ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ମହମ୍ମଦ ଜୟନ୍ତୀ ପାଳିତ

ଜୁନାଗଡ଼ ରେ ମହମ୍ମଦ ଜୟନ୍ତୀ ପାଳିତ

ଜୁନାଗଡ଼,୧୬/୯(ମନି ସ)ଜୁନାଗଡ଼ ସୁନ୍ନି ମୁସଲିମ ସମାଜ ଦ୍ୱାରା, ଜଗଦ ଗୁରୁ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଜୁନାଗଡ଼ ସ୍ଥିତ ସୁନ୍ନି ମୁସଲିମ ମସଜିଦ ରେ ଜଗତଗୁରୁ ମହମ୍ମଦ ଙ୍କ ଜନ୍ମ ଜୟନ୍ତୀ ରେ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରାଯାଇଥିଲା। ଏଥିରେ ଶତାଧିକ ମୁସଲମାନ ଭାଇଭଉଣୀ ସାମିଲ ହୋଇଥିଲେ। ଏହି ଜନ୍ମ ଜୟନ୍ତୀ କୁ ଦେଶ ତଥା ବିଶ୍ୱ ସାରା ଶାନ୍ତିର ପ୍ରତୀକ ହିସାବରେ ପାଳନ କରାଯାଇଥାଏ, ଉକ୍ତ ଜନ୍ମ ଜୟନ୍ତୀ ଅବସରରେ କିଭଳି ପଡୋଶୀ ତଥା ସମଗ୍ର ମଣିଷ ସମାଜ ସହିତ ସ୍ନେହ ଶ୍ରଦ୍ଧା ଓ ଶାନ୍ତିପୂର୍ଣ ଭାବରେ କିଭଳି ବଞ୍ଚି ହେବ ସେଥି ପ୍ରତି ସମସ୍ତ ଙ୍କୁ ଭାଇଚାରା ର ସନ୍ଦେଶ ଦେଇଥାଏ ବୋଲି ମୁସଲିମ ଭାଇମାନେ ବାର୍ତା ଦେଇଥିଲେ |ଏହି ଜନ୍ମ ଜୟନ୍ତୀ ଅବସରରେ ମସଜିଦ ପୂଜକ ମୌଲାନା ହାପିଜ ନଜାରୁଲ ମୁସ୍ଥାଫା ସାହବ, ଆତାଉର ରାହାମାନ ସାହବ, ମସଜିତ କମିଟି ସଭାପତି ଦାଉଦ ମହମଦ, ସମ୍ପାଦକ ଶେଖ ୱହୀଦ, କୋଷାଧ୍ଯକ୍ଷ ମଜିଦ ସୋଲାଙ୍କି, ଇଦ ମହମ୍ମଦ ନବୀ ସଂଚାଳନ କମିଟି, ସଭାପତି ହନିଫ ମହମ୍ମଦ, ସମ୍ପାଦକ ଦିଳାବାର ମହମ୍ମଦ, କୋଷାଧ୍ୟକ୍ଷ ଶୈଖ ତାହିର,ସହିତ ସୁନ୍ନି ମୁସଲିମ ସମୂହ ସମାଜ ର ଅନେକ ଭାଇଭଉଣୀ ଉପସ୍ଥିତ ରହିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବଡ଼ବାର୍ଲି ଗ୍ରାମବାସୀଙ୍କ ଆବଶ୍ୟକ ପୁରଣ କରୁଛି ଝରଣା ପାଣି

Sunil Chandra Nayak

ଧର୍ମଗଡ଼ ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ

Sunil Chandra Nayak

ଭାଲୁଲତା ଠାରେ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

Leave a Comment

error: Content is protected !!