ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁର ହୁଟୁବସାହି ବିପର୍ଯ୍ୟସ୍ତ ରାସ୍ତା ନେଇ ଗ୍ରାମବାସୀ ହନ୍ତସନ୍ତ 

 ମୟୂରଭଞ୍ଜ – ୮/୮( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ମାଣିକ ପୁର ପଞ୍ଚାୟତର ନୂଆଗାଁର ହୁଟୁବ ସାହି l ମାତ୍ର ଆଦିବାସୀ ବହୁଳ ଏହି ସାହି ଟି ଏବେ ମଧ୍ୟ ବିକାଶଠାରୁ ଅନେକ ଦୂରରେ ରହିଅଛି l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ନୂଆଗାଁର ହୁଟୁବ ସାହିଗାଁ ମୁଣ୍ଡ ବର୍ଷା ଯୋଗୁଁ ରାସ୍ତାଟି କାଦୁଆ ପଚ ପଚ l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଳେତେର ଗ୍ରା:ପ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

ଏବେ ଅଲୋଡ଼ା ହେବା ସହ ଇତିହାସ ହେବାକୁ ବସିଲାଣି ଶଗଡ଼ ଗାଡ଼ି

କଳାହାଣ୍ଡି:ଥୁଆମୁଳ ରାମପୁର ଠାରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

masiha

Leave a Comment

error: Content is protected !!