ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ଗଣମାଧ୍ୟମ ସ୍ବତନ୍ତ୍ରତା ଦିବସ

ଭୁବନେଶ୍ବର, ୦୬/୨୩: ‘ବିଶ୍ବ ଗଣମାଧ୍ୟମ ସ୍ବତନ୍ତ୍ରତା ଦିବସ’ ଭୁବନେଶ୍ବର ୟୁନିଟ୍-୩ ସ୍ଥିତ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଥିଲା ଆଗାମୀ ପିଢ଼ିର ସାମ୍ବାଦିକମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସର୍ବସାଧାରଣଙ୍କୁ ଗଣମାଧ୍ୟମର ଭୂମିକା ବିଷୟରେ ସଚେତନ କରିବା। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ ସାହିତ୍ୟିକ ଓ ସଂଗଠକ ନିଳାଦ୍ରୀଭୂଷଣ ମହାପାତ୍ର, ସଂଳାପକାର ଡଃ. ରଜନୀ ରଂଜନ, ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ଏଠାରେ ଉପସ୍ଥିତ ସାମ୍ବାଦିକ, ସାହିତ୍ୟିକ ଓ କଳାକାରଙ୍କ ମଧ୍ୟରେ ଭାବ ବିନିମୟ ହୋଇଥିଲା। ବରିଷ୍ଠ ସାମ୍ବାଦିକ ଓ କବି କେଦାର ମିଶ୍ର, ସମ୍ବାଦର ସହ ସମ୍ପାଦକ ଚୌଧୁରୀ ଅମିତାଭ ଦାଶ ଓ ଅକ୍ଷୟ ସ୍ବାଇଁ, ଏମ୍‌ସି ଚ୍ୟାନେଲ୍‌ର ପ୍ରୋଗ୍ରାମିଙ୍ଗ୍ ହେଡ୍ କଳ୍ପନା କରଣ, ସମାଜର ସହ ସମ୍ପାଦକ ପ୍ରତାପ ପ୍ରଧାନ, ଧରିତ୍ରୀର ସହ ସମ୍ପାଦିକା ରୋଜାଲିନ୍ ମହାନ୍ତି, ପ୍ରମେୟର ସହ ସମ୍ପାଦିକା ସସ୍ମିତା ମଲ୍ଲ, ଉତ୍କଳ ବୁଲେଟିନର ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ସକାଳର ମୁଖ୍ୟ ବିତରକ ପ୍ରବୋଧ କୁମାର ନାୟକ, ମିଡିଆ କୋଡିନେଟର ବାଳକୃଷ୍ଣ ରାଉତ ଓ ସୁବୋଧ ସାମଲ, ବିଶ୍ବବାଣୀର ରାଜ୍ୟ ପ୍ରତିନିଧି ସନ୍ତୋଷ ସେନାପତି, ଫଟୋ ଜର୍ଣ୍ଣାଲିଷ୍ଟ ବସନ୍ତ ପରିଡ଼ା, ସାହିତ୍ୟିକା ମନୀଷା ରାୟ, ଜନ ଅଧିକାରର ସାମ୍ବାଦିକ ଯଯାତି ଦାସ, ଓମ୍ ସାର୍ଥକର ସାମ୍ବାଦିକ କୃଷ୍ଣଚନ୍ଦ୍ର ବାରିକ (ବାପି), ନୃତ୍ୟଶିଳ୍ପୀ ନିତୁ ପ୍ରିୟଦର୍ଶିନୀ, ସୁଚିସ୍ମିତା ନନ୍ଦ, ସମାଜସେବୀ ମାନୀ ପଣ୍ଡା ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା ।

ଏହାବ୍ୟତୀତ ଜାତୀୟସ୍ତରରେ ପୁରସ୍କୃତ ହେଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଟି’କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମର ଉପସ୍ଥାପନା କରିଥିଲେ ସାମ୍ବାଦିକ- ଗୀତିକାର ସତ୍ୟ ପାଣିଗ୍ରାହୀ ଏବଂ ଆୟୋଜକ ଥିଲେ ଡେନିମ୍ ଆଣ୍ଡ ବ୍ଲଜ ଡ୍ୟାନ୍ସ ଗ୍ରୁପ୍‌ର ନିର୍ଦ୍ଦେଶକ ପ୍ରିୟାଂଶୁ ପ୍ରିୟଦେବ ।

ଅମୃତ ନନ୍ଦ ଙ୍କ ରିପୋର୍ଟ୍ 

Related posts

ବିଶିଷ୍ଟ କଳାକାର ଭବାନୀ ପଟ୍ଟନାୟକ ଙ୍କ ପରଲୋକ

Sunil Chandra Nayak

ଅବକାରୀ ବିଭାଗ ର ମସୁଧା ରେ ଗୁପ୍ତି ପଞ୍ଚାୟତରେ ଚୋରା ମଦର ଆସର ଚଲାଇଚି ମଦ କାଉଣ୍ଟର ମାଲିକ

masiha

କାପକୋ ତରଫରୁ ଗାଁ ଆମ୍ବ ପସରା ଷ୍ଟଲ ଉଦଘାଟିତ

masiha

Leave a Comment

error: Content is protected !!