ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଙ୍କେରି ମଣ୍ଡି ରେ ଆରମ୍ଭ ରୁ ଅବ୍ୟବସ୍ଥା,ପଡ଼ି ରହିଛି ହଜାର ହଜାର ବସ୍ତା ଧାନ 

କାଙ୍କେରି ମଣ୍ଡି ରେ ଆରମ୍ଭ ରୁ ଅବ୍ୟବସ୍ଥା,ପଡ଼ି ରହିଛି ହଜାର ହଜାର ବସ୍ତା ଧାନ 

ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ କାଳ ବୈଶାଖୀ ଚାଷୀ ଙ୍କ ପାଇଁ କାଳ ସାଜିଛି..

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ରେ ଚଳିତ ରବି ଋତୁ ପାଇଁ ଗତ ମଇ ୨୦ ତାରିଖ ରୁ ଧାନ କ୍ରୟ ଆରମ୍ଭ ହୋଇଛି। ତେବେ ଆରମ୍ଭ ରୁ ବିଭିନ୍ନ ମଣ୍ଡି ରେ ଅବ୍ୟବସ୍ଥା ଲାଗି ରହିଛି । ଏହାକୁ ନେଇ ଚାଷୀ ଅସନ୍ତୋଷ ବଢିବା ରେ ଲାଗିଛି । ଆଜି ଏ ନେଇ କିଛି ଚାଷୀ ପ୍ରତିନିଧି ଉପଖଣ୍ଡ ପ୍ରଶାସନ କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ସୂଚନା ଅନୁଯାୟୀ ଧର୍ମଗଡ ବ୍ଲକ ଅନ୍ତର୍ଗତ କାଙ୍କେରୀ ମଣ୍ଡି ରେ ଧାନ ଉଠାଣ ତ୍ୱରାନ୍ୱିତ ହେଉ ନାହିଁ। ମଣ୍ଡି ଆରମ୍ଭ ରୁ ହିଁ ଟାର୍ଗେଟ କୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ କାଳ ବୈଶାଖୀ ଚାଷୀ ଙ୍କ ଚିନ୍ତା ବଢାଇ ଦେଇଛି । ପେକ୍ସ ପକ୍ଷ ରୁ ପ୍ରାପ୍ତ ସୂଚନା ଅନୁସାରେ ଚଳିତ ରବି ଋତୁ ରେ କାଙ୍କେରୀ ମଣ୍ଡି ରେ ଧାନ ବିକ୍ରୟ ପାଇଁ ୫୨୪ ଜଣ ଚାଷୀ ଅନ ଲାଇନ୍ ପଞ୍ଜିକରଣ କରିଛନ୍ତି । ଟୋକେନ ପାଇଥିବା ଚାଷୀ ମାନେ ମଣ୍ଡି ରେ ଧାନ ଗଦା କରି ଖରା ବର୍ଷା ରେ ଧାନ କୁ ଜଗି ରହିଛନ୍ତି । କେବେ ଧାନ ଉଠିବ ସେହି ଚିନ୍ତା ରେ ଚାଷୀ ଅଛନ୍ତି । ଆଜି ସୁଦ୍ଧା ମଣ୍ଡି ରେ ୬୫ ଜଣ ଚାଷୀ ଙ୍କ ୮୯୬୭ ବସ୍ତା ପ୍ରାୟ ୩୭୦୦ କ୍ଵିଣ୍ଟାଲ ଧାନ ମଣ୍ଡି ରେ ପଡି ରହିଛି । ଏହି ମଣ୍ଡି ସହିତ ଦୁଇଟି ମିଲର ମା ଭଣ୍ଡାର ଘରଣୀ ରାଇସ୍ ମିଲ ଓ ଦୂର୍ଗା ରାଇସ ମିଲ କୁ ଟ୍ୟାଗ କରା ଯାଇଥିଲା। ତେବେ କେବଳ ମା ଭଣ୍ଡାର ଘରଣୀ ରାଇସ ମିଲ କୁ କେବଳ ୭୦୦ କ୍ଵିଣ୍ଟାଲ ଟାର୍ଗେଟ ଦିଆ ଯାଇଛି । ଦୂର୍ଗା ରାଇସ ମିଲ କୁ କୌଣସି ଟାର୍ଗେଟ ଦିଆ ଯାଇ ନ ଥିବା ବେଳେ ପରେ ଏହା କୁ ହଟେଇ ଦିଆ ଯାଇଛି । ଏପରି ସ୍ଥଳେ କେବଳ ଗୋଟିଏ ଦିନ ୩ ଜଣ ଚାଷୀ ଙ୍କ ୧୯୪.୪୦ କ୍ଵିଣ୍ଟାଲ ଧାନ ଉଠାଣ ହୋଇ ଥିଲା । ଆଜି କେବଳ ୪ ଜଣ ଚାଷୀ ଙ୍କ ୧୯୮ କ୍ଵିଣ୍ଟାଲ ଧାନ ଉଠାଣ ହୋଇଛି । ଧିମା ଗତି ରେ ଧାନ ଉଠାଣ କୁ ନେଇ ଚାଷୀ ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଆଜି ଏ ନେଇ କାଙ୍କେରୀ ସରପଞ୍ଚ ପ୍ରତିନିଧି ଶ୍ୟାମ ଘନ କେତକୀ, ସନ୍ଧି କୁଲିହାରୀ ସରପଞ୍ଚ ଜଗତ ରାମ ବାଗ, ଚାଷୀ ତଥା ଆଇନଜୀବୀ ଚନ୍ଦ୍ର ବେହେରା, ତରୁଣ କୁମାର ବାଗ, ବିଶ୍ଵନାଥ ଛତ୍ରିଆ, ଲକ୍ଷପତି କଟା, ତପନ ମେହେର, ବସନ୍ତ ଗହିର, ଗୋବର୍ଦ୍ଧନ ନାଗ ନଟବର କଟା ଙ୍କ ସମେତ ଅନେକ ଚାଷୀ ଡେପୁଟି କଲେକ୍ଟର ପୁନମ୍ ଗୁପ୍ତା ଙ୍କୁ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସନ୍ଧିକୁଲିହାରୀ ଠାରେ ଏକ ଉପ ମଣ୍ଡି ଖୋଲିବା ସହ ଧାନ ଉଠାଣ କୁ ତ୍ୱରାନ୍ୱିତ କରିବାକୁ ଚାଷୀ ମାନେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଛଟ ମହାପର୍ବକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ

Sunil Chandra Nayak

ମହାବଳ ବାଘ ବୁଲୁଥିବା ଖବର ପାଇ ଅଞ୍ଚଳବାସୀ ଆତଙ୍କିତ 

masiha

ପୂର୍ତ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ଠିକାଦାରଙ୍କ ଧମକ ମାମଲା ଏସପିଙ୍କୁ ଭେଟିଲେ ଦଳିତ ଆଦିବାସୀ ମହାସଂଘ କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!