ମୟୂରଭଞ୍ଜ : – (ମସିହା) ବସ୍ତ୍ର ଶିଳ୍ପରେ ବୟନିକା ର ଭୂମିକା ଅନନ୍ୟ ଏବଂ ସାରା ବିଶ୍ବରେ ପ୍ରଶଂସନୀୟ ।ବୟନିକା ମାଧ୍ୟମରେ ଉତ୍କଳର ଉତ୍କର୍ଷତା ସୁଦୂର ପ୍ରସାରୀ । ବୟନିକାର ୬୭ ତମ ଦିବସ ସାରା ବିଶ୍ବରେ ବିଭିନ୍ନ ଶାଖାରେ ପାଳନ କରାଯାଉଛି । ରାଇରଙ୍ଗପୁର ବୟନିକା ଶାଖାର ମଧ୍ୟ ୬୭ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଦିନ ପାଳନ କରାଯାଇଛି ।ବୟନିକା ଯୋଗୁଁ କୋଟି କୋଟି ବୁଣାକାର ପରିବାର ନିଜର ଵୃତିକୁ ବଂଚାଇ ରଖିବା ସହ ନିଜର କଳା ,କୌଶଳ କାରିଗରୀ ପ୍ରତିଭା ପ୍ରତିପାଦନ କରିପାରିଛନ୍ତି । ବୟନିକାର ଶାଢ଼ୀ, ଲୁଙ୍ଗି,ରୁମାଲ,ଗାମୁଛା,ଡ୍ରେସ,ସମ୍ବଲପୂରୀ ଵମକାଇ,କୋଟପାଡ଼, ହାବସ ପୁରୀ,ବିଚିତ୍ରା ପୁରୀ,ଖଣ୍ଡୁଆ, ଡଙ୍ଗୁରିଆ,କୋଟପାଡ଼,ଵରହମପୁରୀ ପଟ୍ଟଯୋଡା,ଟସର ଶାଢ଼ୀ ପ୍ରଭୃତିର ଚାହିଦା ବଜାରରେ ଅନେକ ରହିଛି ।ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଇରଙ୍ଗପୁର ବିଡ଼ିଓ ଶ୍ରୀ ସାଗର ଚନ୍ଦ୍ର ମୁର୍ମୁ ଯୋଗ ଦେଇଥିଲେ । ତାଙ୍କ ସହିତ ମୃତ୍ତିକା ସଂରକ୍ଷଣ କାର୍ଯ୍ୟରତ ଅଧିକାରୀ ପରେଶ୍ ଚନ୍ଦ୍ର ରାୟ ମହାପାତ୍ର, ବୟନିକାର ମୁଖ୍ୟ କର୍ମଚାରୀ ସରୋଜ ରାଉତ,ସେଲ କର୍ମଚାରୀ ସ୍ବାଇଁ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ,ମେଘନାଦ ହେମ୍ବ୍ରମ,ସତ୍ୟ ରଂଜନ ପାଲ, ଜୀତେନ୍ଦ୍ର ଅଗ୍ରୱାଲ,ସୁଜିତ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ
ଅତିଥି ସାଗର ମୁର୍ମୁ କହିଥିଲେ ବୟନିକା ଏକ ଏଭଳି ଶିଳ୍ପ ଯେଉଁଥିରେ କଳା ଓ ଭାସ୍କର୍ଯ୍ଯ ପୁରି ରହିଛି । ସ୍ବାଧୀନତା ର ୧୦ ବର୍ଷ ପରେ ବୟନିକା ଖୋଲାଯାଇ ସାରା ବିଶ୍ବରେ ଏକ ନିଆରା ପରିଚୟ ସୃଷ୍ଟି କରାଯାଇ ପାରିଛି ।ବୟନିକାର ଗୁଣାଵତ୍ତା ପ୍ରତିଟି
ସ୍ତରରେ ପ୍ରଶଂସିତ ।ବାଣିଜ୍ୟର ଅନ୍ତଃକରଣରେ କଳା ଓ ଭାସ୍କର୍ଯ୍ୟକୁ ପ୍ରକାଶ କରିବା ପାଇଁ ବୟନିକା ଯେଉଁ ଉଦ୍ୟମ ଜାରି ରଖିଛି ତାହା ଜଣେ ଓଡ଼ିଆ ଭାବେ ସମସ୍ତେ ଗର୍ବ କରିବା ଉଚିତ । ସାଂପ୍ରତିକ ଯୁଗରେ ଲୋକେ ପଶ୍ଚିମ ପୋଷାକ ଗୁରୁତ୍ବ ଦେଉଥିବା ବେଳେ ଵୟନିକାର ବସ୍ତ୍ର ବିଭିନ୍ନ ଦିଗରେ ଲୋକାଦୃତ ବୃଦ୍ଧି ପାଉଛି ।ବୟନିକା ବିପଣନ ସହ ଗୁଣାବତ୍ତାକୁ ପ୍ରାଧାନ୍ୟ ଦେଉଛି ।
previous post
next post