ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ 

କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ 

ଡାବୁଗାଁ, ୪/୮ (ମ.ନି.ସ.)- ଶ୍ରାବଣ ମାସର ଶେଷ ସୋମବାର ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋରରୁ ୩ ଘ॰ କେଲିଆ ଶୈବ ପୀଠରେ ଭକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେ ଜଣେ ବାବା ଝଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ଶ୍ରୀ ଝଡେଶ୍ଵର ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | ଏଠାରେ ପ୍ରାୟ ୧୫ ହଜାରରୁ ଊର୍ଦ୍ଧ୍ଵ ଭକ୍ତ ଙ୍କ ସମାଗମ ହୋଇଥିଲା | ଏହା ସହ ଡାବୁଗାଁ, ବିରିସୋଲା, ବାଘବେଢା ଓ ଜୁନାପାଣି ଶିବ ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍ଥାୟୀ ମନ୍ଦିରକୁ ଫେରିଲେ ମା ମାଝୀ ଗୌରୀ 

masiha

ବାବା ଆଖଣ୍ଡଳ ମଣୀ ଙ୍କ ପୀଠ ରେ  ଧନୁ ସଂକ୍ରାନ୍ତି ପାଳିତ

masiha

ଆଜି ପଶ୍ଚିମ ଓଡି଼ଶାର ଗଣପର୍ବ ପୁଷପୁନି

Sunil Chandra Nayak

Leave a Comment

error: Content is protected !!