ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଉଦିତନଗର ଓରାମପଡାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ମହୋତ୍ସବ

ଉଦିତନଗର ଓରାମପଡାରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ମହୋତ୍ସବ

ରାଉରକେଲା ୪/୭, ହନୁମାନ ବାଟିକା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉଦିତନଗର ଓରାମପଡା ଠାରେ ତ୍ରୀଦିବସିୟ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଶ୍ରୀ ଗୁଣ୍ଡିଚା ମନ୍ଦିର)ର ପ୍ରାଣପ୍ରତିଷ୍ଠା ଉତ୍ସବ ଜୁଲାଇ ୩ ତାରିଖ ଠାରୁ ଆରମ୍ଭ ହୋଇଛି। ହନୁମାନ ବାଟିକା ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁ, ବଡଭାଇ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରାଙ୍କ ସହିତ ଶ୍ରୀ ସୁଦର୍ଶନ ଗୁଣ୍ଡିଚା ଯାତ୍ରାରେ ଏଠାକୁ ଆସି ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିରର ଆଡପ ମଣ୍ଡପରେ ବିଜେ କରିବେ।

    ଏହି ତ୍ରୀଦିବସିୟ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ (ଗୁଣ୍ଡିଚା ମନ୍ଦିର) ପ୍ରାଣପ୍ରତିଷ୍ଠା ଉତ୍ସବର ପ୍ରଥମ ଦିନରେ ଜଳଯାତ୍ରା, ଘଟ ସ୍ଥାପନ ଓ ଅଗ୍ନିସ୍ଥାନ, ମଣ୍ଡଳାଦି ପୂଜା ଏବଂ ଯଜ୍ଞାରମ୍ଭ ହୋଇସାରିଥିଲା ବେଳେ ଆଜି ଦ୍ବିତୀୟ ଦିନରେ ସୂର୍ଯ୍ୟପୂଜା, ଗୋପୂଜା, ଯଜ୍ଞାରମ୍ଭ ହୋଇ ଲକ୍ଷ୍ମୀନୃସିଂହଙ୍କର ମହାସ୍ନାନ ସହିତ ଶୟନ କାର୍ଯ୍ଯ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ରବିବାର ଦିନ ସୂର୍ଯ୍ୟପୂଜା, ଗୋପୂଜା, ମନ୍ଦିର ପ୍ରତିଷ୍ଠା ସହିତ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଥିବାବେଳେ ସନ୍ଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

      ଆଜି ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବର ଦ୍ଵିତୀୟ ଦିବସରେ ମନ୍ଦିର କମିଟି ପକ୍ଷରୁ ଶ୍ରୀମତୀ ସବିତା ରାୟ, ହରିହର ରାଉତରାୟ, ସୁନାକର ନାୟକ, ଅମିତାଭ ସାମଲ, ଜିତୁ ପଟ୍ଟନାୟକ, ହିରୋଜ ରାୟ, ଅରୁଣ କୁଶାଲ, ବୀରକିଶୋର ନାୟକ, ଡି ଉପେନ୍ଦ୍ର, ଅମରଜୀତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୀବନଖୋଲର ବାବା ଜୀବନେଶ୍ୱର 

Sunil Chandra Nayak

ଧରାକୋଟ ରେ ତିନି ଠାକୁରଙ୍କ ନେତ୍ର ଉତ୍ସବ ପାଳନ 

Sunil Chandra Nayak

ବାବା ଆଖଣ୍ଡଳ ମଣୀ ଙ୍କ ପୀଠ ରେ  ଧନୁ ସଂକ୍ରାନ୍ତି ପାଳିତ

masiha

Leave a Comment

error: Content is protected !!