ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ରମେଶ ଚନ୍ଦ୍ର ଶେଖର ପଟ୍ଟନାୟକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାତ ଘଣ୍ଟା ରେ ମୃତ୍ୟୁ     

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ରମେଶ ଚନ୍ଦ୍ର ଶେଖର ପଟ୍ଟନାୟକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ସାତ ଘଣ୍ଟା ରେ ମୃତ୍ୟୁ                                                   

ନବରଙ୍ଗପୁର ୧୧/୧୦ : ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ରମେଶ ଚନ୍ଦ୍ର ଶେଖର ପଟ୍ଟନାୟକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ ୭.୦୦ ଘଣ୍ଟା ସମୟରେ ଅଣଚାଶ ବର୍ଷ ବୟସରେ ନିଜ ବାସଭବନରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ପଟ୍ଟନାୟକ ଦିର୍ଘଦିନ ଧରି ଅସୁସ୍ଥ ଥିଲେ l ସେ ଜଣେ ନିଷ୍ଠାପର, କର୍ତ୍ତବ୍ୟ ପରାୟଣ ଏବଂ ମେଳାପୀ କର୍ମଚାରୀ ଥିଲେ। ସ୍ୱର୍ଗତ ପଟନାୟକ ଙ୍କ ବିୟୋଗ ଖବର ଶୁଣି ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର , ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ l ସ୍ୱର୍ଗତ ପଟ୍ଟନାୟକ ଙ୍କ ବିୟୋଗ ଖବର ଶୁଣି ବହୁତ କର୍ମଚାରୀ ସାଥି ବୃନ୍ଦ ତାଙ୍କ ବାସଭବନ କୁ ଯାଇ ଶେଷ ଦର୍ଶନ କରିଥିଲେ l ନବରଙ୍ଗପୁର ଜିଲ୍ଲାର ସମସ୍ତ ତହସିଲ, ବ୍ଲକ, ସମ୍ମନିତ ଶିଶୁ ବିକାଶ କାର୍ଯ୍ୟାଳୟ ଆଇ ଟି ଡି ଏ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ ମାନଙ୍କରେ ରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା l ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି l ଉପସ୍ଥିତ ଥିବା ପଦାଧିକାରୀ ବୃନ୍ଦ ଏବଂ ସମସ୍ତ କର୍ମଚାରୀ ସ୍ଵର୍ଗତ ପଟ୍ଟନାୟକ ଙ୍କ ସ୍ମୃତି ଚାରଣ କରି ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହିତ ଏଭଳି ଦୁଃଖ ସମୟରେ ଦିବଙ୍ଗତ ପୂର୍ବତନ ସହକର୍ମୀ ଙ୍କ ଶୋକ ସନ୍ତପ୍ତ ପରିବାର ସହ ଦୁଃଖିତ ଆତ୍ମୀୟ ସ୍ୱଜନ, ଶୁଭେଛୁଙ୍କୁ ସମବେଦନା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୂର ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମତିଥି ମହାସମାରୋହରେ ପାଳିତ

Sunil Chandra Nayak

ଲାଞ୍ଜିଗଡ ପ୍ରଶାସନଙ୍କ ପୋଷ୍ୟ ଗାଁ ଫୁଲଡୁମେରରେ ସରକାରୀ ଅର୍ଥ ରାଶି ହଡ଼ପ ଅଭିଯୋଗ

Sunil Chandra Nayak

ଜଳେଶ୍ବର ବ୍ଲକରେ ପାରମ୍ପରିକ ପୋଷାକ ପରିଧାନ ଦିଵସ ପାଳନ ଅବସରରେ ଦକ୍ଷ କାର୍ଯ୍ୟରତ ପାଇଁ ପାଞ୍ଚ ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!