାତ କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ସମ୍ପାଦକ ଘନଶ୍ୟାମ ଧଳ, ସାଂସ୍କୃତିକ ସମ୍ପାଦକ ଅଶୋକ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ, ପାଠାଗାର ସମ୍ପାଦକ ଇନ୍ଦ୍ରମଣି ମହାପାତ୍ର, ପ୍ରସନ୍ନ କୁମାର ମହାନ୍ତି, ରବୀନ୍ଦ୍ର କୁମାର ପଣ୍ଡା, ନଗେନ ଦାସ, ପ୍ରଦୀପ କୁମାର ପଟ୍ଟନାୟକ, ବରୁଣ ନାହାକ, ଶାନ୍ତନୁ କୁମାର ମହାନ୍ତି , ଆଶିଷ କୁମାର ଦାସ, ରଞ୍ଜନ ପଣ୍ଡା, ରଶ୍ମି ସାହୁ, ସତ୍ୟନାରାୟଣ ଦାଶ, ଧରଣୀଧର ସାମଲ, ପରିକ୍ଷିତ ଗୁରୁ, ପ୍ରମୋଦ କୁମାର ପତି ଏବଂ ଅଜୟ କୁମାର ଗୋସ୍ୱାମୀ ପ୍ରମୁଖ ସହାୟତା କରିଥିବାବେଳେ ଶତାଧିକ ସଦସ୍ୟ ସପରିବାର ଯୋଗ ଦେଇ ପଖାଳ ଭୋଜିକୁ ଉପଭୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ 

Sunil Chandra Nayak

ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟର ୧୦ମ ପ୍ରତିଷ୍ଠା ଦିବସ,ରକ୍ତଦାନ ଶିବିର ଓ ଜନ ସଚେତନା 

masiha

ଓଡିଶା କନିଷ୍ଠ ଶିକ୍ଷକ ସଂଘର ପ୍ରସ୍ତାବକୁ ପୁନଃ ବିଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ

Sunil Chandra Nayak

Leave a Comment

error: Content is protected !!