ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ସୁଭଦ୍ରା ଯୋଜନା ର ଶୁଭାରମ୍ଭ… କଳାହାଣ୍ଡି ମହିଳା ପାଇଲେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି,ବ୍ୟାଙ୍କ ଖାତାକୁ ଗଲା ପାଞ୍ଚ ହଜାର ଟଙ୍କା

ଆଜି ସୁଭଦ୍ରା ଯୋଜନା ର ଶୁଭାରମ୍ଭ…

କଳାହାଣ୍ଡି ମହିଳା ପାଇଲେ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି,ବ୍ୟାଙ୍କ ଖାତାକୁ ଗଲା ପାଞ୍ଚ ହଜାର ଟଙ୍କା

 ଆଜି ପ୍ରଧାନମନ୍ତ୍ରୀ ଙ୍କ ଅଭାସୀ ଜରିଆରେ ସୁଭଦ୍ରା ଯୋଜନା ର ଶୁଭାରମ୍ଭ ଅବସରରେ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମ ଆର.ଏମ ସି, ଭବାନୀପାଟଣା ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପୱାର ସଚିନ ପ୍ରକାଶ ଉପସ୍ଥିତ ଥିବା ବେଳେ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି,ଜୟ ଶଙ୍କର ନାୟକ, ଦୟାମୟ ପାଢ଼ୀ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ,ବ୍ଲକ ଅଧ୍ୟକ୍ଷ, ବ୍ଳକ ଉପାଧ୍ୟକ୍ଷା, ଡି ଏସ ଡବ୍ଲୁ ଓ, ଶ୍ରୀମତୀ ମୁଜ୍ଜୁବିନ ନିଶା ପ୍ରମୁଖ ଉପସ୍ଥିତ ଥିଲେ. ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଚନ୍ଦନ କୁମାର ଭୋଇ ମହୋଦୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।ସ୍ୱଚ୍ଛତା ଶପଥ ପାଠ କରାଯିବା ସହ ୨୦ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କ ଗୃହ ପ୍ରବେଶ ହୋଇଥିଲା ଏବଂ ୨୦ଜଣ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।ଶ୍ରୀମତୀ ପଙ୍କଜିନୀ ତରାସିଆ, ବି ପି ଏମ, ଓଡିଶା ଜୀବିକା ମିଶନ,ଭବାନୀପାଟଣା ମଞ୍ଚ ପରିଚାଳନା କରିଥିଲେ।୩୬ ଗୋଟି ଗ୍ରାମ ପଂଚାୟତ ର ସମସ୍ତ ସରପଞ୍ଚ, ସମିତି ସଭ୍ୟା / ସଭ୍ୟ, ପାଖାପାଖି ୩ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଆଶା, ଅଙ୍ଗନବାଡି କର୍ମୀ, ଏମ ବି କେ, ସି ଆର ପି -ସି ଏମ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମହୋଦୟ ଙ୍କୁ ଧନ୍ୟବାଦ ଜଣାଇ ଥିଲେ।ନାରୀ ସଶକ୍ତିକରଣ ର ଏହି କାର୍ଯ୍ୟକ୍ରମ ରେ ତହସିଲଦାର, କଳାହାଣ୍ଡି, ଡିପିସି, ମିଶନ ଶକ୍ତି, କଳାହାଣ୍ଡି, ଡି ଆଇ ପି ଆର ଓ, କଳାହାଣ୍ଡି, ବ୍ଲକ ର ସମସ୍ତ ଅଧିକାରୀ, ମିଶନ ଶକ୍ତି ର ବ୍ଲକ ସ୍ତରୀୟ ଅଧିକାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।ଶେଷରେ ବି ପି ଏମ ସୁଭଦ୍ରା ଯୋଜନା ର ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ସମସ୍ତ ଭଦ୍ର ମଣ୍ଡଳୀ ଙ୍କୁ ବ୍ଲକ ପ୍ରଶାସନ ତରଫରୁ ଧନ୍ୟବାଦ ପ୍ରଦାନ କରିଥିଲେ।

ସେହିପରି ଧର୍ମଗଡ କଳାହାଣ୍ଡି ଉତ୍ସବ ପଡ଼ିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବିଡ଼ିଓ ଶରତ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ,ଧର୍ମଗଡ ଏନ୍ ଏ ସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର,ନିର୍ବାହୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ସିଡ଼ିପିଓ ସୁଚରିତା ମହାପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ଏହି ଅବସରରେ ସ୍ୱଚ୍ଛତା ଶପଥ ପାଠ କରାଯିବା ସହ ୧୦ଜଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କ ଗୃହ ପ୍ରବେଶ ହୋଇଥିଲା ଏବଂ ୫୭ଜଣ ଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।ଧର୍ମଗଡ ବ୍ଲକ ର ୨୪ ଗୋଟି ଗ୍ରାମ ପଂଚାୟତ ର ସମସ୍ତ ସରପଞ୍ଚ, ସମିତି ସଭ୍ୟା / ସଭ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀ ର ସଭ୍ୟା, ଆଶା, ଅଙ୍ଗନବାଡି କର୍ମୀ, ଏମ ବି କେ, ସି ଆର ପି -ସି ଏମ ଓ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ର ୧୪ ଗୋଟି ୱାର୍ଡ ର କର୍ମକର୍ତ୍ତା ବୃନ୍ଦ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରକ୍ତଦାନ ଶିବିର ଆୟୋଜନ ନେଇ ସିନାପାଲି ଶିକ୍ଷା ବିଭାଗର ପ୍ରସ୍ତୁତି 

Sunil Chandra Nayak

ତହସିଲଦାର ଙ୍କୁ କର୍ଲାମୁଣ୍ଡା ରେ ବସଷ୍ଟାଣ୍ଡ ପାଇଁ ବିବେକସେନା ର ଦାବିପତ୍ର ପ୍ରଦାନ

Sunil Chandra Nayak

ଏଡିଜେ କୋର୍ଟ ସ୍ଥାପନ ଦାବିରେ ବୁଧୁବାର ଖଡ଼ିଆଳ ବନ୍ଦ

masiha

Leave a Comment

error: Content is protected !!