ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଏଲନଗର ରେ ସ୍ବରେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ କୁ ନେଇ ସି ପି ଆଇ ଏମ୍ ର ଉଦବେଗ,ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି

ରାଉରକେଲା/ ରାଉରକେଲା ଓଡ଼ିଶାର ଦ୍ବିତୀୟ ସ୍ମାର୍ଟ ସିଟି ମାନ୍ୟତା ପାଇଥିଲେ ମଧ୍ୟ ଏହାର ଜନ ସାଧାରଣଙ୍କୁ ମୌଳିକ ସେବା ଯୋଗାଇଦେବାକୁ ରାଉରକେଲା ମହାନଗର ନିଗମ, ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଓ ରାଉରକେଲା ପ୍ରଶାସନ ଅସମର୍ଥ। ରାଉରକେଲା ପୌରପାଳିକା ରୁ ମହାନଗର ନିଗମ ହେଲା ପରେ କେବଳ ଲୋକଙ୍କ ଠାରୁ ବହୁ ଗୁଣରେ ଟିକସ ଆଦାୟ କରିବା ଛଡା ନିଗମ ଅନ୍ୟ କୌଣସି କାର୍ଯ୍ୟ କରୁନଥିବା ଜନ ସାଧାରଣ ଅଭିଯୋଗ କରୁଛନ୍ତି। ରାଉରକେଲା ର ପ୍ରମୁଖ ଅଂଚଳ କୋଏଲନଗର ଯେଉଁ ଅଂଚଳରେ ବିଶେଷ କରି ବରିଷ୍ଠ ନାଗରିକ ମାନେ ବସବାସ କରନ୍ତି ସେଠାରେ ଦୀର୍ଘ ଦିନ ହେବ ସ୍ୱରେଜ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ବିଶେଷ କରି ବର୍ଷା ଦିନେ ଲୋକଙ୍କ ସମସ୍ୟା ଦ୍ଵିଗୁଣିତ ହୋଇପଡିଛି। ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ ବିପର୍ଯ୍ୟୟ ସ୍ୱରେଜ ବ୍ୟବସ୍ଥା କୁ ସୁଧାରିବା ନିମନ୍ତେ ମହାନଗର ନିଗମ ସେଭଳି ଆଖି ଦୃଶିଆ ପଦକ୍ଷେପ ନେଇନାହିଁ। ସ୍ୱରେଜ ବ୍ୟବସ୍ଥା ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବାରୁ ବର୍ଷା ଅସରାଏ ହେଲେ ପ୍ରାୟ ଘରେ ପାଇଖାନା ପାଣି ଘରେ ଭାସୁଛି । ପାନୀୟ ଜଳରେ ମଧ୍ୟ ସ୍ୱରେଜ ପାଣି ପଶି ଯିବାରୁ ଲୋକଙ୍କ ଅବସ୍ଥା ଦୟନୀୟ ହୋଇଛି। ମରାମତି କରିବା ପାଇଁ ଅଭିଯୋଗ କଲେ ମଧ୍ୟ ତାହାକୁ କର୍ଣ୍ଣପାତ କରିବାକୁ କେହି ନାହାନ୍ତି। ଏହା ଯୋଗୁଁ ବିଭିନ୍ନ ଦୁରାରୋଗ୍ୟ ବ୍ୟାପିବର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ। କେତେକ ଅଞ୍ଚଳରେ ସ୍ୱରେଜ ମରାମତି କାର୍ଯ୍ୟ ମହାନଗର ନିଗମ କାର୍ଯ୍ୟାନୁଦେଶ ଦେଇଥିଲେ ମଧ୍ୟ ମାସ ମାସ ଧରି ଠିକାଦାର କାମ କରୁ ନ ଥିବାରୁ ଲୋକଙ୍କ ସମସ୍ୟା ସମାଧାନ ହେବାର ସମ୍ଭାବନା ଦେଖାଯାଉନାହିଁ। ଏହି ଘଟଣାରେ ତୀବ୍ର ଉଦବେଗ ପ୍ରକାଶ କରିଛି ସି ପି ଆଇ ଏମ୍। ପାର୍ଟି ର ରାଉରକେଲା ଆଂଚଳିକ କମିଟି ସଂପାଦକ ଆଇନଜୀବୀ ରାଜ କିଶୋର ପ୍ରଧାନ କୋଏଲ ନଗର ଅଂଚଳରେ ବିପର୍ଯ୍ୟୟ ସ୍ୱରେଜ ବ୍ୟବସ୍ଥା ର ତୁରନ୍ତ ଆଶୁ ସମାଧାନ ପାଇଁ ଦାବି କରିଛନ୍ତି ନଚେତ ଆଗାମୀ ଦିନର ପାର୍ଟି ପକ୍ଷରୁ ବାଧ୍ୟହୋଇ ଆନ୍ଦୋଳନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ନିପା ସଂଘ ଦ୍ଵାରା ଇଣ୍ଡିଆନ ଖ୍ରୀଷ୍ଟିଆନ ଦିବସ ପାଳିତ 

Two day All India Seminar on Trends in Advanced Building Construction and Innovative Building Materials

masiha

ନକଟିକାନୀ ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୫୧୭ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!