ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ଯୁବକ ଗୁରୁତର 

କଲମପୁର ତା ୨୯.୪ (ମ ନି ସ) ପାର୍କିଗୁଡା ଗ୍ରାମ ର ଜନୈକ ଯୁବକ ସାପ କାମୁଡାରେ ଗୁରୁତର ହେଇଛନ୍ତି । ତାଙ୍କୁ ପରିବାର ଲୋକ ଶନିବାର ରାତି ୧୧ଟା ବେଳେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନା ଅନୁସାରେ ପାର୍କିଗୁଡା ଗ୍ରାମ ର ରିତେଶ୍ବର ରଣା ନାମକ ଯୁବକ ନିଜ ସାଙ୍ଗ ମାନଙ୍କ ସହ ଘର ବାହାରେ ବସି ମୋବାଇଲ ଯୋଗେ ଆଇ.ପି.ଏଲ ଟି୨୦ କ୍ରିକେଟ ଖେଳ ଦେଖୁଥିଲେ। ହଠାତ୍ ଏକ ସାପ ଆସି ରିତେଶ୍ବର ର ଡାହାଣ ଗୋଡ କୁ କାମୁଡ଼ି ଦେଇଥିଲା । ଏନେଇ ପରିବାର ଲୋକ ସୂଚନା ପାଇବା ମାତ୍ରେ ତୁରନ୍ତ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ କୋୖଣସି ପରିବର୍ତ୍ତନ ହେଇନଥିଲା। ଯେଉଁଥିପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି। କିନ୍ତୁ କେଉଁ ପ୍ରଜାତିର ସାପ କାମୁଡିଛି ସେନେଇ କାହା ନିକଟରେ ସୂଚନା ନାହିଁ।

କଲମପୁର ରୁ ରବୀନ୍ଦ୍ର ମିଶ୍ର ଙ୍କ ରିପୋର୍ଟ 

 

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

କାମରାରେ ଯାଦବ ମହାସଭାର ବୈଠକ

Sunil Chandra Nayak

ଭୋଟର ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!