ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

ବିଭିନ୍ନ ସ୍ଥାନରେ ଗଣେଶ ପୂଜା ଅନୁଷ୍ଠିତ

କର୍ଲାମୁଣ୍ଡା, ୨୭/୦୮ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ସଂଘ ମାନଙ୍କରେ ଆନନ୍ଦ ଉଲ୍ଲାସର ସହିତ ଗଣେଶ ଚତୁର୍ଥୀ ପାଳିତ ହୋଇ ଯାଇଛି I ସେହିପରି ତେରେସିଂହା ଗ୍ରାମର ରାଧାବଲ୍ଳଭ ପଡ଼ା, ବିରାଟ ପଡ଼ା, ତ୍ରିନାଥ ପଡ଼ା, ରାମଜୀ ପଡ଼ା, ଯାଦବ ପଡ଼ା, ବାଗ ପଡ଼ା, କୁମାରପଡ଼ା, ବେଲପଡ଼ା, ଗୋବିନ୍ଦପୁର, କଲୋନୀ ପଡ଼ା ଠାରେ ଗଣେଶ ପୂଜା ଧୂମଧାମରେ ପାଳିତ ହୋଇ ଯାଇଛି I ଶ୍ରୀ ଶ୍ରୀ ରାଧାବଲ୍ଲଭ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ଗଣେଶ ପୂଜା ରେ ଉପସଭାପତି ନାରାୟଣ ରଣା କର୍ତ୍ତା ଦାୟିତ୍ୱରେ ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ I ପୂଜା କମିଟିର ସଭାପତି ଅଲେଖ ରଣା ଓ ସମ୍ପାଦକ ତ୍ରିଲୋଚନ ରଣାଙ୍କ ନେତୃତ୍ୱରେ କମିଟିର ପୁରନ୍ଦର ରଣା, ସରୋଜ ରଣା, କଣ୍ଠ ରଣା, କଳାକାହ୍ନୁ ରଣା, ସମ୍ବାରୁ ରଣା, ଟିକେରାମ ରଣା, ଅମିତ ରଣା, ଭକ୍ତ ରଣା, ମୁକେଶ ରଣା ପ୍ରମୁଖ ସହଯୋଗ କରିଥିଲେ I ଏଠାରେ ସୂଚନା ଯୋଗ୍ୟ ଯେ, ତେରେସିଙ୍ଗା କଲୋନୀପଡ଼ାର ଶ୍ରୀ ଶ୍ରୀ ଗଜାନନ ପୂଜା କମିଟି ପକ୍ଷରୁ ଆସନ୍ତା ୩୦ତାରିଖ ଶନିବାର କଲୋନୀପଡ଼ା ଠାରେ ବାଗବୁରେଇ ଗ୍ରାମର ଝିଅ ମାନଙ୍କ ଦ୍ୱାରା ରାମଲୀଳା ନାଟକ ମଞ୍ଚସ୍ଥ ହେବାର କାର୍ଯ୍ୟକ୍ରମ ରହିଛି I 

Related posts

ଫଗୁ ଦଶମୀରେ ବହୁ ପୁରାତନ ଐତିହାସିକ ପ୍ରଭୁ ଦଧିବାମନ ଜୀଉ ଙ୍କ ପାଖରେ ପ୍ରଥମେ ଲାଗିହେଲା ଭିତିରି ଫଗୁ

masiha

ଦକ୍ଷିଣକାଳୀ ସ୍ଥିତ ଦକ୍ଷିଣକାଳୀ ପୀଠରେ ଜନ୍ମବାର୍ଷିକୀ ଉତ୍ସବ ପାଳିତ

Sunil Chandra Nayak

ତାରକେଶ୍ବର ମହାଦେବ ମନ୍ଦିରରେ କଳସ ସ୍ଥାପନ। 

Sunil Chandra Nayak

Leave a Comment

error: Content is protected !!