ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମସୀହା ପ୍ରଭାବ –  ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନବଜାତ ଶିଶୁର ମୃତ୍ୟୁ  ଘଟଣା , ଜିଲ୍ଲା ସ୍ତରରୁ ସତ୍ୟତା ଜାଣିବା ପାଇଁ ଏଡିଏମଓ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲେ      

ବନ୍ଧୁଗାଁ ତା ୨୯/୪/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୧୭ ଘଣ୍ଟା ମଧ୍ୟରେ ଆମ୍ବୁଲାନ୍ସ ଗାଡ଼ି ନ ପହଞ୍ଚିଵାରୁ ଜଣେ ନବଜାତ ଶିଶୁର ମୃତ୍ୟୁକୁ ନେଇ ମସୀହା ପତ୍ରିକାରେ ପ୍ରକାଶିତ ହୋଇଥିଲା । ଆଜି ଉକ୍ତ ଶିଶୁ ମୃତ୍ୟୁ ଘଟଣାର ସତ୍ୟତା ଜାଣିବା ପାଇଁ ଜିଲ୍ଲା ସ୍ତରରୁ ଏଡିଏମଓ ଡ଼ା.ସୁଶାନ୍ତ କୁମାର ଦାସ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ପହଞ୍ଚି ସ୍ବାସ୍ଥ୍ୟ କେନ୍ଦ୍ରର ଇନଚାର୍ଜ ଡ଼ା ରଶ୍ମି ରଞ୍ଜନ ସାମଲ ଙ୍କ ସହିତ ଆଲଚନା କରିଥିବା ଦେଖିବକୁ ମିଳିଛି । କୋରାପୁଟ ଜିଲ୍ଲାର ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଜିଲ୍ଲା ପ୍ରଶାସନ, ନିର୍ବାଚନ ମଣ୍ଡଳୀର ବିଧାୟକ , କଂଗ୍ରେସ ଦଳର ସାଂସଦ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଅନେକ ବରିଷ୍ଟ ଜ୍ଞାନୀ ବ୍ୟକ୍ତି ବିଶେଷ ଶାସକ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବୀରେ ରହିଛନ୍ତି । ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆମ୍ବୁଲାନ୍ସ ନ ରହି ଥିବା ସମସ୍ୟା ବହୁତ ଭଲ  ଭାବରେ ଜାଣି ନିରବ ରହିବା ଆମ ବ୍ଲକ ପାଇଁ ଅଧିକ ଚିନ୍ତାର କାରଣ ହୋଇଛି । ଆଜି ଏଡିଏମଓ ଖବର କାଗଜ ରେ ପ୍ରକାଶିତ ହେବା ପରେ ପହଞ୍ଚି କଣ ଅଧିକ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ନୂତନ ଆମ୍ବୁଲାନ୍ସ ଦେଇ ଆଗାମୀ ଦିନରେ ଅନେକ ଶିଶୁ, ପ୍ରସୂତୀ ମହିଳା ଓ ରୋଗି ଙ୍କ ଜୀବନ ବଞ୍ଚାଇବେ ନା ପୁରୁଣା ଆମ୍ବୁଲାନ୍ସ ଦେଇ ନିଜକୁ ଖସି ଯାଇ ଅଳ୍ପ ଦିନ ମଧ୍ୟରେ ପୁର୍ନବାର ଗାଡ଼ି ଖରାପ ହେଲେ ପକାଇ ରଖିବା ବ୍ୟବସ୍ଥା କରିବେ । ଆଜକୁ ୧୫ ବର୍ଷ ହେଉଛି ୧୦୨ ଆମ୍ବୁଲାନ୍ସ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଥିଲେ ମଧ୍ୟ ଦୀର୍ଘ ବର୍ଷ ହେଉଛି ଗାଡିର ଯନ୍ତ୍ରାଂଶ ନଷ୍ଟ ହୋଇ ପଡ଼ିରହିଛି । ସେହି ଗାଡ଼ିକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଣି ଜାଣି ମଧ୍ୟ ନୀରବ ରହି ଆଜି ଉକ୍ତ ପୁରୁଣା ଗାଡ଼ି ଫେରସ୍ତ ନେଇ ନୂତନ ଭାବେ ୧୦୨ ଆମ୍ବୁଲାନ୍ସ ଦେବେ ତ ?  କୋଭିଡ ୧୯ ସମୟରେ ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ଅନେକ ପ୍ରକାର ଖର୍ଚ୍ଚ କରାଯାଇଥିବା ବିଷୟକୁ ନେଇ ସ୍ୱଚ୍ଛତା ନ ଜାଣି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କ ତରଫରୁ ସୁଚନା ଅଧିକାର ଆଇନ ଅନୁଯାଇ ତଥ୍ୟ ମାଗିଥିଲେ ମଧ୍ୟ ୬ ମାସ ହେଉଛି ଆଜି ପର୍ଯ୍ୟନ୍ତ ଡାକ୍ତର ଙ୍କ ଦ୍ଵାରା ତଥ୍ୟ ଦିଆଯାଇ ନାହିଁ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଓଡ଼ିଶା ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗର କ୍ଷେତ୍ର ପ୍ରଦର୍ଶକ କର୍ମଚାରୀ ସଂଘର ୧୯ ତମ ସାଧାରଣ ଅଧିବେଶନ ଅନୁଷ୍ଠିତ

masiha

ଅସହାୟ ଗରିବ ପରିବାରଙ୍କୁ ସହଯୋଗ ର ହାତ ବଢ଼ାଇଲେ ଚଢ଼େଇପାହାଡି ସମିତି ସଭ୍ୟା କୁନି ସର୍ଦାର 

masiha

ପରମାରାଧ୍ୟା ଜଗତଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଙ୍କ ୧୩୦ତମ ଜନ୍ମ ମହା ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!