ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

    ବୁଢ଼ୀ ଅସୁରୁଣୀ ଗପ 

 

               କବିସୌରଭ କୈଳାଶଚନ୍ଦ୍ର ବେହେରା

  

( ପାଖରେ ଭୟଙ୍କର ଦେଖା ଯାଉଥିବା ଗୋଟିଏ ବୁଢ଼ୀ ଅସୁରୁଣୀ ବସିଛି । ଘର ଚାରିପଟେ ଘଞ୍ଚ ଜଙ୍ଗଲ ।କମଳା ଛାନିଆ ହୋଇଗଲା ।ପରେ ସାହସ ସଞ୍ଚୟ କରି ତାକୁ ଛାଡ଼ି ଦେବା ପାଇଁ ଅସୁରୁଣୀକୁ କାକୁତି ମିନତି କରି ନେହୁରା ହେଲା  କିନ୍ତୁ ଅସୁରୁଣୀ ତାକୁ ଛାଡ଼ିଲା ନାହିଁ । ଘରର ସବୁକାମ ସହିତ ରନ୍ଧାବଢା କରିବା ପାଇଁ ଆଦେଶ ଦେଲା । ଆଉ ଚେତେଇ ଦେଇ କହିଲା , ମନଦେଇ କାମ କଲେ ତାକୁ ଝିଅ ଭଳି ସ୍ନେହ କରିବ । ଆଉ ଯଦି କେବେ ଖସିଯିବା ପାଇଁ ଚାହିଁବ  ତେବେ ଧରିଆଣି କଞ୍ଛା ଚୋବେଇ ଖାଇଯିବ ବୋଲି ଧମକ ଦେଲା । ଅଗତ୍ୟା କମଳା ଆଉ କରେ କ’ଣ ବୁଢ଼ୀ ଅସୁରୁଣୀର କଥା ମାନି ସବୁ କାମ କରିବାକୁ ଲାଗିଲା । ) ତା ‘ ପରେ ……

      …….ଏଣେ ଗାଁ ରେ କମଳାର ବାପା ମାଆ ଝିଅ ନ ଆସିବାରୁ ବହୁତ ଖୋଜାଖୋଜି କଲେ ।କମଳା ତାଙ୍କର  ଏକମାତ୍ର ଝିଅ ଥିଲା । ନ ପାଇବାରୁ ବହୁତ କନ୍ଦାକଟା କଲେ  କିଛିଦିନ ପରେ ଭାଗ୍ୟକୁ ଆଦରି ଅଗତ୍ୟା ଚୁପ୍ ରହିଲେ ।ତେଣେ କମଳା ପ୍ରତିଦିନ ସକାଳୁ ଉଠି ଘରର ସବୁ ପାଇଟି କରେ ।ବୁଢ଼ୀ ଅସୁରୁଣୀ ସକାଳୁ ସକାଳୁ କୁଆଡ଼େ ଚାଲିଯାଏ ।ଉପରବେଳା ୩ଟା ୪ଟା ବେଳକୁ ଫେରିଆସେ । କମଳା ବୁଢ଼ୀ ଅସୁରୁଣୀକୁ ଭାତ ଆଉ ମା°ସ ତରକାରୀ ବାଢ଼ି ଦିଏ ।ବୁଢ଼ୀ ଅସୁରୁଣୀ ପେଟେ ଠୁଙ୍କି ଦେଇ ଘୁଙ୍ଗୁଡ଼ି ମାରି ଗଭୀର ନିଦରେ ଶୋଇଯାଏ ।

ଦିନେ ବୁଢ଼ୀ ଅସୁରୁଣୀ ବାହାରକୁ ଯାଇଥାଏ ।ଜଣେ ଯୁବକ କୁଆଡୁ ବୁଲି ବୁଲି ଆସି ସେ ଘର ପାଖରେ ପହଞ୍ଚିଲା । ତାକୁ ଭାରି ଶୋଷ ହେଉ ଥିଲା ।ଘରର କବାଟ ବାଡେଇ ପିଇବା ନିମନ୍ତେ କିଛି ପାଣି ମାଗିଲା । କମଳା ପିଇବାକୁ ପାଣି ଦେଲା ଏବ°  ପଚାରିଲା ” ଏହି ଜଙ୍ଗଲ ଭିତରକୁ କାହିଁକି ଆସିଛନ୍ତି ? 

ଏଇଟା ଗୋଟିଏ ବୁଢ଼ୀ ଅସୁରୁଣୀର ଜଙ୍ଗଲ ।” ଯୁବକ ଜଣକ କହିଲା -” ମୁଁ ଏହି ଜଙ୍ଗଲ ଦେଇ ଆରପଟ ଗାଁ କୁ ଯାଉଥିଲି ।ବାଟରେ ଶୋଷ     ହେବାରୁ ଦୂରରୁ ଏହି ଘରଟିକୁ ଦେଖି ଚାଲି ଆସିଲି ।” କମଳା ଯୁବକକୁ ପିଇବା ପାଇଁ ପାଣି ଦେଲା ।ଏହାପରେ ଯୁବକ ପଚାରିବାରୁ ସେ ସବୁକଥା କହିଲା ।

ଯୁବକ ଜଣକ ଝିଅଟିକୁ ବୁଢ଼ୀ ଅସୁରୁଣୀ କବଳରୁ ଉଦ୍ଧାର କରିବା ପାଇଁ ଉପାୟ ଚିନ୍ତା କଲା । ଏତିକି ବେଳେ ବୁଢ଼ୀ ଅସୁରୁଣୀ ଆସିଯିବା ବେଳ ହୋଇ ଯିବାରୁ କମଳା ଯୁବକକୁ ଲୁଚି ଯିବାକୁ କହିଲା ।

ଯୁବକଟି ବାଡ଼ି ପଟ ଗଛ ଉହାଡ଼ରେ ଲୁଚି ବସିଲା । ବୁଢ଼ୀ ଅସୁରୁଣୀ ଘର ଭିତରକୁ ଆସି ନର ଗନ୍ଧ ନର ଗନ୍ଧ କହି କମଳାକୁ ଡାକ ପକାଇଲା ।

ପଚାରିଲା –  ” ଏଠାକୁ କୌଣସି ମଣିଷ। ଆସିଥିଲା କି ?  ନରଗନ୍ଧ ହେବାରୁ ନର ମା°ସ ଟିକେ ଖାଇବାକୁ ମୋ ପାଟିରୁ ଲାଳ ବୋହୁଛି । ” କମଳା କହିଲା –  ” ଏ ଜଙ୍ଗଲ ଭିତରକୁ ମଣିଷ କୁଆଡୁ ଆସିବ ? ମୁଁ ତ ମଣିଷ ଖାଇବୁ ଯଦି ମତେ ଖାଇଦେ ” ବୁଢ଼ୀ

ଅସୁରୁଣୀ କହିଲା -” ନାଇଁ ଲୋ ଝିଅ ତୁ ମତେ ରାନ୍ଧି ବାଢ଼ି ଖାଇବାକୁ ଦେଉଛୁ । ମୁଁ ତତେ କାହିଁକି ଖାଇବି “

ଏତିକି କହି ସାରି ଅସୁରୁଣୀ ବୁଢ଼ୀ ଭାତ ଖାଇ ଶୋଇ ପଡ଼ିଲା ।

 

କ୍ରମଶଃ……

Related posts

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଲ୍ପ = ମାଆର ଗାଳି ଦାଣ୍ଡର ଧୂଳି 

Sunil Chandra Nayak

ୟୁଜିଆଇ ଆଲୁମିନୀ ଆସୋସିଏସନ ତରଫରୁ ରକ୍ତଦାନ ଶିବିର , ୮୦ ୟୁନିଟ୍ ରକ୍ତ ସଂଗ୍ରହ

Sunil Chandra Nayak

Leave a Comment

error: Content is protected !!