ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡା ଜିଲ୍ଲା ପ୍ରଶାସନ ପାଳିଲା ନୁଆଁଖାଇ ଭେଟଘାଟ – ୨୦୨୩

ରାୟଗଡା ଜିଲ୍ଲା ପ୍ରଶାସନ ପାଳିଲା ନୁଆଁଖାଇ ଭେଟଘାଟ – ୨୦୨୩

 ରାୟଗଡା /୯/୧୦-ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ସୌଜନ୍ୟତାରେ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ନୁଆଁଖାଇ ଭେଟଘାଟ – ୨୦୨୩ ଧୂମଧାମରେ ପାଳିତ ହୋଇଯାଇଛି | ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ପ୍ରକଳ୍ପ ନିର୍ଦେଶକ ଜାଳବିଭାଜିକା ମିଶନ ଡ଼ଃ ଦୟାନିଧି ବାଗ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ, ଜିଲ୍ଲା ସଂସ୍କୃତି ପରିଷଦ ଉପ ସଭାପତି ସନ୍ତୋଷ ବଛା, ଶିକ୍ଷାବିତ ଡ଼ଃ. ଦୁଷ୍ମନ୍ତ କୁମାର ମହାନ୍ତି, ବରିଷ୍ଠ ନାଗରିକ ସତ୍ୟବାଦୀ ପତି ପ୍ରମୁଖ ମଂଚାସୀନ ହୋଇ ଏବେ ନୁଆଁଖାଇ କେବଳ ପଶ୍ଚିମ ଓଡିଶା ନୁହେଁ ଓଡିଶାର କୋଣ ଅନୁକୋଣରେ ପାଳନ କରାଯାଉଥିବା ପ୍ରକାଶ କରିଥିଲେ | କୃଷି ଭିତ୍ତିକ ଗଣପର୍ବ ନୁଆଁଖାଇ ପରମ୍ପରାରେ ଆଜି ବି ଜୀବିତ ହୋଇ ରହିଛି ଘରର ବଡ଼ମାନଙ୍କୁ ସମ୍ମାନ ଦେବା ସହ ଭାଇଚାରାକୁ ବଂଚେଇ ରଖିବା | ଏହାକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଜିଲ୍ଲାରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ନେଇ ସମ୍ମାନିତ ଅତିଥିମାନେ ପ୍ରକାଶ କରିଥିବା ବେଳେ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ସ୍ଥାନୀୟ ଅଞ୍ଚଳର କଳାକାରମାନଙ୍କୁ ସେମାନଙ୍କ ଅନ୍ତର୍ନିହିତ ଲୁକ୍କାୟିତ ପ୍ରତିଭାକୁ ମଞ୍ଚ ମାଧ୍ୟମରେ ପ୍ରଦର୍ଶିତ କରିବାକୁ ସୁଯୋଗ ମିଳିପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି | ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ଏସଡିସି ଅଧ୍ୟକ୍ଷା ଶ୍ରୀମତୀ ଅନୁସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ ଓ ଅନ୍ୟମାନେ କୁନି କୁନି କଳାକାରମାନଙ୍କ ସହ ମିଶି ନାଚିଥିଲେ |

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କିନ୍ନର ସଂଘର ଦୁଇ ନୂତନ ସଭ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କିନ୍ନର ପରିଚୟ ପତ୍ର ପ୍ରଦାନ

Sunil Chandra Nayak

MP Rajya Sabha Shri Niranjan Bishi Demands Conferment of Bharat Ratna on Bhagaban Birsa Munda (Posthumously)

Sunil Chandra Nayak

କୌଶିକ ବାବା +୩ ମହାବିଦ୍ୟାଳୟରେ “ସ୍ବଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!