ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେମଚାନ୍ଦ ପଟ୍ଟନାୟକଙ୍କ ମହା ପ୍ରୟାଣର ଅଷ୍ଟମ ଦିବସରେ ତାଙ୍କର ସ୍ମୃତି ଚାରଣରେ ନାଟ୍ୟ ଜଗତରେ ହୋଇଛି ଅପୂରଣୀୟ କ୍ଷତି

ନବରଙ୍ଗପୁର–(ମସିହା)ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ, କବି, ଲେଖକ ଓ ସମାଜସେବୀ ପ୍ରେମଚାନ୍ଦ ପଟ୍ଟନାୟକଙ୍କ ମହା ପ୍ରୟାଣର ଅଷ୍ଟମ ଦିବସରେ ଜିଲ୍ଲା ର ବରିଷ୍ଠ ନାଟ୍ୟକାର ମାନଙ୍କୁ ନେଇ ଆଜି ସଦର ମହକୁମାର ତୃପ୍ତି ସମ୍ମୀଳନୀ କକ୍ଷରେ ନାଟ୍ୟ ନିର୍ଦ୍ଦେଶକ ଓ ସଂଗଠକ ଶ୍ରୀ ଜଗନ୍ନାଥ ବେହେରାଙ୍କ ଆବାହକ ରେ ଏହା ଅନୁଷ୍ଠିତ ହୋଇଥିଲା। ଆକାଶ ବାଣୀ କଳାକାର ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ଗୋକୁଳ ଖାଡଙ୍ଗାଙ୍କ ସଭାପତିତ୍ୱରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ସହିଦ ସୃତି କମିଟିର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଲେଖକ ଶ୍ରୀ ମୁନ୍ନା ତ୍ରିପାଠୀ ଓ ସମ୍ମାନୀତି ଅତିଥି ଭାବେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ସୁରେଶ ମହାନ୍ତି ଯୋଗଦେଇଥିଲେ। ଏହି ସଭାରେ ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ମନୋଜ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ଏହି ସଭାରେ ପ୍ରେମଚାନ୍ଦ ପଟ୍ଟନାୟକଙ୍କ ନାଟ୍ୟ ଜୀବନର ଜୀବନୀ ଶୈଳୀ ଉପରେ ଆଲୋଚନା କରି ନାଟ୍ୟ ଜଗତ ପାଇଁ ଏହା ଅପୁରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଥିଲେ। ଏହି ସଭାରେ ପ୍ରସ୍ତାବିତ ହୋଇଥିଲା ଯେ, ମଣ୍ଡେଇ ୨୦୨୪ ରେ ତାଙ୍କ ସୃତି ସ୍ମରଣିକା ପ୍ରକାଶ ପାଇବ ତତ ସଙ୍ଗେ ନୂତନ ମଣ୍ଡେଇ ପଡିଆ ନିକଟରେ ଏକ ନାଟ୍ୟ ସଂସଦ ପ୍ରେକ୍ଷାଳୟ ତିଆରି ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ଓ ତାହାର ନାମ ସ୍ୱର୍ଗତ ପ୍ରେମଚାନ୍ଦ ପଟ୍ଟନାୟକ ନାମରେ ନାମିତ ହେବ।ଏହି ଶୋକ ସଭାରେ କବି ତଥା ନାଟକ ରଚୟିତା ଶ୍ରୀମତୀ ପ୍ରଭାସିନୀ ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ ସାମନ୍ତରାୟ, ଶ୍ରୀ ବିଭୁଦତ ସେଠି, ନିରଞ୍ଜନ ବିଶ୍ୱାଳ, ତୁଷାରକାନ୍ତି ଖସଲା, ପ୍ରାଭନ୍ଦୀକ ଓ ଶିକ୍ଷାବିତ ଶ୍ରୀ ଦିଲୀପ କୁମାର ହଟା ଯୋଗଦେଇ ତାଙ୍କ ଜୀବନୀ ଉପରେ ଆଲୋଚନା କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ଦିବାକର ପୂଜାରୀ, ଶ୍ରୀ ଅବଦୁଲ ଫିରୋଜ଼, ଶ୍ରୀ ସୁରଜ ଲାଲ ପ୍ରମୁଖ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଵିଜାତଳା ବ୍ଳକ! ସର୍ପାଘାତରେ ଷଷ୍ଠ ଶ୍ରେଣୀ ଛାତ୍ରୀ ଗୁରୁତର

Sunil Chandra Nayak

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ସୁବର୍ଣ୍ଣରେଖା ସେବା ସଂଘ

Sunil Chandra Nayak

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସ୍ତରୀୟ ବୈଠକ 

masiha

Leave a Comment

error: Content is protected !!