ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି

ଢେଙ୍କାନାଳ, ୨୯/୪: ଢେଙ୍କାନାଳ ସହର ମାଣ୍ଡବାସାହି ଟାଉନ୍‌ପ୍ଲାନିଂ ଛକ ଠାରେ ଶ୍ରୀଶ୍ରୀ ଶନିଶ୍ଚରଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।୨୭/୦୪ରେ ଶନିଶ୍ଚର ଦେବଙ୍କ ଘଟ ସ୍ଥାପନ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ୨୮ ତାରିଖ ଶୁକ୍ରବାର ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ୨୯ ତାରିଖ ଶନିବାର ତୋଟା ଓଷା, ମହାଯଜ୍ଞ ଓ ପୂର୍ଣ୍ଣହୁତି ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ପ୍ରସାଦସେବନ ଓ ଢେଙ୍କାନାଳ ସାଇ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ପୂଜକ ଦିବାକର ମିଶ୍ର, ନଗେନ୍ ନନା, ଶ୍ରୀବତ୍ସ ନନା, ଯଜ୍ଞେଶ୍ଵର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ପୂଜାକାର୍ଯ୍ୟ ସମାପନ କରିଥିଲେ । ଶେଷଦେବ ସାହୁ ଓ ତାଙ୍କ ସହଧର୍ମିଣୀ ସୁବିସ୍ତୀ କର୍ତୀ ଭାବେ ଉପସ୍ଥିତ ରହିଥିଲେ। କମିଟିର ସମସ୍ତ ସଦସ୍ୟ ଏହି ପୂଜାକାର୍ଯ୍ୟକୁ ସଫଳ ରୂପାୟନ କରିଥିବା କହିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଚୈତ୍ର ପର୍ବ ପାଳିତ

Sunil Chandra Nayak

ଡାବୁଗାଁ ବ୍ଲକ ର ପ୍ରତ୍ୟେକ ଆଦିବାସୀ(ସାନ୍ତା ଗ୍ରାମ )ଗ୍ରାମ ଗୁଡିକ ରେ ପାଳିତ ହେଲା “ପୁଷ ପରବ “

Sunil Chandra Nayak

ସର୍ବମଙ୍ଗଳା ମନ୍ଦିରରେ ନୂତନ ବିଗ୍ରହ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!