ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ : ବନଜ୍ୟୋସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦ୍‌‌ଯାପିତ: ରାଜ୍ୟର ବହୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ 

କନ୍ଧମାଳ:30/04.(ମନିସ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆ ଠାରେ ଗତ ୧୦ ଦିନ ଧରି ଚାଲିଥିବା ବନଜ୍ୟୋସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦ୍‌‌ଯାପିତ ହୋଇଯାଇଛି। ଏହି ଅବସରରେ ୨୦୨୩ ବନଜ୍ୟୋସ୍ନା ପକ୍ଷରୁ ରାଜ୍ୟର ବିିଭିନ୍ନ ଅଞ୍ଚଳର ବହୁ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଗଜପତି ଜିଲା କାଶିନଗରର ସାମ୍ବାଦିକ ହୃଷିକେଶ ଗୌଡ଼, ବନପାରିର ଇଂ.ପ୍ରମୋଦ କୁମାର ନନ୍ଦ ଓ ଗୀତାଞ୍ଜଳୀ ନନ୍ଦ, ବରଗଡ଼଼ ଜିଲା ଗାଇସିଲଟ୍‌‌ର କୃଷ୍ଣ ଚନ୍ଦ୍ର ସାହୁ, ଗଞ୍ଜାମ ଜିଲା କଳମ୍ବ ଅଞ୍ଚଳର ତ୍ରନାଥ ପ୍ରଧାନ, ଢେଙ୍କାନାଳ ଜିଲା ଗୁଡ଼ିଆନାଳୀର କେଶବଚନ୍ଦ ବେହେରା, ସଭ୍ୟଭାମା ପୁର ଅଞ୍ଚଳର ବାସୁଦେବ ରାଉତ, ମୟୁରଭଞ୍ଜ ଜିଲାର ଅଧ୍ୟାପକ ସଂଗ୍ରାମ କେଶରୀ ମଲ୍ଲିକ, ଯାଜପୁର ଜିଲାର ତ୍ରିଲୋଚନ ପତି, ଗଞ୍ଜାମ ଜିଲା ଅଙ୍ଗରଗାଁର ବିପ୍ର ଚରଣ ସାହୁ, ଶରଣକୂଳର ଉତ୍ସବ ଚନ୍ଦ୍ର ମଲିକ, ଯୁବାଖୋଲର ଗୋବିନ୍ଦ ବନଛୋର୍‌‌, ଡ଼େଙ୍ଗାଡ଼ିର ସୀମାଞ୍ଚଳ ପଣ୍ଡା, ବରଗଡ଼଼ ଜିଲା ଝାରବନ୍ଧର ଡ଼ମ୍ବୁରୁଧର ରଣା, ଓଡ଼ଗାଁର ପ୍ରହଲାଦ ବେହେରା, ପାଟଣାପଲ୍ଲୀର ପରମାନନ୍ଦ ସ୍ୱାଇଁ, ବ୍ରହ୍ମପୁରର ଦମୟନ୍ତି ଦେବୀ, କଟାବହାଲର ମକରଧ୍ୱଜ ବାଗ୍‌‌, ନୟାଗଡ଼଼ ଜିଲାର ଉର୍ମିଳା ମିଶ୍ର, କନଗାଁର ବିହାରୀ ରଣା, କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ସ୍ୱର୍ଣ୍ଣଲତା ରଥ ଏବଂ ରାଉଲକେଲା ସେକ୍ଟର ୨ର ଗୋପିନାଥ ପଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କନ୍ଧମାଳର ବହୁ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

କନ୍ଧମାଳ ଜିଲ୍ଲା ଫୁଲବାଣୀରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

କୌଶିକ ବାବା ଡିଗ୍ରୀ କଲେଜରେ ସ୍ୱାଗତ ସମାରୋହ

Sunil Chandra Nayak

କଳାହାଣ୍ଡି:ମହୁମାଛି ଆକ୍ରମଣରେ ଜଣେ ମୃତ,୪ ଆହତ

masiha

ମହାମହିମ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି

masiha

Leave a Comment

error: Content is protected !!