ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷିକାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ରାଉରକେଲା: ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡ଼ା ପ୍ରଶିକ୍ଷିକା କ୍ୟାପ୍‌ଟେନ ମୀନା ଦାସ ନିଜ କର୍ମମୟ ଜୀବନରୁ ବୁଧବାର ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ଶ୍ରୀ ସେଠୀ ଶ୍ରୀମତୀ ଦାସଙ୍କ କର୍ମମୟ ଜୀବନ ସମ୍ପର୍କରେ ସୂଚନା ଦେବା ସହ ତାଙ୍କର ଅବସର ଜୀବନ ନିରୋଗ ଓ ସୁଖମୟ ହେବା ନିମନ୍ତେ କାମନା କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟ ପକ୍ଷରୁ ଶ୍ରୀମତୀ ଦାସଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀମତୀ ଦାସ ନିଜ କର୍ମମୟ ଜୀବନର ଅନୁଭୂତି ସମ୍ପର୍କରେ ସୂଚନା ଦେଇ ତାଙ୍କର କର୍ମମୟ ଜୀବନରେ ସମସ୍ତ ବର୍ଗର କର୍ମଚାରୀମାନଙ୍କଠାରୁ ପାଇଥିବା ସାହାଯ୍ୟ ଓ ସହଯୋଗ ସମ୍ପର୍କରେ କହିଥିଲେ। ଏଥିରେ ମହାବିଦ୍ୟାଳୟର ବରିଷ୍ଠ ସହକାରୀ ପ୍ରାଧ୍ୟାପିକା ତଥା ବିତ୍ତ ଅଧିକାରୀ ମେରି କାଶ୍ମୀରୀ ନାଗ, ପ୍ରଶାସନିକ ଅଧିକାରୀ ମାୟାଧର ବାରିକଙ୍କ ସମେତ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ଡ. ସୁଷମା ମୋଦି ପ୍ରମୁଖ ଯୋଗଦେଇ ଶ୍ରୀମତୀ ଦାସଙ୍କ କର୍ମମୟ ଜୀବନ ସମ୍ପର୍କରେ ନିଜ ନିଜର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପିକା ରଜନୀ କିସାନଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଣ ଶିକ୍ଷକ କର୍ମଚାରୀମାନେ ଯୋଗଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରବିଧାନ ବିକ୍ରିରୁ ବଞ୍ଚିତ ମେଗାଲିଫ୍‌ଟ ଅଞ୍ଚଳର ଚାଷୀଙ୍କ ଆନ୍ଦୋଳନ ଜାରୀ ଆଜି ଧର୍ମଗଡ଼ ଆଞ୍ଚଳିକ କୃଷକ ମହାସଂଘ ଚାଷୀ ଆନ୍ଦୋଳନରେ ସାମିଲ

ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଙ୍କ ଶୈବ ପୀଠ ପରିଦର୍ଶନ

masiha

ଜୁନାଗଡ଼ ଏନ ଏ ସି କୁ ମୁନିସିପାଲିଟି ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!