ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଅଙ୍ଗନୱାଡ଼ି କେନ୍ଦ୍ରରେ ତ୍ରିରଙ୍ଗା ଥାଳି ଖାଦ୍ୟ ଖୁଆଇ ଆଙ୍ଗନ୍ କା ଉତ୍ସବ ଉଦଯାପିତ, ୨- ଆଲମଣ୍ଡା ଠାରେ ଭିମଭୋଇ ଭିନ୍ନକ୍ଷୋମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

ଅଙ୍ଗନୱାଡ଼ି କେନ୍ଦ୍ରରେ ତ୍ରିରଙ୍ଗା ଥାଳି ଖାଦ୍ୟ ଖୁଆଇ ଆଙ୍ଗନ୍ କା ଉତ୍ସବ ଉଦଯାପିତ 

ବନ୍ଧୁଗାଁ ତା ୨୯/୯ /୨୬,ବନ୍ଧୁଗାଁ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ଅଧିନରେ କାର୍ଯ୍ୟ କରୁଥିବା ୨୨୧ ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ତ୍ରିରଙ୍ଗା ଥାଳିର ଖାଦ୍ୟ କୁ ଦେଇ ଆଙ୍ଗନ କା ଉତ୍ସବ ଉଦଯାପିତ ହୋଇଯାଇଛି। ତିନି ଦିନ ଧରି ଅଙ୍ଗନୱାଡ଼ି କେନ୍ଦ୍ର ଚଳଚଞ୍ଚଳ ଥିବା ବେଳେ ଲୋକଙ୍କ ଅଂଶଗ୍ରହଣ ବହୁତ ଭଲ ଥିଲା। ପ୍ରତି ପଞ୍ଚାୟତ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ସରକାରଙ୍କ କାର୍ଯ୍ୟକ୍ରମ ହେଉ ଥିଲେ ମଧ୍ୟ ପଞ୍ଚାୟତ ଜନପ୍ରତିନିଧି ମାନଙ୍କୁ ଅଣ ଦେଖା କରିଥିବା ଜଣାଇଛନ୍ତି।ସି ଡି ପି ଓ ଗୀତାଞ୍ଜଳି ମହାରଣା ଙ୍କ ନେତୃତ୍ୱରେ ଅଙ୍ଗନୱାଡ଼ି କେନ୍ଦ୍ରରେ ଆଜି ବୈଠକରେ ଉପସ୍ଥିତ ଥିବା ଶିଶୁଙ୍କ ଅଭିଭାବକ, ଗର୍ଭବତୀ, ପ୍ରସୂତି, ଅଙ୍ଗନୱାଡ଼ି ପରିଚାଳନା କମିଟି ସଦସ୍ୟ, କିଶୋରୀ ବାଳିକା, ଓ ପୋଷଣ, ସୁଭଦ୍ରା, ମମତା, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ର ହିତାଧିକାରୀ ମାନଙ୍କୁ ସରକାରଙ୍କ କଲ୍ୟାଣ ଯୋଜନା ଉପରେ ଆଲୋଚନା ଓ ସଚେତନ କରି ଥିଲେ। ଏଥି ସହିତ ରେସିପି ପ୍ରତିଯୋଗିତା ରେ ପ୍ରଥମ, ଦ୍ୱିତୀୟ, ତୃତୀୟ ମାଆ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ, ଆଶା ଦିଦି,ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ୬୦ ଟଙ୍କାରେ ପ୍ରସ୍ତୁତ ତ୍ରିରଙ୍ଗା ଥାଳି ରେ ଖାଦ୍ୟ ଖାଇବା ପାଇଁ ଦିଆଯାଇ ଥିଲା। କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ଅଙ୍ଗନୱାଡ଼ି କର୍ମୀ ମାନେ ପରିଚାଳନା କରି ଶେଷ କରିଥିଲେ।.ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର,

ଆଲମଣ୍ଡା ଠାରେ ଭିମଭୋଇ ଭିନ୍ନକ୍ଷୋମ ସାମର୍ଥ୍ଯ ଶିବିର ଅନୁଷ୍ଠିତ

ବନ୍ଧୁଗାଁ ତା ୩୦/୯/୨୬, ବନ୍ଧୁଗାଁ ବ୍ଲକର ଆଲମଣ୍ଡା ପଞ୍ଚାୟତ ସଦର ମହକୁମା ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ଭିମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧକ୍ଷା ସୁଶ୍ରୀ ସସ୍ମୀତା ମେଲେକା , ବ୍ଳକ ବିଡ଼ିଓ ଆସିତ କୁମାର ମହାନ୍ତିଙ୍କ, ଉପସ୍ଥିତିରେ ବ୍ଳକ ବିଏସଏସଓ ଦିପକ କୁମାର ବେହୁରାଙ୍କ ଆୟୋଜନରେ ଆଲମଣ୍ଡା ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ପ୍ରଙ୍ଗଣରେ ବନ୍ଧୁଗାଁ ର ୧୩ ଟି ପଞ୍ଚାୟତ ରୁ ଆସିଥିବା ବିଭିନ୍ନ ଭିନ୍ନକ୍ଷମ ମାନଙ୍କୁ ଜିଲ୍ଲା ରୁ ଆସିଥିବା ଡ଼ାକ୍ତରମାନେ ଚିକିତ୍ସା କରି ଦେଖି ସେମାନଙ୍କର କେତେ ଭାଗ ଭିନ୍ନକ୍ଷମ ହୋଇଛି ତାହା ଦେଖିଥିଲେ।।ସମୁଦାୟ ୧୯୯ ଜଣ ଙ୍କ ମଧ୍ୟରୁ ଭିନ୍ନକ୍ଷମ ରଗିମଧ୍ୟରୁ ଅସ୍ଥିଶଲ୍ୟ ରଗି ୮୧ଜଣ ,,ଗଳାଓକର୍ଣ୍ଣ ରଗି ୪୫ ଜଣ ବୈଦ୍ଧିକ ରଗି ୩୧ଜଣ ଓ ଦୃଷ୍ଟି ବାଧିତ ରଗି ୩୪ ଜଣ ଓ ଶିଖିଲ ସେଳ ରଗି ୮ଜଣ ରଗି ଉପସ୍ଥିତ ଥିଲେ। ଏବଂ ଜିଲ୍ଲା ଡକ୍ଟର ମାନେ ହେଲେ ଡ଼ଃ ବିଶ୍ବଜିତ ଶାହୁ ଅସ୍ଥିଶଲ୍ୟ ବିଶେଷଜ୍ଞ, ଡ଼ଃ ଦୁରଗା ପାତ୍ର, ଶିଖିଲ ସେଳ ବିଶେଷଜ୍ଞ, ଡ଼ଃ ଦେବାଶିଷ ମହାପାତ୍ର,ବୈର୍ଦ୍ଧୀକ ବିଶେଷଜ୍ଞ, ଡ଼ଃ ଏସ ଏସ ମିଶ୍ର,ଗଳା ଓ କର୍ଣ୍ଣ ବିଶେଷଜ୍ଞ, ମାନେ ଉପସ୍ଥିତ ରହି ବ୍ଳକର ସମସ୍ତ ପଞ୍ଚାୟତ ରୁ ଆସିଥିବା ରଗିମାନଙ୍କୁ ଚିକିତ୍ସା କରି ଦେଖିଥିଲେ। ଉକ୍ତ ଭିନ୍ନକ୍ଷମ ଶିବିରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ଅଙ୍ଗନୱାଡି କର୍ମୀ ମାନେ ଉପସ୍ଥିତ ରହି ଶିବିରରେ ଉପସ୍ଥିତ ସମସ୍ତ ରଗି ଓ ସେମାନଙ୍କର ସମ୍ପର୍କୀୟଙ୍କୁ ସହଯୋଗ କରିଥିଲେ। ଉକ୍ତ ଭିନ୍ନକ୍ଷମ ଶିବିରଟି ବ୍ଳକର ସମସ୍ତ ସରକାରି କର୍ମଚାରୀଙ୍କ ସହଯୋଗରେ ଶୁରୁକ୍ଷୁରୁରେ ପରିଚାଳିତ ହୋଇଥିଲି।ଶେଷରେ ସେଠାରେ ଆୟୋଜିତ ରନ୍ଧାଖାଦ୍ୟ ସମସ୍ତେ ଖାଇ ନିଜ ନିଜ ଘରକୁ ଚାଲିଗଲେ। ବନ୍ଧୁଗାଁ ପଲିସ ଷ୍ଟାଫ ଓ ବିଦ୍ୟାଳୟ ର ସ୍କାଉଟ ଛାତ୍ର ଉପସ୍ଥିତ ରହି ସୁରକ୍ଷା ଜିଗେଇଥିଲେ I

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

Related posts

ଇନ୍ଦ୍ରାବତୀ ପ୍ରୋଜେକ୍ଟ ଦେଓପାଲି ଡେମ କାର୍ଯ୍ୟରତ ସୁରକ୍ଷା କର୍ମୀଙ୍କ ମୃତ୍ୟୁ :କାରଣ ଅସ୍ପଷ୍ଟ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

“ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ଚାରା ବିତରଣ ଯାନ ର ଶୁଭାରମ୍ଭ 

Sunil Chandra Nayak

Leave a Comment

error: Content is protected !!