ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାପ ପୁଅ ଯୋଡ଼ି ହାଇଦରାବାଦ ମାରଥାନରେ ବାଜିମାତ

ବାପ ପୁଅ ଯୋଡ଼ି ହାଇଦରାବାଦ ମାରଥାନରେ ବାଜିମାତ 

ନବରଙ୍ଗପୁର: (୨୭|୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ସୁପରିଚିତ ବରିଷ୍ଠ ମାରାଥନ ଧାବକ ଚିତ୍ତରଞ୍ଜନ ପାତ୍ର ଏବଂ ତାଙ୍କ ପୁଅ ନିଖିଲ ପାତ୍ର , ହାଇଦରାବାଦ ଠାରେ ସଦ୍ୟ ସମାପ୍ତ ହୋଇଥିବା ମାରାଥନ ପ୍ରତିଯୋଗିତା ରେ ଭାଗ ନେଇ ସଫଳତାର ସହ କୃତକାର୍ଯ୍ୟ ହୋଇପାରିଛନ୍ତି। ଏହି ପ୍ରତିଯୋଗିତା ରେ ଚିତ୍ତରଞ୍ଜନ ପାତ୍ର ହାଫ୍ ମାରାଥନ ରେ ଭାଗ ନେଇଥିବା ବେଳେ ତାଙ୍କ ପୁଅ ନିଖିଲ ପାତ୍ର ପୂର୍ଣ୍ଣ ମାରାଥନ ରେ ଭାଗ ନେଇ ସଫଳତାର ସହ ନିର୍ଦ୍ଧାରିତ ସମୟରେ ମାରାଥନ ସମ୍ପୂର୍ଣ କରି ନବରଙ୍ଗପୁର ଜିଲ୍ଲା କୁ ଗର୍ବିତ କରିଛନ୍ତି। ଏହି ପ୍ରତିଯୋଗିତାରେ ସଫଳତା ପାଇବା ପରେ ପିତାଙ୍କ ପ୍ରେରଣା ଏବଂ ଉତ୍ସାହ ଯୋଗୁଁ ଏହା ସମ୍ଭବ ହୋଇ ପାରିଲା ବୋଲି ଶ୍ରୀ ପାତ୍ରଙ୍କ ପୁଅ ନିଖିଲ ପାତ୍ର କହିଛନ୍ତି। ପରିଣତ ବୟସରେ ଚିତ୍ତରଞ୍ଜନ ପାତ୍ରଙ୍କ ଏଭଳି ମାରାଥନ ରେ ଯୋଗ ଦେବା ସମସ୍ତ ବର୍ଗ ବୟସର ପିଲାମାନଙ୍କ ପାଇଁ ଏକ ପ୍ରେରଣା ବୋଲି କ୍ରୀଡାବିତ୍ ମାନେ ମତ ପ୍ରକାଶ କରିଛନ୍ତି। ଏହି ସଫଳତାରେ କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପ ସଭାପତି ଏମ. ବାଲା କୃଷ୍ଣ ରାଓ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ଏବଂ କ୍ରିକେଟ ସମ୍ପାଦକ ଅଶୋକ ନାୟକ ସମେତ କ୍ରୀଡା ସଂଘର ସମସ୍ତ ସଦସ୍ୟ ଏବଂ ପ୍ରାକ୍ତନ କ୍ରୀଡାବିତ୍ ମାନେ ଶୁଭେଛା ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ନିଉଜ୍ ମସିହା ନିଉଜ୍ 

Related posts

ରୋଟାରୀ କ୍ଳବ୍ ରାଉରକେଲା ରିଭରସାଇଡ୍ ର ପ୍ରୌଢ଼ ଶିକ୍ଷା କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

ତେରେସିଂହା: ୨୦୦୬ ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

Sunil Chandra Nayak

ଏମ ରାମପୁରଠାରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ  ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!