ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁଲାଇ ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ୨୬ ଟି ବ୍ଲକରେ ଏସ ଆଇ ଏସ ଇଣ୍ଡିଆ ଲିଃ,କଟକ ଆନୁକୁଲ୍ୟରେ ନିଯୁକ୍ତି ଶିବିର

ମୟୂରଭଞ୍ଜ -୫/୭ ( ମସିହା)ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିୟୋଜନ ବିଭାଗ ମିଳିତ ସହଯୋଗରେ ରିଜିଓନାଲ ଟ୍ରେନିଂ ଏକାଡେମୀ,ଏସଆଇଏସ ଇଣ୍ଡିଆ ଲିଃ କଟକ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୨୬ ଟି ବ୍ଳକର ଶିକ୍ଷିତ ଯୁବକମାନଙ୍କୁ ରୋଜଗାର ଯୋଗାଇ ଦେବା ଲାଗି ନିଯୁକ୍ତି ସଶିବିୟ ଆସନ୍ତା ଜୁଲାଇ ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ଶିବିର ଆୟୋଜନ କରାଯାଇଛି । ସୁରକ୍ଷା କର୍ମୀ, ଓ ସୁରକ୍ଷା ଅଧିକାରୀ ପଦବୀରେ ନିଯୁକ୍ତି ଲାଗି ସମସ୍ତ ବ୍ଳକ କାର୍ଯ୍ୟାଳୟ ଠାରେ ଚୟନ ଓ ପଂଜିକରଣ ଶିବିର ଅନୁଷ୍ଠିତ ହେବ । ଉକ୍ତ ଚୟନ ଶିବିର ଯଥାକ୍ରମେ ତିରିଂ ଓ ବହଳଦା ବ୍ଳକ ପାଇଁ ଜୁଲାଇ ୧୦, ବିଜାତଳା ଓ ବିଶୋଇ ବ୍ଳକ ପାଇଁ ଜୁଲାଇ୧୧,କୁସୁମି ଏବଂ ଜାମଦା ବ୍ଳକ ପାଇଁ ଜୁଲାଇ୧୨,, ଯଶିପୁର ଏବଂ ରାଇରଙ୍ଗପୁର ବ୍ଳକ ପାଇଁ ଜୁଲାଇ ୧୩,,ରରୁଆଁ ଏବଂ ଶୁକ୍ରୁଳି ବ୍ଳକ ପାଇଁ ଜୁଲାଇ ୧୪,, ଠାକୁରମୁଣ୍ଡା ଏବଂ କରଂଜିଆ ବ୍ଳକ ପାଇଁ ଜୁଲାଇ ୧୫,ସାରସକଣା ଓ ବାଙ୍ଗିରିପୋଷି ବ୍ଳକ ପାଇଁ ଜୁଲାଇ ୧୭,କୁଳିଅଣା ଏବଂ ସୁଳିଆପଦା ବ୍ଳକ ପାଇଁ ଜୁଲାଇ ୧୮ ମୋରଡ଼ା ଏବଂ ରାସଗୋବିନ୍ଦପୁର ବ୍ଳକ ପାଇଁ ଜୁଲାଇ୧୯, ଵେତନଟି ଏବଂ ବଡ଼ସାହି ବ୍ଳକ ପାଇଁ ଜୁଲାଇ ୨୦ ,ଖୁଣ୍ଟା ଏବଂ ଗୋପବନ୍ଧୁନଗର ବ୍ଳକ ପାଇଁ ଜୁଲାଇ୨୧ , ଶାମାଖୁଣ୍ଟା ଏବଂ ବାରିପଦା ବ୍ଳକ ପାଇଁ ଜୁଲାଇ ୨୪ ତାରିଖ ଏବଂ ଉଦଳା ଓ କପ୍ତିପଦା ବ୍ଳକ ପାଇଁ ଜୁଲାଇ୨୫ ତାରିଖ ପର୍ଯ୍ୟନ୍ତ ଚୟନ ଶିବିର ଅନୁଷ୍ଠିତ ହେବ । ଏଥି ନିମନ୍ତେ ପ୍ରାର୍ଥୀମାନଙ୍କର ବୟସ ୨୧ ରୁ ୩୭ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଦଶମ ପାଶ୍ , ଉଚ୍ଚତା ୧୬୮ ସେମି ଓ ଓଜନ ୫୬ ରୁ ୮୦ କିଲୋ ଏବଂ ଶାରିରୀକ ଭାବରେ ସୁସ୍ଥ ହୋଇଥିବା ଆବଶ୍ୟକ ।ଚୟନ ପ୍ରାର୍ଥିମାନଙ୍କୁ କଟକ ଚୌଦ୍ୱାରରେ ଏସଆଇଅଏସ ଲିଃ ତରଫରୁ ଏକମାସ ପାଇଁ ଶାରିରୀକ ଦକ୍ଷତା,ଅଗ୍ନିଶମ ସେବା ପ୍ରଶିକ୍ଷଣ, ଓ ପ୍ରାଥମିକ ଚିକିତ୍ସା ଆଦି ସମ୍ପର୍କରେ ତାଲିମ ଦିଆଯିବା ସହ ସଫଳ ପ୍ରଶିକ୍ଷଣ ପରେ ଯୋଗ୍ୟ ପ୍ରାର୍ଥିଙ୍କୁ ରାଜ୍ୟ ତଥା ଦେଶର ବଢ୍ଡବଡ ଜଣାଶୁଣା ସଂସ୍ଥାରେ ନିଯୁକ୍ତି ଦିଆଯିବ ବୋଲି ଏସଆଇଏସ ଇଣ୍ଡିଆ ଲିଃ ତରଫରୁ ଅଧିକାରୀଵୃନ୍ଦ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଏହି ସଂସ୍ଥା ତରଫରୁ ଜିଲ୍ଲାର ସମସ୍ତ ବ୍ଲକରେ ନିଯୁକ୍ତି ଶିବିର ଆୟୋଜନ କରାହୋଇ ଆସୁଛି ।ଏହି ନିଯୁକ୍ତି ଶିବିରରେ ବେକାର ଯୁବକ ଯୁବତୀମାନେ ଯୋଗ ଦେଇ ନିଜେ ସ୍ବାବଲମ୍ବୀ ହେବାସହ ଉତ୍କଟ ବେକାର ସମସ୍ୟା ଓ ଦାରିଦ୍ର୍ୟରୁ ମୁକୁଳି ପରିବାରର ଆର୍ଥିକ ଉନ୍ନତିରେ ସହାୟକ ହେବା ପାଇଁ ନିବେଦନ କରାଯାଇଛି ।ଅଧିକ କିଛି ଜାଣିବା ପାଇଁ ଏସଆଇଅଏସର ନିଯୁକ୍ତି ଅଧିକାରୀ ଶ୍ରୀ ଦେବୀପ୍ରସାଦଙ୍କ ଉତ୍ତରରାୟଙ୍କ ୭୦୦୮୩୩୩୯୨୨ ସହ ମୋବାଇଲ ରେ ଯୋଗାଯୋଗ କରିପାରିବେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସ୍ବାମୀ ବିବେକାନନ୍ଦ ୟୁଥ୍ କ୍ଳବ୍ ର ବାର୍ଷିକ ଉତ୍ସବ

Sunil Chandra Nayak

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ

masiha

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ-୨୦୨୫ ,  ନୂତନ ରାସନ୍ କାର୍ଡ ବିତରଣ 

masiha

Leave a Comment

error: Content is protected !!