ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି

ଢେଙ୍କାନାଳ, ୨୯/୪: ଢେଙ୍କାନାଳ ସହର ମାଣ୍ଡବାସାହି ଟାଉନ୍‌ପ୍ଲାନିଂ ଛକ ଠାରେ ଶ୍ରୀଶ୍ରୀ ଶନିଶ୍ଚରଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ।୨୭/୦୪ରେ ଶନିଶ୍ଚର ଦେବଙ୍କ ଘଟ ସ୍ଥାପନ ଓ କଳସଯାତ୍ରା ଅନୁଷ୍ଠିତ ହୋଇଥିଲା। ୨୮ ତାରିଖ ଶୁକ୍ରବାର ସୂର୍ଯ୍ୟପୂଜା, ଅଗ୍ନିସ୍ଥାପନ ଓ ଗୀତାଯଜ୍ଞ ଅନୁଷ୍ଠିତ ହୋଇଥିଲା । ୨୯ ତାରିଖ ଶନିବାର ତୋଟା ଓଷା, ମହାଯଜ୍ଞ ଓ ପୂର୍ଣ୍ଣହୁତି ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ପ୍ରସାଦସେବନ ଓ ଢେଙ୍କାନାଳ ସାଇ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ କରାଯାଇଥିଲା। ପୂଜକ ଦିବାକର ମିଶ୍ର, ନଗେନ୍ ନନା, ଶ୍ରୀବତ୍ସ ନନା, ଯଜ୍ଞେଶ୍ଵର ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ପୂଜାକାର୍ଯ୍ୟ ସମାପନ କରିଥିଲେ । ଶେଷଦେବ ସାହୁ ଓ ତାଙ୍କ ସହଧର୍ମିଣୀ ସୁବିସ୍ତୀ କର୍ତୀ ଭାବେ ଉପସ୍ଥିତ ରହିଥିଲେ। କମିଟିର ସମସ୍ତ ସଦସ୍ୟ ଏହି ପୂଜାକାର୍ଯ୍ୟକୁ ସଫଳ ରୂପାୟନ କରିଥିବା କହିଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ଶ୍ରୀ ଶ୍ରୀ ରାଧା କୃଷ୍ଣ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞାର୍ଥେ କଳସ ଯାତ୍ରା

Sunil Chandra Nayak

ସିନାପାଲିରେ ଶ୍ରୀଜିଉଙ୍କ ପାରମ୍ପରିକ ସ୍ନାନଯାତ୍ରା ଓ ଗଜାନନ ବେଶ 

Sunil Chandra Nayak

ବେଲଖଣ୍ଡି ରେ ଶିବରାତ୍ରି ଜାଗର ରାତ୍ରୀ

Sunil Chandra Nayak

Leave a Comment

error: Content is protected !!