ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ସି ଏମ କିଷାନ ସହାୟତା ରାଶି ହସ୍ତାନ୍ତର

ରାୟଗଡ଼ ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ସି ଏମ କିଷାନ ସହାୟତା ରାଶି ହସ୍ତାନ୍ତର

ରାୟଗଡ:-ତା. ୨୭/୦୮-ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ସିଧା ପ୍ରସାରଣ କାର୍ଯ୍ୟକ୍ରମ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ୱାରା ସି ଏମ କିଶାନ ସହାୟତା ରାଶି ଅନ୍ତର୍ଗତ ରବି ୨୦୨୫-୨୬ ଆର୍ଥିକ ବର୍ଷରେ ଚାଷୀ ମାନଙ୍କ ଜମାଖାତାକୁ ହସ୍ତାନ୍ତର କାର୍ଯ୍ୟକ୍ରମକୁ ରାୟଗଡ କୃଷି ଜିଲ୍ଲା ବିଭାଗ ତରଫରୁ ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ରାୟଗଡ ଶ୍ରୀଯୁକ୍ତ କାଡ୍ରlକା ଅlପ୍ପlଲ ସ୍ୱାମୀ ସହ ସଭାପତିତ୍ବ କରିଥିଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି(ଭା. ପ୍ର .ସେ),ସମ୍ମାନୀତ ଅତିଥି ଗଣ ଏସ.କେ ଏହେସାନ – ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାୟଗଡ,ବରିଷ୍ଠ ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ ମୁଖ୍ୟ ଡକ୍ଟର ସୁସ୍ମିତା ମହାନ୍ତି ,କୃଷି ଜିଲ୍ଲା ଅଧିକାରୀ ଗୁଣୁପୁର ଦିବ୍ୟ ସ୍ୱରୂପ ପଣ୍ଡା ,କୃଷି ଜିଲ୍ଲା ଅଧିକାରୀ ମୁନିଗୁଡା ପ୍ରକାଶ ଚନ୍ଦ୍ର ବେହେରା,ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କ ସମେତ ପ୍ରାୟ ୧୫୦ରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ରହି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷ ଭାବରେ ମୁଖ୍ୟ ମନ୍ତ୍ରୀ ପବିତ୍ର ଗଣେଶ ପୂଜା ଓ ନୂଆଖାଇ ଅବସରରେ ରାଜ୍ୟର ୫୧ ଲକ୍ଷରୁ ଉର୍ଦ୍ଧ କ୍ଷୁଦ୍ର,ନାମ ମାତ୍ର ଓ ଭୂମିହୀନ ଚାଷୀଙ୍କ ଜମା ଖାତାକୁ ୨୦୦୦ ଟଙ୍କା ଲେଖାଏ ପ୍ରାୟ ୧୦୪୧ କୋଟିରୁ ଉର୍ଦ୍ଧ୍ବ ଅର୍ଥ ରାଶି ଚାଷ କ୍ଷେତ୍ରରେ ସହ ଯୋଗ ନିମନ୍ତେ ପ୍ରଦାନ କରିବେ ।ଏହି ଅବସରରେ ରାୟଗଡ ଜିଲ୍ଲାର ୮୬୮୯୩ ଜଣ କ୍ଷୁଦ୍ର ଚାଷୀ ଏହି ସୁବିଧାର ଉପକୃତ ହେବା ସହ ଜମାଖାତା କୁ ପ୍ରତ୍ୟେକ ୨୦୦୦ ଟଙ୍କା ହସ୍ତାନ୍ତର କରାଯାଇଛି। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ଉତ୍ତମ କୁମାର ଦାସ ସହକାରୀ ବୈଷୟିକ ପରିଚାଳକ କୃଷି ବିଭାଗ ମୁନିଗୁଡା ମଞ୍ଚ ପରିଚାଳନା କରି ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଠିକାଦାରଙ୍କ ଭୂଲ ପାଇଁ ବିଜେପି ନେତା ଙ୍କ ଜୀବନ ଗଲା

Sunil Chandra Nayak

ବନୀକରଣ ଯୋଜନାରେ ଲକ୍ଷଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

masiha

ପ୍ରେମିଯୁଗଲ ଙ୍କ ଝୁଲନ୍ତା ମ୍ରୁତଦେହ ଠାବ

masiha

Leave a Comment

error: Content is protected !!