ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୈବଲ୍ୟ ସାହିତ୍ୟ ସଂସଦର ରେଳ ଦୁର୍ଘଟଣା ସହାୟତା

କଟକ : କୈବଲ୍ୟ ସାହିତ୍ୟ ସଂସଦ ର କର୍ମକର୍ତ୍ତା ବହାନଗା ରେଳ ଦୂର୍ଘ ଟଣା ପୀଡ଼ିତ ପରିବାରକୁ କଟକ ବଡ଼ ମେଡ଼ିକାଲରେ ଭେଟି ସହାୟତା କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । ଅର୍ଥପେଡିକ ୱାର୍ଡ ତୃତୀୟ ମହଲା ୩୪ ନମ୍ୱର୍ ବେଡ ରେ ଚିକିତ୍ସିତ ଶ୍ରୀମତୀ ଦେବକୀ ପାତ୍ର, ଭୀମପୁର , ବାଲେଶ୍ଵର ଙ୍କୁ ଭେଟି କୈବଲ୍ୟ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ , ପଣ୍ଡିତ ନୀଳକଣ୍ଠ ରାଉତ୍ ଏବଂ ବିରେନ୍ଦ୍ର ଜେନା ଚିକିତ୍ସା ସମ୍ପର୍କିତ ବିଭିନ୍ନ ଆଲୋଚନା କରିଥିଲେ । ସେହି ରେଳ ଦୁର୍ଘଟଣା ସମୟରେ ତାଙ୍କର ସ୍ବାମୀ ନୀଳାମ୍ବର ପାତ୍ର ( ୫୦ ବର୍ଷ ) , ପୁଅ ଦେବାଶିଷ ପାତ୍ର ଏବଂ ସାନ ପୁଅ ଶୁଭାଶିଷ ପାତ୍ର ପୁରୀ ଆସୁଥିଲେ । ସମସ୍ତେ ଆହତ ହୋଇ ସେହି ୱାର୍ଡ ରେ ଚିକିତ୍ସିତ ହେଉଛନ୍ତି । ଦେବକୀ ପତ୍ରଙ୍କ ମୁଣ୍ଡରେ କ୍ଷତ ହୋଇ ବାମ ଆଖି ଆଘାତ ପ୍ରାପ୍ତ ହୋଇଛି ଏବଂ ବାମ ଗୋଡ଼ ର ଲିଗାମେଣ୍ଟ ଫ୍ୟାକଚର୍ ହୋଇଛି । ସ୍ବାମୀ ନୀଳାମ୍ବର ଙ୍କ ସ୍ପାଇନାଲ କର୍ଡ ଆଘାତ ହୋଇଛି ଏବଂ ଦୁଇ ପୁଅ ଚିକିତ୍ସିତ ହେଉଛନ୍ତି । ତାଙ୍କର ଦେଖରଖା କରିବା ପାଇଁ ତାଙ୍କ ସାନ ଭଉଣୀ ଅଛନ୍ତି । ଟ୍ରେନ ଦୁର୍ଘଟଣାରେ ତାଙ୍କ ମୋବାଇଲ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ସେ ତାଙ୍କ ସମ୍ପର୍କୀୟ ଏବଂ ପରିବାର ସହିତ କଥା ହୋଇ ପାରୁନାହାନ୍ତି ବୋଲି କହିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ର କର୍ମକର୍ତ୍ତା ତାଙ୍କ କଥା ପାଇଁ ଗୋଟିଏ ନୂଆ ମୋବାଇଲ କିଣିଥିଲେ । ସିମ୍ କାର୍ଡ ମଧ୍ୟ କିଣିଥିଲେ । କିନ୍ତୁ ସିମ କାର୍ଡ ରିଚାର୍ଜ କରିବା ପାଇଁ ଫିଙ୍ଗର ପ୍ରିଣ୍ଟ ଆବଶ୍ୟକତା ଥିଲା । ଜଣେ ମୋବାଇଲ ଦୋକାନୀଙ୍କୁ ନିବେଦନ କରି ତାଙ୍କ ବେଡ଼ ପାଖକୁ ଆଣି ଫିଙ୍ଗର ପ୍ରିଣ୍ଟ ଦେଇ ମୋବାଇଲ ରିଚା ର୍ଜ କରି ଦେଇଥିଲେ । ତାଙ୍କର ଅଟେ ଣ୍ଡାଣ୍ଟ ଇସ୍କନ ଦୀକ୍ଷିତ ହୋଇଥିବାରୁ ପାଞ୍ଚ ଦିନ ହେବ ଫଳ ଖାଇ ରହିଥିଲେ । ହୋଟେଲ ରୁ ବିନା ପିଆଜ ରସୁଣ ଖାଦ୍ୟ ଆଣି ଦେଇଥିଲେ । ସମସ୍ତ କର୍ମକର୍ତ୍ତା ଙ୍କ ଟେଲିଫୋନ ନମ୍ବର ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଛି । କୌଣସି ଅସୁବିଧା ହେଲେ ଯୋଗାଯୋଗ କରିବାକୁ ନିବେଦନ କରାଯାଇଛି । ଗୋଟିଏ ରେଳ ଦୁର୍ଘଟଣା ପରିବାରକୁ କୈବଲ୍ୟ ସାହିତ୍ୟ ସଂସଦ ଭଲ ହେବା ପର୍ଯ୍ୟନ୍ତ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଆଦିବାସୀ ବିଶ୍ୱବିଦ୍ୟାଳୟ କୁ କଳାହାଣ୍ଡି ରେ କରିବା ପାଇଁ ଅଲ୍ ଓଡିଶା ସିଡୁଲ୍ଡ କାଷ୍ଟ ଫେଡରେସନ,ଓ କଳାହାଣ୍ଡି ଆଦିବାସୀ ସମାଜର ଦାବି

Sunil Chandra Nayak

ଖେଜୁରୀ ବଡ଼ସାହି ରୁ କାହୁବେଡା ରାସ୍ତା କାଦୁଅ ପଚ ପଚ

masiha

ଡକ୍ଟରେଟ ଉପାଧି ପାଇଲେ ଇଂରାଜୀ ଅଧ୍ଯାପକ

masiha

Leave a Comment

error: Content is protected !!