ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆଗାଁର ହୁଟୁବସାହି ବିପର୍ଯ୍ୟସ୍ତ ରାସ୍ତା ନେଇ ଗ୍ରାମବାସୀ ହନ୍ତସନ୍ତ 

 ମୟୂରଭଞ୍ଜ – ୮/୮( ମସିହା) ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ମାଣିକ ପୁର ପଞ୍ଚାୟତର ନୂଆଗାଁର ହୁଟୁବ ସାହି l ମାତ୍ର ଆଦିବାସୀ ବହୁଳ ଏହି ସାହି ଟି ଏବେ ମଧ୍ୟ ବିକାଶଠାରୁ ଅନେକ ଦୂରରେ ରହିଅଛି l ବର୍ତ୍ତମାନର ବର୍ଷା ଦିନରେ ଗାଁ ଲୋକମାନେ ଯିବା ଆସିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ବିଶେଷ କରି ନୂଆଗାଁର ହୁଟୁବ ସାହିଗାଁ ମୁଣ୍ଡ ବର୍ଷା ଯୋଗୁଁ ରାସ୍ତାଟି କାଦୁଆ ପଚ ପଚ l ଫଳରେ ଲୋକମାନଙ୍କୁ ଯିବା ଆସିବାରେ ଅନେକ ଅସୁବିଧା ହେଉଛି ବିଶେଷ କରି ସ୍କୁଲ, କଲେଜରମାନେ ଛାତ୍ରଛାତ୍ରୀମାନେ ଦୈନିକ ଯିବାଆସିବା ପାଇଁ ହଇରାଣ ହରକତ ହେଉଛନ୍ତି। ବର୍ଷା ଯୋଗୁଁ ରାସ୍ତା ସଂପୂର୍ଣ୍ଣ ଖରାପ୍ ହୋଇଯାଇଛି। ରୋଗୀ ଏବଂ ଗର୍ଭବତୀ ମହିଳାମାନେ ଡ଼ାକ୍ତର ଖାନା ଯିବା ପାଇଁ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି। ଏହି ରାସ୍ତାରେ ସ୍ଥାନୀୟ ଲୋକମାନେ ଯେପରି ସୁରୁଖୁରୁରେ ଯିବା ଆସିବା କରି ପାରିବେ, ସେଥିପାଇଁ ବ୍ଳକ ଓ ପଂଚାୟତ ପ୍ରଶାସନ ତରଫରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ହ୍ୟୁମାନିଟି ଫାଉଣ୍ଡେସନ ର ପ୍ରଥମ ବାର୍ଷିକୋତ୍ସବ ସମ୍ପନ୍ନ

masiha

ଘର ଘର ତ୍ରିରଙ୍ଗା ଉପଲକ୍ଷେ ଗଣଦୌଡ଼ ଅନୁଷ୍ଠିତ 

Sunil Chandra Nayak

ନିୟନ୍ତ୍ରଣ ହରାଇ ଖଡଖାଇ ନଦୀ ପୋଲ ତଳକୁ ଖସିଲା ଅଟୋ ; ୪ ଜଣ ମହିଳା ସମେତ ଜଣେ ପୁରୁଷ ଗୁରୁତର

Sunil Chandra Nayak

Leave a Comment

error: Content is protected !!