ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଲକ୍ଷ୍ମୀପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରତିଷ୍ଠା ମହଉତ୍ସବ ଆରମ୍ଭ 

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମା ଠାରେ ଥିବା ହନୁମାନ ମନ୍ଦିର ପାର୍ଶ୍ୱରେ ଆଜି ଠାରୁ ଶ୍ରୀ ଶ୍ରୀ ସଦଗୁରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ପ୍ରତିଷ୍ଠା ମହଉତ୍ସବ ପାଳନ ଆରମ୍ଭ ହୋଇଯାଇଛି। ଏହି ମହଉତ୍ସବ ଦୀର୍ଘ ଚାରି ଦିନ ଧରି ପାଳନ ସହ ମନ୍ଦିର ପ୍ରତିଷ୍ଠା କରାଯିବା ପାଇଁ ମନ୍ଦିର କମିଟି ନିଷ୍ପତ୍ତି ନେଇ ବ୍ରହ୍ମପୁର ଠାରୁ ପୁରୋହିତ ସେବକ ମାନଙ୍କୁ ହୋମ ଯଜ୍ଞ କରି ମନ୍ଦିର ପ୍ରତିଷ୍ଠା କରିବା ସହ ସଦଗୁରୁ ଶିରିଡ଼ି ସାଇବାବାଙ୍କ ପ୍ରତିମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଦେବା କାର୍ଯ୍ୟକ୍ରମ ରହିଛି। ଏହି ଚାରି ଦିନରେ ୧୧ ତାରିଖ ଦିନ ମଣ୍ଡଳ ଅଧିବାସ, ଅଙ୍କୁରାରୋପଣ ୧୨ ତାରିଖ ଦିନ କଳସ ଯାତ୍ରା, ଶାଲା ସଂସ୍କାର, ଅଗ୍ନି ସ୍ଥାପନ, ଧାନ୍ୟାଧିବାସ, ୧୩ ତାରିଖ ଦିନ ସୂର୍ଯ୍ୟ ପୂଜା, ଶାଲାପୂଜା, ମହାସ୍ନାନ ଏବଂ ପ୍ରବଚନ କାର୍ଯ୍ୟକ୍ରମ ରହିଛି ସେହିପରି ୧୪ ତାରିଖ ଦିନ ସିଂହାସନ, ଆରୋହଣ, ପୂର୍ଣ୍ଣାହୁତି, ଦୀପଦାନ ଏବଂ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ରହିଥିବାବେଳେ ଚାରିଦିନ ଧରି ପ୍ରତିଷ୍ଠା ମହା ଉତ୍ସବରେ ସମସ୍ତ ଭକ୍ତ ମାନଙ୍କ ନିମନ୍ତେ ମନ୍ଦିର ପରିଚାଳନା କମିଟି ତରଫରୁ ଅନ୍ନପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇଥିବା ମନ୍ଦିର କମିଟି ତରଫରୁ ଜଣାଇ ଦିଆଯାଇଛି। ସଦଗୁରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ଲକ୍ଷ୍ମୀପୁର ଗ୍ରାମକୁ ଲାଗିଥିବା ଏକ ଛୋଟିଆ ପାହାଡ଼ ଉପରେ କରାଯାଇ ଥିବାରୁ ପ୍ରତିଷ୍ଠା ମହାଉତ୍ସବ ପାଳନରେ ଆଖପାଖ ଅଞ୍ଚଳର କୌଣସି ଭକ୍ତ ହତ ଛଡ଼ା କରିବାକୁ ଚାହୁଁନାହାଁନ୍ତି ହଜାର ହଜାର ସଂଖ୍ୟାରେ ଭକ୍ତ ସମାଗମ ହେଉଥିବା ଦେଖିବାକୁ ମିଳିଛି। ସଦଗୁରୁ ଶିରିଡ଼ି ସାଇବାବାଙ୍କ ମନ୍ଦିର ଦର୍ଶନ କରିବା ପରେ ଏଠାରୁ ଭକ୍ତ ମାନେ ଲକ୍ଷ୍ମୀପୁର ଗ୍ରାମ ସୌନ୍ଦର୍ଯ୍ୟ କରଣ ଉପଭୋଗ କରୁଥିବା ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ମନ୍ଦିର ପ୍ରତିଷ୍ଠା ମହା ଉତ୍ସବ ପାଳନ ଅବସରରେ କମିଟି ପକ୍ଷରୁ ମନ୍ଦିରକୁ ଯଆକଯମକ ଭାବେ ଲାଇଟ୍ ଓ ସାଉଣ୍ଡର ବ୍ୟବସ୍ଥା ମଧ୍ୟ କରାଯାଇଛି।

 

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସିଦ୍ଧ ହନୁମାନଜୀଉ ଙ୍କ ର ଦ୍ୱାଦଶ ବାର୍ଷିକ ପୂଜା ଓ ପ୍ରବଚନ 

Sunil Chandra Nayak

ଶ୍ରୀଜଗନ୍ନାଥ ଙ୍କ ମନ୍ଦିର ନିର୍ମାଣ ନିମନ୍ତେ….. ଭବାନୀପାଟଣା ଠାରେ ଶ୍ରୀ ଆଶୀର୍ବାଦ ମହାରାଜଙ୍କ  ଶ୍ରୀ ଜଗନ୍ନାଥ କଥାମୃତର ଦିବ୍ୟ ପ୍ରବଚନ କାର୍ଯ୍ୟକ୍ରମ

Sunil Chandra Nayak

ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଚୈତ୍ର ପର୍ବ ପାଳିତ

Sunil Chandra Nayak

Leave a Comment

error: Content is protected !!