ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ

ଡାବୁଗାଁ, ୬/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଲକ ଅଧୀନ ମେଦନା ପଞ୍ଚାୟତ କାର୍ଯ୍ୟ|ଳୟ ସଭାଗୃହରେ ବାଲ୍ୟ ବିବାହ ମୁକ୍ତ ସଚେତନା କାର୍ଯ୍ୟକ୍ରମ ମେଦନା ସରପଞ୍ଚ ସୁମିତ୍ରା ମାଝୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ସରକାର ବାଲ୍ୟ ବିବାହ ମୁକ୍ତ ନିମନ୍ତେ ଗ୍ରାମଞ୍ଚଳ ସ୍ତରରେ କିଭଳି ଭାବରେ ସଚେତନା ହୋଇପାରିବେ ତାହା କୁ ନେଇ ସରକାର ଅନେକ ପ୍ରକାର ସଚେତନତା ମୂଳକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି । ଗ୍ରାମାଞ୍ଚଳ ସ୍ତରରେ ସମସ୍ତେ କିପରି ସଚେତନ ହୋଇପାରିବେ ଏଣୁ ସରକାରୀ କର୍ମଚାରୀ ଓ ଜନପ୍ରତିନିଧି ଙ୍କୁ ନେଇ ଏକ ସଚେତନତା ସଭାରେ ଡାବୁଗାଁ ଅଙ୍ଗନୱାଡି ସୁପରଭାଇଜର କୁନମୁନ ସେନାପତି ଯୋଗ ଦେଇ ବାଲ୍ୟ ବିବାହ ଦ୍ଵାରା ଝିଅ ର ମାନସିକ ଓ ଶାରୀରିକ ସ୍ତରରେ ବିକାଶ ହୋଇନଥାଏ ଫଳରେ ରକ୍ତହୀନତା, ଶାରୀରିକ ଅକ୍ଷମତା ଛୁଆ ବୃଦ୍ଧି ହାନିଘଟିଥାଏ ପ୍ରସବ ରେ ଅନେଗୁଡ଼ିଏ ସମସ୍ୟା ହୋଇଥାଏ । ଶିଶୁ ମୃତ୍ୟୁ ହାର ରୋକିବା, ସମସ୍ତେ ମିଳିତ ହୋଇ ବାଲ୍ୟ ବିବାହକୁ ବନ୍ଦ କରିବା ପାଇଁ ସଚେତନା କରାଇଥିଲେ । ଏହି ସଭାରେ ଗ୍ରାମ ପଞ୍ଚାୟତ ସଂମ୍ପ୍ରସାରଣ ଅଧିକାରୀ ଏ. ଡି. ପ୍ରସାଦ, ନାଏବ ସରପଞ୍ଚ ଡମ୍ବରୁ ଭତ୍ରା , ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ବଂଶୀଧର ମାଝୀ, ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ସମିତି ସଭ୍ୟା ଉମାବତି ଭତ୍ରା, ଯୋଗାଣ ସହାୟକ ଖଗପତି ମେହେରା, ଶଶୀଧର ମାଝି, ଧଙ୍ଗଡା ମାଝି, ସମସ୍ତ ୱାର୍ଡ ସଭ୍ୟା ସଭ୍ୟ, ସମସ୍ତ ଅଙ୍ଗୱାଡ଼ି କର୍ମୀ, ପ୍ରତ୍ୟେକ ସମାଜ ର ସଭାପତି ଓ ସମ୍ପାଦକ, ନାଏକ, ପୁଜାରୀ, ଗ୍ରାମ ର ଭଦ୍ର ବ୍ୟକ୍ତି ମହିଳା ଓ କିଶୋରୀ ବାଳକ ବାଳିକା ମାନେ ଉପସ୍ଥିତ ଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନୂଆ ଦିଲ୍ଲୀରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତକରି ଜାତୀୟ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ମଣ୍ଡଳୀଙ୍କ ସହିତ ସୗହାର୍ଦପୂର୍ଣ ଆଲୋଚନା ଓ ଦାବି ପତ୍ର ପ୍ରଦାନ କରିଥିଲେ

Sunil Chandra Nayak

ପ୍ରାଥମିକ ଶିକ୍ଷକ ସଂଘ (AUPTF) ତରଫରୁ ବିଶ୍ବନାଥପୁରଠାରେ ଜରୁରି ବୈଠକ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ ପ୍ରାଣୀ ଚିକିତ୍ସାଳୟ ର ଉପ ପ୍ରାଣୀ ସହାୟ ଚିକିତ୍ସକ (VSAS) ଅଶୋକ କୁମାର ସାହୁଙ୍କ ଚାକିରିରୁ ଅବସର ଗ୍ରହଣ

Sunil Chandra Nayak

Leave a Comment

error: Content is protected !!