ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବାଳ ସଂସ୍କାର ପାଠଶାଳାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ 

ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବାଳ ସଂସ୍କାର ପାଠଶାଳାରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ 

ଭବାନୀପାଟଣା — କଳାହାଣ୍ଡି ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଭବାନୀପାଟଣା ସହର ଉପକଣ୍ଠ କଷାକେନ୍ଦୁ ସ୍ଥିତ ବାଳ ସଂସ୍କାର ପାଠଶାଳା ଠାରେ ଆଧ୍ୟାତ୍ମିକ ଓ ମନୋରଞ୍ଜନ ପରିବେଶ ମଧ୍ୟରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି। ଏହି ନୂଆଁଖାଇ ଭେଟଘାଟ ଉତ୍ସବରେ କାର୍ଯ୍ୟକାରୀ ସଭାପତି ଶ୍ରୀ ମଳୟ କୁମାର ମୁଣ୍ଡ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନୀତ ଅତିଥି ଭାବେ ଶ୍ରୀ ସୁରେଶ ଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ। ଶ୍ରୀ ସୁଧାଂଶୁ ଶେଖର ନେଗୀ , ଶ୍ରୀ ଶାନ୍ତନୁ କୁମାର ମୁଣ୍ଡ, ଶ୍ରୀ ସୁମନ କୁମାର ରଥ, ଶ୍ରୀ କୃଷ୍ଣମୋହନ ଯୋଷୀ ପ୍ରମୁଖ ନୂଆଁଖାଇ ପର୍ବର ଗୁରୁତ୍ଵ ଓ ଏହାର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ମାନେ ସ୍ବରଚିତ କବିତା ପାଠ କରିଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀ ତିଳକ ରାମ ନିଆଲ, ଶ୍ରୀ ଭବାନୀ ଶଙ୍କର ପଣ୍ଡା କବିତା ପାଠ କରିଥିଲା ବେଳେ କଣ୍ଠଶିଳ୍ପୀ ଶ୍ରୀ ଦିଲୀପ କୁମାର ଜାନୀ ସଙ୍ଗୀତ ଗାନ କରି ବରିଷ୍ଠ ନାଗରିକଙ୍କୁ ଆପ୍ୟାୟିତ କରିଥିଲେ। ସଂଘର ସମ୍ପାଦକ ଶ୍ରୀ ଭାରତ ଭୂଷଣ ଚଲାନ ସଭା ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ହରିଶ ବେହେରା, ଶ୍ରୀ ମଧୁସୂଦନ ସାହୁ, ଶ୍ରୀ ନବକିଶୋର ପଣ୍ଡା ଓ ଶ୍ରୀ ଯୋଗେଶ ଚନ୍ଦ୍ର ଦୋରା ତଥା ପାଠଶାଳାର କୁନି କୁନି ପିଲାମାନେ ସହଯୋଗ କରିଥିଲେ। ଶେଷରେ ଶ୍ରୀ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ରଜନୀ କାନ୍ତ ସମରଲିଆ ଙ୍କ ରିପୋର୍ଟ୍ 

Related posts

ମହିଳା ଅନୁକୂଳ ପଞ୍ଚାୟତ ଗଠନ ନେଇ ତାଲିମ 

masiha

ଜୀବନ ସେବା ଫାଉଣ୍ଡେସନ ତରଫରୁ ପୁରୀ ବଡ ଦାଣ୍ଡ ରେ ସେବା କାର୍ଯ୍ୟ ଅନୁଷ୍ଠିତ

masiha

ଖେମକା ରିଫ୍ରାକ୍ଟ୍ରୋ୍ରିଜ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!