ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ର ଅଲ୍ ଇତୁନ୍ ଆଶ୍ରା ତରଫରୁ ଗ୍ରୀଷ୍ମକାଳୀନ ମାଗଣା ସାନ୍ତାଳି ଲିପି ଅଲଚିକି ଶିକ୍ଷା କେନ୍ଦ୍ରରେ ସାଂସଦଙ୍କୁ ସମ୍ବର୍ଦ୍ଧନା

ରାଇରଙ୍ଗପୁର ର ଅଲ୍ ଇତୁନ୍ ଆଶ୍ରା ତରଫରୁ ଗ୍ରୀଷ୍ମକାଳୀନ ମାଗଣା ସାନ୍ତାଳି ଲିପି ଅଲଚିକି ଶିକ୍ଷା କେନ୍ଦ୍ରରେ ସାଂସଦଙ୍କୁ ସମ୍ବର୍ଦ୍ଧନା

ରାଇରଙ୍ଗପୁର – ୦୬/୦୬ ଆଦିବାସୀ ସାନ୍ତାଳି ଲିପି ଅଲଚିକି ଏବଂ ଭାଷାର ପ୍ରଚାର ଓ ପ୍ରସାର ପାଇଁ ରାଇରଙ୍ଗପୁରର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଶହୀଦ ନୁଦୁରାମ ମେମୋରିଆଲ ଟ୍ରଷ୍ଟ ଏବଂ ଅଲ୍ ଇତୁନ୍ ଆଶ୍ରା ଅଣ୍ଟା ଭିଡିଛି ।ଏହି ଅନୁଷ୍ଠାନ ତରଫରୁ ଗ୍ରୀଷ୍ମକାଳିନ ଅବସରରେ ସେ ୫ ତାରିଖରୁ ଜୁନ ୧୬ ତାରିଖ ପର୍ଯ୍ଯନ୍ତ ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ସାନ୍ତାଳି ଲିପି ପଠନ,ଲିଖନ କାର୍ଯ୍ଯକ୍ରମ

ଆୟୋଜିତ କରାଯାଇଛି ।ଏଠାରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆଦିବାସୀ,ଅଣ ଆଦିବାସୀ ବୟସ୍କ ମାନେ ମଧ୍ୟ ଶିକ୍ଷାଲାଭ କରୁଛନ୍ତି ।ଅଭିଜ୍ଞ ଶିକ୍ଷକ ବୁଢାନ୍ ସାର୍ ବାଲାଇ ସାର୍ ଲକ୍ଷ୍ମିପ୍ରିୟା ଦିଦି ସରଳ ଏଵଂ ସହଜ ଭାଷାରେ ସାନ୍ତାଳି ଶିକ୍ଷା ଦେଉଛନ୍ତି ।ଆଜି ଏହି ଶିକ୍ଷାଦାନ କେନ୍ଦ୍ରକୁ ମୟୂରଭଂଜ ସାଂସଦ ନବ ଚରଣ ମାଝୀ ଏବଂ ତାଙ୍କ ପ୍ରତିନିଧି ମନୋଜ ଦାସ ମୁଖ୍ୟ ଅତିଥିଭାଵେ ଯୋଗ ଦେଇଥିଲେ ।ଛାତ୍ରଛାତ୍ରୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।ସେ କହିଥିଲେ ମାତୃଭାଷା ହିଁ ଶ୍ରେଷ୍ଠ ଭାଷା ।ଯିଏ ନିଜ ମାତୃଭାଷାରେ ସୁଦୃଢ ସେ ଅନ୍ୟଭାଷାକୁ ସହଜରେ ଗ୍ରହଣ କରି ପାରିବ ।ଶିକ୍ଷା ହେଉଛି ବିକାଶର ଚାବିକାଠି ।ସମସ୍ତେ ଶିକ୍ଷିତ ହୁଅ ଓ ଆଗକୁ ନିଜ ବିଚାରଧାରା ନେଇ ବଢ ।କାର୍ଯ୍ୟକ୍ରମରେ ଶହୀଦ ନୁଦୁରାମ ଟ୍ରଷ୍ଟରେ ପ୍ରତିଷ୍ଠାତା ମନୋରଞ୍ଜନ ହାଁସଦାଃ,ଅଧ୍ୟକ୍ଷ ମୋଚିରାମ ମୁର୍ମୁ,ସଦସ୍ୟ ଗୋପାଳ ଚନ୍ଦ୍ର ମହାନ୍ତି,ଅଲ୍ ଇତୁନ୍ ଆଶ୍ରାର ଜିଲ୍ଲା ସଭାପତି ରବୀନ୍ଦ୍ର ମୁଖୀ ଏବଂ ଶିକ୍ଷକ ବୁଢ଼ାନ ସାର୍ ଵାଲାଇ ସାର୍ ଉପସ୍ଥିତ ଥିଲେ ।ସାଂସଦ ପ୍ରତିନିଧି ମନୋଜ ଦାସ କହିଥିଲେ ମୁଁ ମଧ୍ୟ ସାନ୍ତାଳି ଲିପି ଓ ଭାଷା ଶିଖିବି ଯାହାକି ମୋତେ ମୋ କର୍ମକ୍ଷେତ୍ରରେ ସାହାଯ୍ୟ କରିବ ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

କୋକସରା ଠାରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ମୋ ବସ ‘ ସେବା ଡ୍ରାଇଭରଙ୍କୁ ମାଡ ଥାନାରେ ଅଭିଯୋଗ

Sunil Chandra Nayak

ବିଦ୍ୟାଳୟ ଗେଟରେ ରାତିରେ ପୁଟୀ ଓ ରଙ୍ଗ ମାରିଥିଲେ ଶ୍ରମିକ: ତଦନ୍ତ କରିବାକୁ ଆସିଲେ ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ 

masiha

Leave a Comment

error: Content is protected !!